ETV Bharat / state

ଯୁୁବବର୍ଗଙ୍କ ନିଆରା ଉଦ୍ୟମ, ଏଥର ପୋଖରୀରୁ ଆବର୍ଜନା ସଫା କରିବ 'ସମୁଦ୍ର ଘୋଡ଼ା' ! - Sea Horse

author img

By ETV Bharat Odisha Team

Published : Jul 10, 2024, 10:28 PM IST

Sea Horse: ପୋଖରୀକୁ ସଫେଇ କରିବା ଦିଗରେ ଆଉ ପାଦେ ଆଗେଇ ଏକ ନୂଆ ଟେକ୍ନୋଲୋଜିର ଉଦ୍ଭାବନ କରିଛନ୍ତି ଯୁବବର୍ଗ । ସମୁଦ୍ର ଘୋଡ଼ା ବା ୱାଟର ସାଇକେଲ ଦ୍ବାରା ଏଥର ଆବର୍ଜନା ସଫା କରିହେବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Sea Horse
Sea Horse (ETV Bharat Odisha)

ବ୍ରହ୍ମପୁର: ଅନେକ ସମୟରେ ପୋଖରୀରେ କଡରେ ଅଳିଆ ଆବର୍ଜନା ପଡ଼ିବା ଯୋଗୁଁ ଜଳ ପ୍ରଦୂଷିତ ହୋଇଥାଏ । ବ୍ରହ୍ମପୁରରେ ପୋଖରୀକୁ ସଫେଇ କରିବାକୁ ପ୍ରଶାସନ ଅନେକ ଯୋଜନା କରିଛି । ସହରର କେତେକ ଯୁବବର୍ଗ ପୋଖରୀରେ ପଡୁଥିବା ପ୍ଲାଷ୍ଟିକ ଏବଂ ଆବର୍ଜନା ଗୁଡିକୁ ଖୁବ୍ ସହଜରେ ନିୟମିତ ବ୍ୟବଧାନରେ ସଫେଇ କରିବା ପାଇଁ ନିଜସ୍ୱ ଉଦ୍ୟମରେ ପ୍ରସ୍ତୁତ କରିଛନ୍ତି ସମୁଦ୍ର ଘୋଡା (Sea Horse) । ଯାହାର ପରୀକ୍ଷାମୂଳକ କାର୍ଯ୍ୟ ହୋଇସାରିଥିବାବେଳେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ । ସାତ୍ତ୍ୱିକ ସୋଲ ଫାଉଣ୍ଡେସନର ଯୁବବର୍ଗଙ୍କ ଏହାକୁ ଏକ ନୂଆ ପ୍ରକଳ୍ପ 'ସମୁଦ୍ର ଘୋଡ଼ା' ଅର୍ଥାତ୍ 'ୱାଟର ସାଇକେଲ' ପ୍ରସ୍ତୁତ କରିଛନ୍ତି । ଏହି ସମୁଦ୍ର ଘୋଡ଼ା (Water Cycle) ପୋଖରୀ ଜଳ ମଧ୍ୟରେ ରହିଥିବା ଆବର୍ଜନାଗୁଡିକୁ ସଫେଇ କରିପାରିବ ବୋଲି କୁହାଯାଇଛି ।

Sea Horse (ETV Bharat Odisha)

ଖୁବଶୀଘ୍ର ଯୁବ ବର୍ଗଙ୍କୁ ନେଇ ବିଭିନ୍ନ ପୋଖରୀରରେ ସଫେଇ ଅଭିଯାନ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ସ୍ବେଚ୍ଛାସେବୀ । ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ଜିଲ୍ଲା ସଂଯୋଜକ ଭାରତ ଗୌରବ ଦାଶଙ୍କ କହିଛନ୍ତି, "ଅବ୍ୟବହୃତ କେତେକ ସାମଗ୍ରୀ ସହିତ ଏକ ପୁରାତନ ସାଇକେଲକୁ ନେଇ ବ୍ରହ୍ମପୁରର ଏହି ଯୁବବର୍ଗମାନେ ନିଜସ୍ୱ ଜ୍ଞାନ କୌଶଳରେ ସମୁଦ୍ର ଘୋଡା (SEA HORSE)କୁ ପ୍ରସ୍ତୁତ କରିଛନ୍ତି । ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟତ୍ର ମଧ୍ୟ ସ୍ଥାନାନ୍ତରିତ କରାଯାଇପାରିବ । ଏହି ପ୍ରକଳ୍ପରେ ଲାଗିଥିବା ନେଟ୍ ମାଧ୍ୟମରେ ପ୍ରତେକ ପୋଖରୀ ପରିସରରେ ରହିଥିବା ଅଳିଆ ଆବର୍ଜନା ଏବଂ ପ୍ଳାଷ୍ଟିକକୁ ବାହାର କରାଯାଇପାରିବ ।" ସେପଟେ ଏହି କାର୍ଯ୍ୟରେ ଯୁବବର୍ଗ ଅଧିକରୁ ଅଧିକ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି ।

ଏହା ବି ପଢନ୍ତୁ...ରମେଶ ସାର୍‌ଙ୍କ ପରିବେଶ ସୁରକ୍ଷା ଚିନ୍ତା, ପେନସନ ଟଙ୍କାରେ ବାଣ୍ଟିଲେଣି ଲକ୍ଷ ଲକ୍ଷ ଗଛ - Kendujhars Tree Man Ramesh Sir

ବ୍ରହ୍ମପୁର ସହରରେ ରହିଥିବା ପୋଖରୀ ଗୁଡିକୁ ସଫେଇ କରିବାକୁ ପ୍ରଶାସନ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ପକ୍ଷରୁ ବର୍ଷ ତମାମ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହାସହ ବ୍ରହ୍ମପୁର ପ୍ରଶାସନ ପକ୍ଷରୁ ଅନେକ ଯୋଜନା ଏବଂ ପଦକ୍ଷେପମାନ ଗ୍ରହଣ କରାଯାଉଛି । ଏଭଳି ସ୍ଥିତିରେ ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବାକୁ ଅଣ୍ଟା ଭିଡିଛନ୍ତି ଯୁବବର୍ଗ । ସହରରେ ଯୁବବର୍ଗଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ନୂତନ ପ୍ରକଳ୍ପ 'ସମୁଦ୍ର ଘୋଡ଼ା'କୁ ସମସ୍ତଙ୍କ ସହଯୋଗ ମିଳିଲେ ପୋଖରୀକୁ ପ୍ଲାଷ୍ଟିକ ମୁକ୍ତ କରାଯିବା ନେଇ ଲକ୍ଷ୍ୟ ରହିଛି । ସେପଟେ ଯୁବବର୍ଗଙ୍କ ଏହି ନିଆରା ଉଦ୍ୟମ ପାଇଁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.