thumbnail

By ETV Bharat Odisha Team

Published : Mar 3, 2024, 4:24 PM IST

ETV Bharat / Videos

ଗ୍ରୁପ ଋଣକୁ କେନ୍ଦ୍ର କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଚିକିତ୍ସା ଜାରି

ବାଲେଶ୍ବର: ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଆକ୍ରମଣ । ଋଣ ସୁଝିବାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ଅଭିଯୋଗ । ଏଭଳି ଏକ ଅଭବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଶ୍ରୀକୋଣା ପଞ୍ଚାୟତ ପଟାପୋଲ ଅଞ୍ଚଳରେ । ଆହତ ମହିଳାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
 

ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ଶ୍ରୀକୋଣା ପଞ୍ଚାୟତ ପଟାପୋଲ ଅଞ୍ଚଳର ଏସକେଏସ ଭାରତ ଫାଇନାନ୍ସ ଗ୍ରୁପର ଜଣେ ମହିଳାଙ୍କୁ ଆକ୍ରମଣ ଅଭିଯୋଗ । ଗ୍ରୁପରୁ ରେଖାରାଣୀ ବେରା ଓ ତାଙ୍କ ସ୍ଵାମୀ ତପୁ ବେରା ୧.୫ ଲକ୍ଷ ଟଙ୍କାର ଋଣ ନେଇଥିଲେ । କିଛି ଟଙ୍କା ପରିଶୋଧ କରିଥିବା ବେଳେ ୯ଟି କିସ୍ତି ବାକି ରହିଥିଲା । ରେଖାରାଣୀ ସେହି ଟଙ୍କା ପୈଠ କରୁନଥିବା ବେଳେ ଗ୍ରୁପର ଅନ୍ୟ ସଦସ୍ୟାଙ୍କ ସହ କୌଣସି ଯୋଗାଯୋଗ ରଖୁନଥିଲେ । ଫଳରେ ଅନ୍ୟ ସଦସ୍ୟମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଦୀର୍ଘ ଦିନ ହେବ ଅନ୍ୟ ସଦସ୍ୟମାନେ ସେମାନଙ୍କୁ ଖୋଜୁଥିଲେ । ଆଜି(ରବିବାର) ଦିନ ସେମାନେ ବାଲେଶ୍ଵର ଅଜୀମାବାଦ ନିକଟ ତାଙ୍କ ମାଉସୀ ଘରେ ଥିବା ସୂଚନା ପାଇଥିଲେ । ଏହାପରେ ଗ୍ରୁପ ସଦସ୍ୟା ରୁବୀ ବିବି ନାମକ ଜଣେ ମହିଳା ଏବଂ ଅନ୍ୟ ସଦସ୍ୟମାନେ ଟଙ୍କା ମାଗିବାକୁ ରେଖାରାଣୀଙ୍କ ନିକଟକୁ ଯାଇଥିଲେ । ଏହି ସମୟରେ ରେଖାରାଣୀ ଉକ୍ତ ମହିଳାଙ୍କୁ ପନିକିରେ ଆକ୍ରମଣ କରିବା ସହ ଫେରାର ହେବାକୁ ଚେଷ୍ଟା କରୁଥିଲେ । ଏହି ଘଟଣାରେ ରୁବୀ ବିବି ଆହତ ହୋଇଥିବା ବେଳେ ଆକ୍ରମଣକାରୀ ଦମ୍ପତିଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ ଅନ୍ୟ ମହିଳାମାନେ । ଆହତ ରୁବୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ .......କେନ୍ଦ୍ରାପଡାରେ ଚାଞ୍ଚଲ୍ୟ; ଗୋଟିଏ ପରିବାରର 3 ଜଣଙ୍କ ସନ୍ଦେହଜନକ ମୃତ୍ୟୁ

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.