କ୍ରୀଡ଼ାର ବିକାଶରେ ଟାଇକୋଣ୍ଡ ଗେମକୁ ମିଳିବ ଅଗ୍ରାଧିକାର: କ୍ରୀଡାମନ୍ତ୍ରୀ - NATIONAL TAEKWONDO CHAMPIONSHIP

By ETV Bharat Odisha Team

Published : Jun 29, 2024, 6:53 PM IST

thumbnail
TAEKWONDO CHAMPIONSHIP IN CUTTACK (ETV Bharat Odisha)

NATIONAL TAEKWONDO CHAMPIONSHIP: କଟକ: ଓଡ଼ିଶା ଟାଇକୋଣ୍ଡ ଆସୋସିଏସନ୍ ପକ୍ଷରୁ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଆୟୋଜିତ ହୋଇଛି ତୃତୀୟ ଜାତୀୟ ସିନିୟର୍ ଏବଂ ଜୁନିଅର ଟାଇକୋଣ୍ଡ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଭାରତର 22ଟି ରାଜ୍ୟରୁ 731 ଜଣ ମହିଳା-ପୁରୁଷ ଏବଂ ବାଳକ-ବାଳିକାମାନେ ଭାଗ ନେଇଛନ୍ତି । ଏହି ପ୍ରତିଯୋଗିତାରୁ ଖେଳାଳି ଚୟନ କରାଯିବ । ଯେଉଁ ଖେଳାଳି ମାନେ ପ୍ୟାରିସ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ଅଲମ୍ପିକ୍ସରେ ଭାରତୀୟ ଦଳରୁ ପ୍ରତିନିଧିତ୍ଵ କରିବେ । ଆଜି ରାଜ୍ୟ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍ ଏବଂ ସାଂସଦ ଭର୍ତ୍ତୃହରି ମହତାବ ଆନୁଷ୍ଠାନିକ ଭାବରେ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ ।

ଏହି ଅବସରରେ କ୍ରୀଡାମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଏଭଳି ଏକ ଜାତୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବା ଆମ ପାଇଁ ଗର୍ବ ଓ ଗୌରବ । ଟାଇକୋଣ୍ଡୋ ଖେଳ ଏଭଳି ଏକ ଖେଳ ଯାହା ଫଳରେ ପ୍ରତ୍ୟେକ ଖେଳାଳିମାନେ ନିଜକୁ ଆତ୍ମରକ୍ଷା କରିପାରିବେ । ଓଡ଼ିଶାରେ ଟାଇକୋଣ୍ଡ ଖେଳ ଉପରେ ଅଧିକ ଗୁରୁତ୍ବ ଦିଆଯିବ । ରାଜ୍ୟରେ ଟାଇକୋଣ୍ଡର ବିକାଶ ପାଇଁ ଆଲୋଚନା ଆରମ୍ଭ ହୋଇଛି । ଏହି ମେଗା ଆୟୋଜନ ଶେଷ ହେବା ପରେ ପୂର୍ବରୁ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ କ'ଣ ସହାୟତା ଦିଆଯାଇଛି । ଆଉ କ'ଣ ଅଭାବ ରହିଛି ସେ ଦିଗରେ ଧ୍ୟାନ ଦିଆଯିବ । ସେହିପରି ଏଭଳି ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରି ଆଗମୀ ଦିନରେ ନିଜ ରାଜ୍ୟ ପାଇଁ ପଦକ ଜିତି ଗୌରବ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଖେଳାଳି । 

ଏହା ମଧ୍ୟ ପଢନ୍ତୁ....ଆଜିଠୁ ଜାତୀୟ ଟାଇକୋଣ୍ଡୋ ଚମ୍ପିଆନସିପ୍‌, କଟକରେ 22 ରାଜ୍ୟର 700 ପ୍ରତିଯୋଗୀ - Taekwondo Championship In Cuttack
 

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.