ସଂସଦ ଅଧିବେଶନ: ମିଳିତ ଗୃହକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଖନ୍ତୁ LIVE... - PRESIDENT DROUPADI MURMU LIVE

By ETV Bharat Odisha Team

Published : Jun 27, 2024, 11:05 AM IST

Updated : Jun 27, 2024, 12:11 PM IST

thumbnail

ନୂଆଦିଲ୍ଲୀ: 24 ତାରିଖରୁ ଆରମ୍ଭ ହୋଇଥିବା ଅଷ୍ଟାଦଶ ଲୋକସଭାର ଆଜି 4ର୍ଥ କାର୍ଯ୍ୟଦିବସ । ଉଦଘାଟନୀ ଦିବସ ଓ ଏହାର ପରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଓ ସମସ୍ତ ସାଂସଦମାନେ ଶପଥ ଗ୍ରହଣ କରିସାରିଥିବା ବେଳେ ଗତକାଲି (ବୁଧବାର) ବାଚସ୍ପତି ନିର୍ବାଚନ ମଧ୍ୟ ଶେଷ ହୋଇଛି । ସପ୍ତଦଶ ଲୋକସଭାରେ ବାଚସ୍ପତି ଥିବା ଓମ ବିର୍ଲା ପୁଣିଥରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରୁଛନ୍ତି । ସରକାର ଗଠନ ହେବା ପରେ ପ୍ରଥମ ଅଧିବେଶନରେ ରାଷ୍ଟ୍ରପତି ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର ଗାଣତାନ୍ତ୍ରିକ ପରମ୍ପରା ରହିଛି । ଆଜି ରାଷ୍ଟ୍ରପତି ନିଜ ସମ୍ବୋଧନ ରଖିବା ପରେ କାଲି ସରକାରୀ ପକ୍ଷରୁ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ ତମାମ ଶାସକ ଓ ବିରୋଧୀ ସଦସ୍ୟ ଅଂଶଗ୍ରହଣ କରି ବିବୃତ୍ତି ରଖିବେ । ଦେଖନ୍ତୁ ରାଷ୍ଟ୍ରପତିଙ୍କ ସମ୍ବୋଧନର LIVE... 

Last Updated : Jun 27, 2024, 12:11 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.