ସହରରେ ଭାଲୁ ନନାର ରାଜ; ରାତିରେ ଥାନାରେ ବୁଲିଲା, ଦିନରେ ସ୍କୁଲରେ ପଶିଲା, ଦେଖନ୍ତୁ ଭିଡିଓ - bear in Papdahandi police station

By ETV Bharat Odisha Team

Published : Jul 16, 2024, 2:10 PM IST

Updated : Jul 16, 2024, 2:25 PM IST

thumbnail
Bear found in Papdahandi police station Premises (ETV Bharat Odisha)

Bear found in police station Premises ନବରଙ୍ଗପୁର: ଥାନା ପରିସରରେ ଭାଲୁ । ଖାଦ୍ୟ ଅନ୍ବେଷଣରେ ଥାନା ପରିସରକୁ ପଶିଲା ଭାଲୁ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ପରିସରରେ । ଗତ କିଛି ଦିନ ଧରି ପାପଡାହାଣ୍ଡି ଅଞ୍ଚଳରେ ଭାଲୁ ବୁଲୁଥିବାର ଦେଖିବାକୁ ମିଳୁଛି  । ଖାଦ୍ୟ ଅନ୍ବେଷଣରେ ଭାଲୁ ଗ୍ରାମାଞ୍ଚଳ ମୁହାଁ ହୋଇଥିବା ବେଳେ ଏହାକୁ ଦେଖି ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ସୋମବାର (ଗତକାଲି) ରାତିରେ ଭାଲୁଟି ପାପଡାହାଣ୍ଡି ଥାନା ପରିସରରେ ଖାଦ୍ୟ ଅନ୍ବେଷଣ କରିବା ପାଇଁ ପଶିଥିଲା ଏବଂ ସେଠି ଝରି ପୋକ ଖାଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଥାନା ପରିସରରେ ଭୟର ବାତାବରଣ ଖେଳିଯାଇଥିଲା । ଅପରପକ୍ଷରେ ଥାନା ପରିସରରେ ଭାଲୁ ଦେଖି ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଥିଲା । ତେବେ ଜଙ୍ଗଲ ହ୍ରାସ ପାଉଥିବାବେଳେ ବନ୍ୟଜନ୍ତୁମାନେ ଜନବସତି ମୁହାଁ ହେଉଛନ୍ତି । ସାଧାରଣ ଜନଜୀବନ ବିପଦରେ ପଡୁଛି ।

ଏହାମଧ୍ୟ ଦେଖନ୍ତୁ.. ପଣସ ଦେଖି ଲୋଭ ସମ୍ଭାଳି ପାରିଲାନି ଭାଲୁ, ଗଛରେ ଚଢି ଖାଇଲା - Bear Eats Jackfruit

ଇଟିଭି ଭାରତ, ନବରଙ୍ଗପୁର

Last Updated : Jul 16, 2024, 2:25 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.