ଟ୍ୟୁସନରୁ ଫେରିବା ବାଟରେ ଛକିଥିଲା ଯମ ! ଦୁଇ ନିଷ୍ପାପ ଶିଶୁଙ୍କ ମୃତ୍ୟୁ - bike tractor accident Puri

By ETV Bharat Odisha Team

Published : Jul 26, 2024, 11:25 AM IST

Updated : Jul 26, 2024, 11:39 AM IST

thumbnail
Puri Accident (ETV Bharat Odisha)

Puri Accident: ନିମାପଡା: ଟ୍ରାକ୍ଟର ଧକ୍କାରେ ଦୁଇ ନିଷ୍ପାପ ଶିଶୁଙ୍କ ମୃତ୍ୟୁ । ପୁରୀ ଜିଲ୍ଲା ବଳଙ୍ଗା ଥାନା ଗଡ଼ ଚାନ୍ଦପୁର ଗ୍ରାମରେ ଟ୍ରାକ୍ଟର ଧକ୍କାରେ ୨ଶିଶୁଙ୍କ ମୃତ୍ୟୁ ଘଟିଛି । ଗୁରୁବାର ସନ୍ଧ୍ୟାରେ ଟ୍ୟୁସନ ସାରି ଜଣେ ସମ୍ପର୍କୀୟଙ୍କ ସହ ବାଇକରେ ବସି ଘରକୁ ଫେରୁଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ ଟ୍ରାକ୍ଟର ସହ ବାଇକ ଧକ୍କା ହୋଇଥିଲା । ଉଭୟ ବାଇକରୁ ତଳକୁ ଖସି ପଡ଼ି ଟ୍ରାକ୍ଟର ଚକା ତଳେ ଚାପି ହୋଇଯାଇଥିଲେ । ସେମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।

ଏହାମଧ୍ୟ ପଢନ୍ତୁ.. ଚାପିଦେଲା ହାଇୱା; ଦୁର୍ଘଟଣାରେ ୩ ଖେଳାଳି ମୃତ, ପାଣିରେ ବୁଡ଼ି ଲିଭିଗଲା 2 ଜୀବନ ଦୀପ
 

ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକମାନେ ହେଲେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଗଡ଼ ଚାନ୍ଦପୁର ଗ୍ରାମର ସତ୍ୟରଞ୍ଜନ ପରିଡ଼ାଙ୍କ ୭ ବର୍ଷର ପୁଅ ଆୟୁଷ୍ମାନ ପରିଡ଼ା ଏବଂ ସମ୍ବିତ ପରିଡ଼ାଙ୍କ ୯ ବର୍ଷର ପୁଅ ସୁବ୍ରତ ପରିଡ଼ା ।  ଏ ସମ୍ପର୍କରେ ବଳଙ୍ଗା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକମାନଙ୍କୁ ଶାନ୍ତ କରିବା ସହ ଟ୍ରାକ୍ଟର ଜବତ କରି ତଦନ୍ତ ଚଳାଇଛି । ଡ୍ରାଇଭର ଫେରାର ଅଛି ।

ଇଟିଭି ଭାରତ, ନିମାପଡା 

Last Updated : Jul 26, 2024, 11:39 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.