ସଡକ ସୁରକ୍ଷା ଓ ନାରୀବାଦୀର ବାର୍ତ୍ତା ନେଇ ୨୧ ବ୍ୟକ୍ତିବିଶେଷଙ୍କୁ 'ସନ୍ମାର୍ଗ'ର FEMFEST ୨୦୨୪ ସମ୍ମାନ - FEMFEST ୨୦୨୪

By ETV Bharat Odisha Team

Published : Aug 29, 2024, 10:13 PM IST

thumbnail
FEMFEST ୨୦୨୪ (ETV Bharat Odisha)

ଭୁବନେଶ୍ବର: ସଡକ ସୁରକ୍ଷା ଓ ନାରୀବାଦୀର ବାର୍ତ୍ତା ନେଇ ୨୧ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଓ ନିଜର କଳାକୃତି ମାଧ୍ୟମରେ ନିଆରା ବାର୍ତ୍ତା ଦେଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିଛି ସନ୍ମାର୍ଗ' । ବିଶେଷ କରି ସନ୍ମାର୍ଗର 'FEMFEST ୨୦୨୪' ସମ୍ମାନରେ ସମ୍ମାନିତ ହୋଇଛନ୍ତି ଓଡ଼ିଆ ସାମ୍ବାଦିକ ଏବଂ ଜଣାଶୁଣା ସମାଜସେବୀ । ରାଜ୍ୟ ସରକାରଙ୍କ ପୂର୍ବତନ ଜନସଂପର୍କ ଅଧିକାରୀ ଗୌର ମହପାତ୍ରଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ମିଳିଥିବା ବେଳେ ବରିଷ୍ଠ ସାମ୍ବାଦିକ ଦୁର୍ଗା ପ୍ରସାଦ ଷଢଙ୍ଗୀ, ସୁଧାଂଶୁ ଦାସ, ସାମ୍ବାଦିକା ଶତରୂପା ସାମନ୍ତରାୟ, ସାମ୍ବାଦିକା ସ୍ଵାତୀ ଜେନା ସମେତ ୯ ଜଣ ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ସାମାଜିକ କାର୍ଯ୍ୟରେ ସାମିଲ୍ ଥିବା ଲୋକଙ୍କୁ ସମ୍ମାନିତ କରାଯାଇଥିଲା ।

ଖବର କାଗଜର ୧୫ ବର୍ଷ ପୂର୍ତ୍ତି ଉପଲକ୍ଷେ କେବଳ ଯେ, ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ଦିଆଯାଇ ନଥିଲା ବରଂ ଏହି ଅବସରରେ ସଡକ ସୁରକ୍ଷା ସହ ଓଡ଼ିଶାରେ ଏକ ହିନ୍ଦୀ ଭାଷାରେ ଖବର କାଗଜ ଚଲେଇବାର ସମସ୍ୟାକୁ ନେଇ, ଡିଜିଟାଲ ଯୁଗରେ ମୁଦ୍ରିତ ଗଣମାଧ୍ୟମର ଅନୁଭୁତିକୁ ନେଇ ଆଲୋଚନା ମଧ୍ୟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଯୋଗ ଦେଇଥିଲେ । 

ଏହା ମଧ୍ୟ ପଢ଼ନ୍ତୁ...Odisha Teacher National Award:୨ ଓଡ଼ିଆ ଶିକ୍ଷକଙ୍କୁ ମିଳିବ ଜାତୀୟ ଶିକ୍ଷକ ସମ୍ମାନ, ଗୁରୁ ଦିବସରେ ସମ୍ମାନିତ କରିବେ ରାଷ୍ଟ୍ରପତି - National Teachers Awards 2024

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.