ଆନ୍ଧ୍ରରେ ମିଡିଆ ଟାଇକୁନ ରାମୋଜୀ ରାଓଙ୍କ ରାଜ୍ୟସ୍ତରୀୟ ସ୍ମୃତିସଭା, ଦେଖନ୍ତୁ LIVE - Ramoji Rao Commemoration Meeting

By ETV Bharat Odisha Team

Published : Jun 27, 2024, 4:06 PM IST

Updated : Jun 27, 2024, 6:58 PM IST

thumbnail

ଅମରାବତୀ: ମିଡିଆ ଟାଇକୁନ ରାମୋଜୀ ରାଓଙ୍କ ବିୟୋଗରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଆଜି ବିଜୟୱାଡା ଠାରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଓ ରାମୋଜୀ ରାଓଙ୍କ ପରିବାର ସଦସ୍ୟ ସଭାରେ ଉପସ୍ଥିତ ଅଛନ୍ତି । ସ୍ମୃତିସଭାରେ ପଦ୍ମ ବିଭୂଷଣ ରାମୋଜୀ ରାଓଙ୍କ ସ୍ମୃତି ଚାରଣ କରାଯାଉଛି । ଗତ ଜୁନ ୮ ତାରିଖ ଦିନ ମିଡିଆ ଜଗତର ଏହି ମହାନାୟକଙ୍କ ଦେହାନ୍ତ ଘଟିଥିଲା । କେବଳ ମିଡିଆ କାହିଁକି, ସାହିତ୍ୟ, ସମାଜ, ଫିଲ୍ମଜଗତ ପ୍ରତି ତାଙ୍କର ଥିଲା ଅତୁଳନୀୟ ଅବଦାନ । ରାମୋଜୀ ରାଓ ଆଉ ନାହାନ୍ତି ସତ, ହେଲେ ତାଙ୍କୁ ଏବେ ବି ଝୁରୁଛନ୍ତି ତାଙ୍କର ହାତଗଢା ମଣିଷମାନେ । ଦେଶ ତଥା ରାଜ୍ୟ ପ୍ରତି ଏହି ମହାନୟକଙ୍କ ଅବଦାନ ଏବଂ ସଫଳତାକୁ ମନେପକାଇ ଓ ସମ୍ମାନ ଜଣାଇ ଆନ୍ଧ୍ରପ୍ରଦେଶ ସରକାର ସ୍ମୃତିସଭାର ଆୟୋଜନ କରିଛନ୍ତି  । ଆନ୍ଧ୍ରପ୍ରଦେଶରୁ ଦେଖନ୍ତୁ ଲାଇଭ...

Last Updated : Jun 27, 2024, 6:58 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.