କେକ୍ କାଟି ନିଆରା ଢଙ୍ଗରେ ହୋଲି ପାଳିଲେ ବଡବେରଣାବାସୀ - Holi celebration - HOLI CELEBRATION

🎬 Watch Now: Feature Video

thumbnail

By ETV Bharat Odisha Team

Published : Mar 26, 2024, 1:07 PM IST

Holi celebration: ଖୋର୍ଦ୍ଧା: ଫଗୁଣ ଆସିଛି ରଙ୍ଗର ପସରା ଆଣି । ଆଜି(ମଙ୍ଗଳବାର) ହେଉଛି ରଙ୍ଗ ଓ ଭାଇଚାରାର ପର୍ବ ହୋଲି । ଆନନ୍ଦ, ଉଲ୍ଲାସର ସହ ପରସ୍ପରକୁ ଅବିର ଓ ରଙ୍ଗ ଲଗାଉଛନ୍ତି ସମସ୍ତେ । ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଇଛନ୍ତି ନାଚଗୀତରେ । ଖୋର୍ଦ୍ଧା ଜିଲ୍ଲାର ପ୍ରତ୍ୟେକ ଗାଁରେ ସବୁ ବର୍ଗର ଲୋକ ଏହି ହୋଲି ପର୍ବ ବେଶ ଉତ୍ସାହର ସହ ପାଳନ କରିଛନ୍ତି । ଜିଲ୍ଲାର ବଡବେରଣା ଗ୍ରାମରେ ନିଆରା ଢଙ୍ଗରେ ହୋଲି ପର୍ବକୁ ଧୁମଧାମରେ ପାଳନ କରିଛନ୍ତି ଯୁବଗୋଷ୍ଠୀ । ରାସାୟନିକ ରଙ୍ଗଠୁ ଦୂରରେ ରହି କେବଳ ହର୍ବାଲ ରଙ୍ଗରେ ଆମ୍ବ ତୋଟାରେ ରଙ୍ଗ ଖେଳିଛନ୍ତି । ଆଜିର ଦିନକୁ ସ୍ମରଣୀୟ କରିବା ପାଇଁ କେକ ମଧ୍ୟ କାଟିଛନ୍ତି । ରଙ୍ଗର ପର୍ବ ହୋଲିରେ କେବଳ ରଙ୍ଗର ଖେଳ ନୁହେଁ ବରଂ ଭାବର ରଙ୍ଗରେ ରଙ୍ଗୀନ ହେବାକୁ ମଧ୍ୟ ସମସ୍ତେ ବ୍ୟାକୁଳ । ସାରା ବିଶ୍ୱର କୋଣ ଅନୁକୋଣରେ ଭାରତୀୟମାନେ ଏହି ପର୍ବ ଧୁମଧାମରେ ପାଳନ କରିଛନ୍ତି । 

ଏହାମଧ୍ୟ ପଢନ୍ତୁ.. ଆଜି ରଙ୍ଗର ପର୍ବ ହୋଲି; ରଙ୍ଗ ଖେଳରେ ମସଗୁଲ ପୁରଠୁ ପଲ୍ଲୀ - Holi 2024


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.