thumbnail

ପିପିଏଲ କାରଖାନା ପରିସରରେ ବୁଲୁଛି 25 ଫୁଟର ଅଜଗର

By ETV Bharat Odisha Team

Published : Feb 26, 2024, 7:19 AM IST

Python spotted in Paradip: ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲାର ପାରାଦୀପରେ ବୁଲୁଛି ଅଜଗର ସାପ । ପାରାଦୀପ ପିପିଏଲ ସାର କାରଖାନା ପରିସରରେ ଏହି ବିଶାଳକାୟ ଅଜଗର ସାପ ଦେଖିବାକୁ ମିଳିଛି। ଗତକାଲି (ରବିବାର)  ରାତିରେ ଏହି କମ୍ପାନୀ ଭିତରେ ଥିବା 'D' ଟାଇପ କ୍ଵାଟର ପଛ ପଟେ ସାପଟି ଯାଉଥିବା ବେଳେ ପ୍ରଥମେ ପିପିଏଲ୍ ର ସୁରକ୍ଷାକର୍ମୀ ଦେଖି ପିପିଏଲ୍ ର କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲା। ଯାହାର ଲମ୍ବା ପ୍ରାୟ ୨୦ରୁ ୨୫ ଫୁଟ ହେବ ବୋଲି ଅନୁମାନ କରାଯାଉଛି। ତେବେ ଏନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଥିବା ବେଳେ ବନବିଭାଗକୁ କମ୍ପାନୀ ତରଫରୁ ଖବର ଦିଆଯାଇଥିବା ଜଣାପଡିଛି। ଅଜଗର ସାପଟି ପୁନର୍ବାର ଦେଖାଗଲେ ସ୍ଥାନୀୟ କୁଜଙ୍ଗ ବନବିଭାଗ ତାକୁ ଉଦ୍ଧାର କରି ଜଙ୍ଗଲରେ ଛାଡିବ ବୋଲି ସୂଚନା ଦେଇଛି । ତେବେ ପିପିଏଲ୍ ପରିସର ମଧ୍ୟରେ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀ ଦେଖା ଦେଇଥାନ୍ତି । ଏବେ ଦେଖା ଦେଇଥିବା ଅଜଗର ସାପକୁ ନେଇ ପିପିଏଲ୍ ତରଫରୁ ସୁରକ୍ଷା କର୍ମୀମାନଙ୍କୁ ସତର୍କତା ସହିତ ରହିବା ପାଇଁ କୁହାଯାଇଥିବା ବେଳେ କେହି ଭୟଭୀତ ନ ହେବା ପାଇଁ କୁହାଯାଇଛି।  

ଏହା ମଧ୍ୟ ପଢନ୍ତୁ- ଆଖୁ କିଆରୀରୁ ୧୨ ଫୁଟିଆ ଅଜଗର ଉଦ୍ଧାର

ଇଟିଭି ଭାରତ, ଜଗତସିଂହପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.