ବାଲୁକାକଳାରେ ବାତ୍ୟା ସଚେତନତା ବାର୍ତ୍ତା - AWARENESS TO TACKLE SITUATION
🎬 Watch Now: Feature Video

Published : Oct 23, 2024, 9:02 PM IST
ପୁରୀ: ବାତ୍ୟାକୁ ନେଇ ଭୟଭୀତ ନହେବାକୁ ବାଲୁକା କଳା ଜରିଆରେ ସଚେତନତା। ବାତ୍ୟା 'ଦାନା' ଉପକୂଳକୁ ଯେତେ ପାଖକୁ ଆସୁଛି ସେତିକି ଭୟ ଲୋକଙ୍କ ମଧ୍ୟରେ ବଢ଼ି ଚାଲିଛି । ତେବେ "ବାତ୍ୟାକୁ ନେଇ ଭୟଭୀତ ନହୋଇ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ପାଳନ କଲେ ଆମେ ସୁରକ୍ଷିତ ରହିବା" ବୋଲି କହିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସ ପୁରୀ ନିଳାଦ୍ରୀ ବିଚରେ ଏକ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି । ସମୁଦ୍ର ଭିତରେ ବାତ୍ୟାର ପ୍ରତିକୃତି କିଭଳି ରହିଛି ତାହାକୁ ବାଲୁକା ଚିତ୍ରକଳାରେ ସୁଦର୍ଶନ ସ୍ଥାନ ଦେଇଛନ୍ତି। ବାତ୍ୟା ଦ୍ଵାରା ଲୋକଙ୍କ ଧନଜୀବନ ଯେପରି କ୍ଷୟକ୍ଷତି ନ ହୁଏ ମହାପ୍ରଭୁଙ୍କୁ ପ୍ରାର୍ଥନା କରି ଶ୍ରୀ ଜଗନ୍ନାଥଙ୍କ ଏକ ପ୍ରତିକୃତିକୁ ମଧ୍ୟ ସ୍ଥାନ ଦିଆଯାଇଛି।
ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "ଆମେ ସମସ୍ତେ ଜାଣିଛେ ବାତ୍ୟା 'ଦାନା' ଉପକୂଳକୁ ମାଡ଼ି ଆସୁଚି। ସେଥିପାଇଁ ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦେବା ପାଇଁ ଆମେ ବାଲୁକା ଚିତ୍ର କଳା ନିର୍ମାଣ କରିଛୁ । ସରକାରଙ୍କ ପକ୍ଷରୁ ବାତ୍ୟା ମୁକାବିଲା ପାଇଁ ସବୁ ବ୍ୟବସ୍ଥା ହୋଇଛି । ଆମ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ସବୁଠୁ ଭଲ। ତେବେ ଏହି ସବୁ ଭିତରେ ବି ଆମେ ଆମର କର୍ତ୍ତବ୍ୟ କରିବା ଉଚିତ୍। କୌଣସି ପ୍ରକାର ଆମେ ଭୟଭୀତ ହେବା ନାହିଁ। ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା। "
ଇଟିଭି ଭାରତ, ପୁରୀ