ଦର୍ଶନ କରନ୍ତୁ ମା' ତାରିଣୀଙ୍କ ଦିବ୍ୟ ଆଳତୀ, ଶୁଭମୟ ହେବ ଦିନ - Tarini Alati - Tarini Alati
🎬 Watch Now: Feature Video
Published : Jun 10, 2024, 8:00 AM IST
କେନ୍ଦୁଝର: ଘଟଗାଁ ରାଣୀ ମା’ ତାରିଣୀ । ଭକ୍ତର ମା’ ତାରିଣୀ ମା’ । ତାଙ୍କର କରୁଣା ଅପାର । ସନ୍ତାନ ଡାକିଲେ ଯେମିତି ମାଆ ଓଃ କରେ ସେମିତି ଭକ୍ତଟିଏ ଆକୁଳ ହୋଇ ଡାକିଲେ ଓଃ କରନ୍ତି ମାଆ ତାରିଣୀ । ମାଆଙ୍କ ଆଶିଷ ହେଲେ ଦୂବ ହୁଏ ଦାରୁ, ଗିରି ଲଙ୍ଘେ ପଙ୍ଗୁ । ମାଆଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଘଟଗଁ ପୀଠକୁ ଧାଇଁ ଆସନ୍ତି ଭକ୍ତ । ମାଆ ତାରିଣୀଙ୍କ ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୋଇ ଅପାର କରୁଣ ପ୍ରାପ୍ତ ହୁଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ଭୋରରୁ ଘଟଗାଁ ପୀଠରେ ମା'ଙ୍କ ଆଳତୀ କରାଯାଏ । ସବୁଦିନ ଭଳି ଆଜି ମଧ୍ୟ ସକାଳୁ ସକାଳୁ ପୂଜାପଣ୍ଡା ସେବାୟତ ମାଆ ତାରିଣୀଙ୍କ ଆଳତୀ ସମ୍ପନ୍ନ କରିଛନ୍ତି । ନାଲି ମନ୍ଦାର ମାଳାରେ ଝଟକୁଛନ୍ତି ମାଆ । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଛି ଘଟଗାଁ ପୀଠ । ଦର୍ଶନ କରନ୍ତୁ ନଡିଆ ରାଣୀଙ୍କ ଏହି ଦିବ୍ୟ ଆଳତୀ...