133 ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ବେଙ୍ଗାଲୁରୁରେ କୃତ୍ରିମ ବନ୍ୟା - Highest Rainfall in single day

By ETV Bharat Odisha Team

Published : Jun 3, 2024, 8:44 PM IST

thumbnail
133ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ବେଙ୍ଗାଲୁରୁରେ କୃତ୍ରିମ ବନ୍ୟା (ANI)

HIGHEST RAINFALL IN BENGALURU: ବେଙ୍ଗାଲୁରୁ: କର୍ଣ୍ଣାଟକରେ ରେକର୍ଡ ଭଙ୍ଗା ବର୍ଷା । ଗତକାଲିଠାରୁ ଆରମ୍ଭ ହୋଇଥିବା ବର୍ଷା ଦୀର୍ଘ 133 ବର୍ଷର ରେକର୍ଡ ଭାଙ୍ଗିଛି । ଫଳରେ କ୍ୟାପିଟାଲ ସିଟିର ଅନେକ ଅଂଶ ଜଳମଗ୍ନ ହୋଇଛି । ଆଣ୍ଠୁଏ ଉପରକୁ ପାଣି ଜମି ରହିଥିବାରୁ ଟ୍ରାଫିକ ସମସ୍ୟା ଉପୁଜିବା ସହ ସାଧାରଣ ଜନ ଜୀବନ ବାଧାପ୍ରାପ୍ତ ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଜୁନ 2 ତାରିଖରେ କର୍ଣ୍ଣାଟକର ରାଜଧାନୀରେ ଗୋଟିଏ ଦିନରେ ପ୍ରାୟ 111.1ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହାକି 133 ବର୍ଷ ପରେ ଦେଖିବାକୁ ମିଳିଛି । 1891 ଜୁନ 16 ତାରିଖରେ ଏଭଳି ବର୍ଷା ଦେଖିଥିଲା ବେଙ୍ଗାଲୁରୁ । ସେହି ସମୟରେ ସହରରେ 101.6 ମିଲିମିଟର ବର୍ଷା ହୋଇଥିଲା । ସହରର ଜୟାନଗର, ଇଲେକ୍ଟ୍ରୋନିକ ସିଟି, ଏମଜି ରୋଡ, ଇନ୍ଦିରାନଗର ଓ ଫ୍ରେଜର ଟାଉନ ପ୍ରବଳ ବର୍ଷା ପାଇଁ ପ୍ରଭାବିତ ହୋଇଛି । ଏଠାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ପବନ ଯୋଗୁଁ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡ଼ିଥିବା ଦେଖିବାକୁ ମିଳିଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.