ପାରମ୍ପରିକ ଖାଦ୍ୟର ମହକରେ ମହକିଲା ମେଳା - MILLET MISSION
🎬 Watch Now: Feature Video
Published : Nov 11, 2024, 4:59 PM IST
Millet Mission: ବୌଦ୍ଧ: ଲୁପ୍ତ ହେବାକୁ ବସିଛି ମାଣ୍ଡିଆ ଜାତୀୟ ଖାଦ୍ୟ । ଏହାକୁ ଦୃଷ୍ଟିରେ ରଖି 'ମାଣ୍ଡିଆ ମିଶନ' ମାଧ୍ୟମରେ ଚାଷୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଲୁପ୍ତ ହେବାକୁ ବସିଥିବା ବିଭିନ୍ନ ଖାଦ୍ୟର ସୁଗନ୍ଧରେ ମହକିଲା ଚତୁର୍ଦିଗ । ମାଣ୍ଡିଆ, ସୁଆଁ, ଜନା, କୁଦ ଭଳି ବିଭିନ୍ନ କ୍ଷୁଦ୍ର ଶସ୍ୟ ପ୍ରତି ପୁଣି ଥରେ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି । ଏହାସହ ବଣ ଜଙ୍ଗଲରୁ ସଂଗୃହୀତ ବିଭିନ୍ନ ଫଳମୂଳ, କନ୍ଦା, ଶାଗ ଆଦିର ଏକ ବିଶାଳ ସମ୍ଭାର 'ଶ୍ରୀ ଅନ୍ନ ଅଭିଯାନ' ମାଧ୍ୟମରେ ପ୍ରଦର୍ଶନ କରାଯାଇଛି । ଶହ ଶହ ବର୍ଷ ଧରି ପାରମ୍ପରିକ ଖାଦ୍ୟର ସ୍ଥାନ ନେବାରେ ଲାଗିଛି ଫାଷ୍ଟ ଫୁଡ ଭଳି ବିଭିନ୍ନ ପାଶ୍ଚାତ୍ୟ ଖାଦ୍ୟ । ଫଳରେ ବିଗତ କିଛି ବର୍ଷ ହେଲା ପାରମ୍ପରିକ ଖାଦ୍ୟଠାରୁ ମୁହଁ ବୁଲାଇବା ଆରମ୍ଭ କରିଥିଲେ ଯୁବ ବର୍ଗ । ମାଣ୍ଡିଆ, ଜନା, କୁଦ ଭଳି ବିଭିନ୍ନ କ୍ଷୁଦ୍ର ଶସ୍ୟର ଚାହିଦା କମିଯାଇଥିଲା ।
ଏହା ବି ପଢନ୍ତୁ...ମାଣ୍ଡିଆ ଦିବସରେ ଶ୍ରୀ ଅନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଏହା ବି ପଢନ୍ତୁ...ଅନୁଗୋଳରେ ବଢୁଛି ମାଣ୍ଡିଆ ଚାଷର ଚାହିଦା, ଏଥର ଉତ୍ପାଦନ ଲକ୍ଷ୍ୟ ୫ ହଜାର କୁଇଣ୍ଟାଲ
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମହିଳା ଗୋଷ୍ଠୀର ସଦସ୍ୟମାନେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପାରମ୍ପରିକ ପିଠାପଣା, କେକ, ବିସ୍କୁଟ, ମୃଦୁ ପାନୀୟ ଦ୍ବାରା ବେଶ ଉପକୃତ ହୋଇପାରୁଛନ୍ତି । ଏହାଛଡା ମାଣ୍ଡିଆ ଚାଷ କରିବ ଏଠାକାର ବହୁ ଲୋକେ ସ୍ବାବଲମ୍ବୀ ହୋଇପାରୁଛନ୍ତି । ବିଭିନ୍ନ ଜଙ୍ଗଲରୁ ସଂଗୃହୀତ ଫଳମୂଳ, କନ୍ଦା, ଶାଗ ଆଦି ପୁନର୍ବାର ହାଣ୍ଡିଶାଳକୁ କିପରି ଫେରିବ ସେଥିପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇଛି । 'ଶ୍ରୀ ଅନ୍ନ ଅଭିଯାନ' ମାଧ୍ୟମରେ ଏଭଳି ପାରମ୍ପରିକ ଖାଦ୍ୟ ଗ୍ରହଣ କରି ସୁସ୍ଥ ନିରାମୟ ଜୀବନ ପାଇଁ ସଚେତନ କରାଯାଇଛି ।
ଇଟିଭି ଭାରତ, ବୌଦ୍ଧ