ଆମ ହସ୍ପିଟାଲ ଯୋଜନାରେ ଢେଙ୍କାନାଳ ଜିଲ୍ଲାର 4 ହସ୍ପିଟାଲ ସାମିଲ - Dhenkanal

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 17, 2024, 9:53 PM IST

Ama Hospital Program: ଢେଙ୍କାନାଳ: 5T ମାଧ୍ୟମରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡ଼ିହେଲା ଆଉ ଏକ ଅଧ୍ୟାୟ । ଆମ ହସ୍ପିଟାଲ ଯୋଜନାରେ ଢେଙ୍କାନାଳ ଜିଲ୍ଲାକୁ ମଧ୍ୟ ସାମିଲ କରାଯାଇଛି । ଭିଡିଓ କନଫରେନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରୂପାନ୍ତରୀକରଣ କାର୍ଯ୍ୟର ଲୋକାର୍ପଣ କରିଛନ୍ତି । ଯେଉଁଥିରେ ମୁଖ୍ୟଡାକ୍ତର ଖାନା ସମେତ ହିନ୍ଦୋଳ, କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନା ଓ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସାମିଲ ଅଛି ।  

ଏହା ମଧ୍ୟ ପଢ଼ନ୍ତୁ...  ବିଦ୍ୟାଳୟ ପାଚିକାଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି

ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଦ୍ୱାରା ଆମ ହସ୍ପିଟାଲ ଯୋଜନାରେ ଓଡ଼ିଶାର 15 ଜିଲ୍ଲାରେ 73ଟି ସରକାରୀ ଡାକ୍ତରଖାନାର ରୂପାନ୍ତରୀକରଣ ପ୍ରକଳ୍ପକୁ ଲୋକାର୍ପଣ କରାଯାଇଛି । ଆଜି ଅପରାହ୍ନ ସାଢେ ୪ଟା ସମୟରେ ମୁଖ୍ୟମନ୍ତ୍ରୀ  ଭିଡିଓ କନଫରେନ୍ସି ମାଧ୍ୟମରେ ଏହାକୁ ଲୋକାର୍ପିତ କରିଛନ୍ତି । ଏହି ଯୋଜନାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ଉନ୍ନତ ଧାରଣର ଚିକିତ୍ସା ସହିତ IVR ପଦ୍ଧତିରେ ରୋଗୀ ବା ତାଙ୍କର ସମ୍ପର୍କୀୟ ମାନଙ୍କର ମତାମତ ସଂଗ୍ରହର ବ୍ୟବସ୍ଥା କରାଯାଇଛି । ଆୟୋଜିତ ଆମ ହସ୍ପିଟାଲ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ପରିସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚନା ପୁହାଣ, ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଲୋକାର୍ପଣ ଉତ୍ସବରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ରାଜ୍ୟ ଖଣି ଇସ୍ପାତ, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ପରଜଙ୍ଗ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଧାୟକ ଡାଃ ନୃସିଂହ ସାହୁ ପ୍ରମୁଖ ଉତ୍ସବରେ ସାମିଲ ହୋଇଥିଲେ । ଜିଲ୍ଲା ବ୍ୟାପି ଏହି ଉତ୍ସବରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅନ୍ୟନ ପଦାଧିକାରୀଙ୍କ ସହିତ ବିଭିନ୍ନ ମିଶନ ଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଡାକ୍ତର ଓ ସରକାରୀ ପଦାଧିକାରୀ ମାନେ ଉତ୍ସବରେ ସାମିଲ ଥିଲେ । 

ଇଟିଭି ଭାରତ, ଢ଼େଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.