ଜନ୍ମଦିନରେ ବାବୁସାନଙ୍କୁ ପିପିଲି ଫ୍ୟାନଙ୍କ ଭେଟି, ଛାତିରେ ଆଙ୍କିଲେ ଅଭିନେତାଙ୍କ ଫଟୋ ଟାଟୁ - Pipili Fan Inked Babushaan Tatoo

By ETV Bharat Odisha Team

Published : Jul 30, 2024, 4:44 PM IST

thumbnail
ଛାତିରେ ବାବୁସାନଙ୍କ ଟାଟୁ ଆଙ୍କିଲେ ଅଜୁ (ଛାତିରେ ବାବୁସାନଙ୍କ ଟାଟୁ ଆଙ୍କିଲେ ଅଜୁ)

ଭୁବନେଶ୍ୱର: ଆଜି ଓଲିଉଡ ସୁପରଷ୍ଟାର ବାବୁସାନଙ୍କ ଜନ୍ମଦିନ । ଏହି ଅବସରରେ ସେଲିବ୍ରିଟି ସମେତ ଫ୍ୟାନ୍ସଙ୍କ ଅଭିନେତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି । ଆଜି ଅଭିନେତାଙ୍କ ଘରେ ଜମିଥିଲା ଫ୍ୟାନ୍ସଙ୍କ ମେଳି । ଫ୍ୟାନ୍ସଙ୍କ ସହ ଧୁମଧାମରେ ବାବୁସାନ ନିଜ ଜନ୍ମଦିନ ପାଳନ କରିଛନ୍ତି । ବାବୁସାନଙ୍କ ଫଟୋ ନିର୍ମିତ କେକ୍ କାଟିଛନ୍ତି ଫ୍ୟାନ । ଏଥିସହ ଏହି ଅବସରରେ ପିପିଲିର ଜଣେ ବଡ଼ ଫ୍ୟାନ୍ ଅଜୟ ବାବୁସାନଙ୍କୁ ତାଙ୍କୁ ଜନ୍ମଦିନରେ ଏକ ବିଶେଷ ଉପହାର ଦେଇଛନ୍ତି । ଅଜୟ ନିଜ ଛାତିରେ ବାବୁସାନଙ୍କ ଫଟୋର ଏକ ଟାଟୁ କରିଛନ୍ତି । ଜନ୍ମଦିନରେ ଫ୍ୟାନ୍‌ଙ୍କ ଏପରି ଉପହାର ଦେଖି ଭାବବିହ୍ୱଳ ହୋଇପଡିଥିଲେ ଅଭିନେତା । ବାବୁସାନ ତାଙ୍କୁ ଆଲିଙ୍ଗନ କରିଥିଲେ । ତେବେ ଏବେ ଅଜୟଙ୍କ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । 

ଏହା ମଧ୍ୟ ପଢନ୍ତୁ: ୩୫ ବର୍ଷରେ ବାବୁସାନ; ପ୍ରଥମ ଫିଲ୍ମ ଆଣିଦେଲା ସଫଳତା, ରୋମିଓରୁ ସାଜିଗଲେ ଚକୋଲେଟ ବୟ

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.