thumbnail

By ETV Bharat Odisha Team

Published : Jun 26, 2024, 5:26 PM IST

ETV Bharat / Videos

କଂଗ୍ରେସ ଭବନରେ ଖୁସିର ଲହରୀ, ରାହୁଲ ହେଲେ ବିରୋଧୀ ଦଳ ନେତା - Rahul Gandhi Leader of Opposition

RAHUL GANDHI LEADER OF OPPOSITION: ଭୁବନେଶ୍ବର: ରାଜ୍ୟ କଂଗ୍ରେସ ଭବନରେ ଖୁସିର ଲହରୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦରେ ବିରୋଧୀ ଦଳର ନେତା ନିଯୁକ୍ତ ହେବା ପରେ ଚାରି ଆଡେ ଉତ୍ସବର ମାହୋଲ । ଗତକାଲି (ମଙ୍ଗଳବାର) ଦିନ ଭୁବନେଶ୍ୱର କଂଗ୍ରେସ ଭବନରେ ମିଠା ଖୁଆଇ ଖୁସିର ମୁହୂର୍ତ୍ତକୁ ପାଳନ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ । ଶତାଧିକ କର୍ମୀ ନିଜ ନିଜ ଭିତରେ ମିଠା ଖୁଆଇ ଆନନ୍ଦର ମୁହୂର୍ତ୍ତକୁ ପାଳନ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ଜୟ ଜୟ କାର କରି ସ୍ଲୋଗାନ ଦେଇଥିଲେ କଂଗ୍ରେସ କର୍ମୀ । ରାହୁଲଙ୍କୁ ପୂର୍ଣ୍ଣ ସମର୍ଥନ ମିଳୁଛି ଫଳରେ ରାହୁଲ ଦିନକୁ ଦିନ ଅନୁଭବୀ ନେତା ଭାବେ ନିଜକୁ ପ୍ରତିପାଦିତ କରି ପାରୁଛନ୍ତି ।

ରାହୁଲ ଗାନ୍ଧୀ ଆଗାମୀ ଦିନରେ କଂଗ୍ରେସର ଭବିଷ୍ୟତ । ଗଣତନ୍ତ୍ରରେ ବିରୋଧୀ ଦଳର ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ । ଯେଉଁଠି ବିରୋଧୀ ସଶକ୍ତ ସେଠି ଶାସକ ମଧ୍ୟ ଲୋକାଭିମୁଖୀ ହେବ । ତେଣୁ ରାହୁଲ ଗାନ୍ଧୀ ସଂସଦରେ ବିରୋଧୀ ଦଳ ନେତା ହେବା ଆମ ପାଇଁ ଗର୍ବ ଆଉ ଗୌରବର ବିଷୟ ବୋଲି କହିଛନ୍ତି କଂଗ୍ରେସ ନେତା ଓ କର୍ମୀ । ଆଗାମୀ ଦିନରେ କଂଗ୍ରେସର ସ୍ୱର ଅଧିକ ଶାଣିତ ହେବ । ଅନ୍ୟାୟ ବିରୋଧରେ ପ୍ରତିବାଦ କରାଯିବ । କଂଗ୍ରେସ ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରୁଛି । ଏହାର ଶ୍ରେୟ ରାହୁଲ ଗାନ୍ଧୀଙ୍କୁ ଯିବ କାରଣ ଗତ ବର୍ଷ ରାହୁଲ ଭାରତ ଜୋଡୋ, ଭାରତ ନ୍ୟାୟ ଯାତ୍ରା କରି ସଫଳତା ସାଉଁଟିଛନ୍ତି । କଂଗ୍ରେସ ଜନମତକୁ ନିଜ ସପକ୍ଷରେ ନେବାରେ ରାହୁଲଙ୍କ ଭୂମିକା ଅତୁଳନୀୟ ବୋଲି କହିଛନ୍ତି କଂଗ୍ରେସ ନେତା ।

ଏହା ମଧ୍ୟ ପଢନ୍ତୁ ....ଲୋକସଭାରେ ବିରୋଧୀ ଦଳ ନେତା ହେଲେ ରାହୁଲ, ୧୦ବର୍ଷ ପରେ କଂଗ୍ରେସକୁ ମିଳିଲା ପଦ - Rahul Gandhi Leader of Opposition 


 
 ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.