thumbnail

By ETV Bharat Odisha Team

Published : Jan 26, 2024, 10:10 AM IST

Updated : Jan 26, 2024, 12:51 PM IST

ETV Bharat / Videos

ଦେଶ ପାଳୁଛି 75ତମ ଗଣତନ୍ତ୍ର ଦିବସ, କର୍ତ୍ତବ୍ୟ ପଥରୁ ଦେଖନ୍ତୁ LIVE

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି 75 ତମ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ସବୁଠି ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ । ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ସଜେଇ ହୋଇଛି ଦିଲ୍ଲୀର କର୍ତ୍ତବ୍ୟ ପଥ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମାରୋହରେ ସାମିଲ ହୋଇ ଜାତୀୟ ପତାକା ଉତ୍ତୋଳନ କରୁଛନ୍ତି । ସେହିପରି ମୁଖ୍ୟ ଅତିଥି ଭାବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସମାରୋହରେ ସାମିଲ ହୋଇଛନ୍ତି । ପତାକା ଉତ୍ତୋଳନ ପରେ ଗୋଟିଏ ପରେ ଗୋଟିଏ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବ । ପରେ ପରେଡ ପ୍ରଦର୍ଶିତ ହେବ । 1950 ମସିହା ଆଜିର ଦିନରେ ଭାରତର ନୂତନ ସମ୍ବିଧାନ ଲାଗୁ ହୋଇଥିଲା । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ ।  

Last Updated : Jan 26, 2024, 12:51 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.