CONTAINER AT PURI: ପୁଣି ସମୁଦ୍ର କୂଳରେ ଅଜଣା କଣ୍ଟେନର, ହେଲେ କେଉଁଠୁ ଆସିଛି ? - container rescued by fishermen - CONTAINER RESCUED BY FISHERMEN

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 5, 2024, 8:05 PM IST

UNKNOWN CONTAINER BY FISHERMEN:ପୁରୀ: ସମୁଦ୍ର କୂଳରେ ଲାଗିଲା ଅଜଣା କଣ୍ଟେନର । କଣ୍ଟେନରଟି ସମୁଦ୍ରରେ ଭାସୁଥିବା ପ୍ରଥମେ ମତ୍ସ୍ୟଜୀବୀ ଦେଖିଥିଲେ । ପରେ ଉକ୍ତ କଣ୍ଟେନରଟିକୁ ମତ୍ସ୍ୟଜୀବୀ ମାନେ କୂଳକୁ ଆଣିବାରେ ସକ୍ଷମ ହୋଇଛନ୍ତି । ତେବେ ଭିତରେ କ'ଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।  ପୋଲିସ କୁ ଖବର ଦିଆଯିବା ପରେ ଏହାର ତଦନ୍ତ ଆରମ୍ଭ ହୋଇଛି । କଣ୍ଟେନରଟି କେଉଁଠୁ ଆସିଛି , କେଉଁ ପରିସ୍ଥିତିରେ ସମୁଦ୍ରରେ ଭାସି ଆସିଛି, ସେ ଦିଗ ଉପରେ ପୋଲିସ ତଦନ୍ତ କରୁଛି ।

ଏନେଇ ପୁରୀ ଏସପି ପିନାକ ମିଶ୍ର କହିଛନ୍ତି,"ପୁରୀ ସମୁଦ୍ରରେ କଣ୍ଟେନର ଭାସୁଥିବା ମୁଁ ଗଣମାଧ୍ୟମ ଠାରୁ ଜାଣିବାକୁ ପାଇଲି । ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ନିକଟ ବେଳାଭୂମିରେ ଏହି କଣ୍ଟେନରଟି ଲାଗିଥିବା ଜଣାପଡ଼ିଛି । ତେଣୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଷ୍ଟ ଗାର୍ଡକୁ ମଧ୍ୟ ଏହି ଘଟଣାକୁ ନେଇ ଅବଗତ କରାଯାଇଛି । ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ।"

ପ୍ରକାଶ ଯୋଗ୍ୟ, ସେହିପରି ଗତ କିଛିଦିନ ତଳେ କେନ୍ଦ୍ରାପଡା ଜିଲ୍ଲା ସମୁଦ୍ରତଟରେ ମଧ୍ୟ ଏକ କଣ୍ଟେନର ସମୁଦ୍ରରେ ଭାସି ଆସି କୂଳରେ ଲାଗିଥିଲା । କିଛି ଦିନ ଭିତରେ ପୁଣି ପୁରୀ ସମୁଦ୍ର କୂଳରେ ଆଉ ଏକ କଣ୍ଟେନର ଲାଗିବା ଚର୍ଚ୍ଚାରର ବିଷୟ ହୋଇଛି । ଏହାକୁ ନେଇ ନାନା ଚର୍ଚ୍ଚା ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ଗତ କିଛି ଦିନ ହେବ ବାଂଲାଦେଶରେ ଅଶାନ୍ତି ଲାଗି ରହିଥିବାରୁ ଓଡିଶାର ଉପକୂଳ ବର୍ତ୍ତି ଜିଲ୍ଲାଗୁଡିକରେ ହାଇଆଲର୍ଟ ଜାରି କରଯାଇଥିଲା । ସମୁଦ୍ର ପଥରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତେବେ ସମୁଦ୍ରରେ କୌଣସି ସନ୍ଧିଗ୍ଧ ବ୍ୟକ୍ତି ଓ ଜିନିଷ ଦେଖିଲେ ମତ୍ସ୍ୟଜୀବୀ ମାନେ ତୁରନ୍ତ ପୋଲିସକୁ ଖବର ଦେବା ପାଇଁ କୁହାଯାଇଛି ।
ଏହା ମଧ୍ୟ ପଢନ୍ତୁ ....MV ITT Puma: କେଉଁଠୁ କେନ୍ଦ୍ରାପଡାକୁ ଭାସି ଆସିଥିଲା କଣ୍ଟେନର ? ମିଳିଲା ଠିକଣା - Containers At Satavaya

ଇଟିଭି ଭାରତ,ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.