thumbnail

ବାହାରେ ତାଣ୍ଡବ ଭିତରେ ବାତ୍ୟା !

By ETV Bharat Odisha Team

Published : 2 hours ago

ଯାଜପୁର: ହସ୍ପିଟାଲ ବାହାରେ ବାତ୍ୟା 'ଦାନା' ତାଣ୍ଡବ କରୁଥିବାବେଳେ ହସ୍ପିଟାଲ ଭିତରେ ଜନ୍ମ ହେଲା ଆଉ ଏକ ବାତ୍ୟା । ଏହା କୈଣସି ସାମୁଦ୍ରିକ ବାତ୍ୟା ନୁହେଁ । ବାତ୍ୟା ସମୟରେ ଜନ୍ମ ହୋଇଥିବା ଏକ ଶିଶୁ ପୁତ୍ରକୁ ପରିବାର ଲୋକେ 'ବାତ୍ୟା' ନାଁରେ ନାମିତ କରିଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୧ ଜଣ ଗର୍ଭବତୀ ମହିଳା ଭର୍ତ୍ତି ହୋଇଥିଲେ ।ସେଥିମଧ୍ୟରୁ ୩ ମହିଳା ନବଜାତ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ଅଙ୍କିତା ରାଉତ ନାମକ ଜଣେ ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ସେହି ଶିଶୁ ପୁତ୍ରକୁ ପରିବାର ଲୋକେ 'ବାତ୍ୟା' ନାଁରେ ନାମିତ କରିଥିବା ଜଣାପଡିଛି । ସେପଟେ ଗତକାଲି ବାତ୍ୟା ପୂର୍ବରୁ ଗର୍ଭବତୀ ମାନଙ୍କୁ ଯାଜପୁର ଜିଲ୍ଳାର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମୋଟ ୧୫୧ ଜଣ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି ।  

ଏହା ମଧ୍ୟ ପଢନ୍ତୁ ...ବାତ୍ୟାରେ ଜନ୍ମ ନେଲା ପୁଅ, ପରିବାର ଲୋକେ ନାମକରଣ କଲେ 'ଦାନା'

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.