ETV Bharat / sports

ଶୁଟିଂରୁ ଆସିବ ଦ୍ବିତୀୟ ମେଡାଲ ! ଫାଇନାଲ୍‌ରେ ଅର୍ଜୁନ ବାବୁତା - Paris Olympics 2024

author img

By ETV Bharat Sports Team

Published : Jul 28, 2024, 5:47 PM IST

Paris Olympics 2024 Shooting: ପୁରୁଷ 10 ମିଟର ଏୟାର ରାଇଫଲ ବ୍ୟକ୍ତିଗତ ଇଭେଣ୍ଟରେ ଫାଇନାଲରେ ପ୍ରବେଶ କଲେ ଭାରତର ଟପ୍‌ ଶୁଟର ଅର୍ଜୁନ ବାବୁତା । ପୁଣି ଫେଲ ମାରିଲେ ସନ୍ଦୀପ ସିଂହ । ଅଧିକ ପଢ଼ନ୍ତୁ

Paris Olympics 2024 Shooting
Paris Olympics 2024 Shooting (Getty Images)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ୍ ଅଲିମ୍ପିକ୍ସର ଦ୍ବିତୀୟ ଦିନରେ ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି ଭାରତୀୟ ଶୁଟର । ରବିବାର ପ୍ୟାରିସ ଅଲିମ୍ପିକ୍ସ 2024ରେ ପୁରୁଷ 10 ମିଟର ଏୟାର ରାଇଫଲ ବ୍ୟକ୍ତିଗତ ଇଭେଣ୍ଟରେ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଟପ୍‌ ଶୁଟର ଅର୍ଜୁନ ବାବୁତା । ଅନ୍ୟପଟେ ଭାରତର ଅନ୍ୟତମ ଶୁଟର ସନ୍ଦୀପ ସିଂହ ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି । ସେ ଦ୍ବାଦଶ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି ।

ପଦକ ଆଣିବେ ଅର୍ଜୁନ !:-

ଏହି ମ୍ୟାଚରେ ଅର୍ଜୁନ 105.7, 104.9, 105.5, 105.4, 104.0 ଏବଂ 104.6 ସ୍କୋର ସହିତ 630.1 ପଏଣ୍ଟ ହାସଲ କରି ସପ୍ତମ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ସନ୍ଦୀପ ସିଂହ ମୋଟ 629.3 ପଏଣ୍ଟ ହାସଲ କରିଛନ୍ତି । ପ୍ରାରମ୍ଭରେ ସଂଘର୍ଷ କରିବା ପରେ ସନ୍ଦୀପ ଶେଷ ସିରିଜରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ, ମାତ୍ର ସେ ଦ୍ବାଦଶ ସ୍ଥାନରେ ହିଁ ସିରିଜ୍‌ ଶେଷ କରିପାରିଥିଲେ ।

ବାବୁତା ମୋଟ 630.1 ପଏଣ୍ଟ ସହ ଯୋଗ୍ୟତା ପର୍ଯ୍ୟାୟରେ ସପ୍ତମ ସ୍ଥାନ ହାସଲ କରିଥିବାବେଳେ ତାଙ୍କ ସାଥୀ ସନ୍ଦୀପ ସିଂ 629.3 ପଏଣ୍ଟ ସହ ଦ୍ବାଦଶ ସ୍ଥାନ ହାସଲ କରିବା ପରେ ଆଉ ଆଗକୁ ବଢ଼ିପାରିନଥିଲେ । ତେବେ 10 ମିଟର ଏୟାର ରାଇଫଲ ବ୍ୟକ୍ତିଗତ ଇଭେଣ୍ଟରେ ରମିତା ଜିନ୍ଦଲଙ୍କ ସହିତ ପୁରୁଷ ବର୍ଗରେ ଏହି ଇଭେଣ୍ଟରେ ଅର୍ଜୁନଙ୍କ ଠାରୁ ମଧ୍ୟ ପଦକ ଆଶା ରଖିଛନ୍ତି 140 କୋଟି ଦେଶବାସୀ । ରମିତା ଜିନ୍ଦଲ ପ୍ୟାରିସ ଅଲିମ୍ପିକ୍ସରେ ମହିଳା 10 ମିଟର ଏୟାର ରାଇଫଲ ଶୁଟିଂ ଇଭେଣ୍ଟରେ ଫାଇନାଲରେ ପ୍ରବେଶ କରିଛନ୍ତି ।

ସୋମବାର ଖେଳାଯିବ ଫାଇନାଲ:-

ବର୍ତ୍ତମାନ ସୋମବାର ଶୁଟିଂରେ ଭାରତକୁ ଦ୍ବିତୀୟ ପଦକ ଦେବା ବାବୁତାଙ୍କ ପରବର୍ତ୍ତୀ ଲକ୍ଷ୍ୟ ରହିବ । ଏହାପୂର୍ବରୁ ଆଜି (ରବିବାର) ମନୁ ଭାକର ମହିଳା 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଐତିହାସିକ ବ୍ରୋଞ୍ଜ ପଦକ ଜିତି ପ୍ୟାରିସରେ ଭାରତକୁ ପ୍ରଥମ ପଦକ ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଶୁଟିଂ ଫାଇନାଲ୍‌ରେ ରମିତା; ଶେଷ ପର୍ଯ୍ୟାୟରେ ଫେଲ ମାରିଲେ ଏଲାଭେନିଲ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.