ETV Bharat / health

ଖାଆନ୍ତୁ ପାନ: ଗଳାରୁ ସଫା ହୋଇଯିବ କଫ, ଏସବୁ ରୋଗ ପାଇଁ ରାମବାଣ - Benefits of Betel leaf

author img

By ETV Bharat Odisha Team

Published : Jul 28, 2024, 4:34 PM IST

Benefits of Betel leaf: ପାନ ପତ୍ର କେବଳ ଖାଇବା ପାଇଁ ନୁହେଁ ବରଂ ଧାର୍ମିକ କାର୍ଯ୍ୟରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ । ଶାସ୍ତ୍ରରେ ମଧ୍ୟ ପାନ ପତ୍ରର ବ୍ୟବହାର ବିଷୟରେ ଉଲ୍ଲେଖ ରହିଛି । ଅନେକ ରୋଗର ରାମବାଣ ପାନ ।

Benefits of Betel leaf
Benefits of Betel leaf (ETV Bharat)

ହାଇଦ୍ରାବାଦ: ଭାରତୀୟ ପରମ୍ପରାରେ ପାନ ପତ୍ରର ଏକ ସ୍ୱତନ୍ତ୍ରତା ରହିଛି । ପାନ ପତ୍ର କେବଳ ଖାଇବା ପାଇଁ ନୁହେଁ ବରଂ ଧାର୍ମିକ କାର୍ଯ୍ୟରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ । ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରତିଦିନ ପାନ ଲାଗି ହୋଇଥାଏ । ପୂଜା ବେଳେ ମଧ୍ୟ ପାନ ପତ୍ର ଲାଗି କରାଯାଏ । ପୁରାତନ ଯୁଗରୁ ଏହି ପାନପତ୍ରର ଚାହିଦା ବେଶ ଅଧିକ ରହିଥିବା ବେଳେ ଆଧୁନିକ ଯୁଗରେ ଏହାର ବ୍ୟବହାର କମି କମି ଆସୁଛି । ଗ୍ରାମାଞ୍ଚଳର ଲୋକମାନେ ଏବେବି ପାନ ଖାଇବାକୁ ରୁଚି ରଖୁଥିବା ବେଳେ ସହରାଞ୍ଚଳର ଅନେକ ଲୋକେ କିନ୍ତୁ ଏହାକୁ ଖାଇବାକୁ ନାପସନ୍ଦ କରିଥାନ୍ତି । ତେବେ ଏହି ପାନ ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ବହୁତ ବଡ ବଡ ରୋଗକୁ ଛୁ ମନ୍ତର କରିଥାଏ ଏହି ପାନ ପତ୍ର । ତେବେ ଆସନ୍ତୁ ଜାଣିବା ପାନପତ୍ରର ଉପକାରିତା ବିଷୟରେ ।

Benefits of Betel leaf
Benefits of Betel leaf (ETV Bharat)

ପାନ ପତ୍ରକୁ ନେଇ କଣ କୁହନ୍ତି ଆୟୁର୍ବେଦିକ ଡାକ୍ତର:

ଆୟୁର୍ବେଦ ଡାକ୍ତର ଅଙ୍କିତ ନାମଦେବ ପାନକୁ ନେଇ କହିଛନ୍ତି, "ପାନର ଯେତିକି ଧାର୍ମିକ ମହତ୍ତ୍ବ ରହିଛି ସେତିକି ଆୟୁର୍ବେଦିକ ମହତ୍ତ୍ବ ରହିଛି । ଯଦି ସଠିକ ଉପାୟରେ ଏହାର ସେବନ କରାଯାଏ ତେବେ ଶରୀର ପ୍ରତି ଏହା ଚମତ୍କାର ଫାଇଦା ଦେଇଥାଏ । ଅନେକ ରୋଗକୁ ଏହାକୁ ଛୁମନ୍ତର କରିଥାଏ । ପାନକୁ ନେଇ ଶାସ୍ତ୍ର, ଉପନିଷେଦ ସବୁଥିରେ ଉଲ୍ଲେଖ ରହିଛି ।" ଆଉମଧ୍ୟ ଆୟୁର୍ବେଦରେ ଉଲ୍ଲେଖ ରହିଛି ଯେ, ଖାଦ୍ୟ ଖାଇବା ପରେ ଶରୀରରେ କଫ ବଢିଥାଏ । ସେଥିପାଇଁ ପ୍ରତିଦିନ ଖାଇବା ପରେ ପାନ ସେବନ କରିବା ଉଚିତ । ଏହାଦ୍ୱାରା କଫ ବାହାରି ଯାଇଥାଏ ।

ପାନପତ୍ରର ବ୍ୟବହାର:

ପାନର ବ୍ୟବହାର ଅନେକ କ୍ଷେତ୍ରରେ ହୋଇଥାଏ । ପାନ ବିନା ପୂଜା କାର୍ଯ୍ୟ ଅସମ୍ପୂର୍ଣ୍ଣ । ଖାଦ୍ୟ ଖାଇବା ପରେ ପାନ ଖାଇବାର ଆମ ଭାରତୀୟ ସଂସ୍କୃତିରେ ବହୁ ପୂର୍ବରୁ ପ୍ରଚଳିତ ହୋଇଆସୁଛିି । ଏବେବି ଅନେକ ଲୋକଙ୍କର ଖାଦ୍ୟ ଖାଇବା ପରେ ପାନ ଖାଇବାର ଅଭ୍ୟାସ ରହିଛି । କୁଣିଆ ଘରକୁ ଆସିଲେ ଚା ପାଣି ସହ ପାନ ଦେବାର ପରମ୍ପରା ଅନେକ ଓଡ଼ିଆ ଘରେ ରହିଛି । ପାନର ବ୍ୟବହାରକୁ ନେଇ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି । ବିବାହ, ପୂଜା ପର୍ବାଣୀ ଭଳି ସବୁ ଶୁଭ କାର୍ଯ୍ୟରେ ପାନର ବ୍ୟବହାର ହୋଇଥାଏ ।

Benefits of Betel leaf
Benefits of Betel leaf (ETV Bharat)

ପାନପତ୍ରର ଔଷଧୀୟ ଗୁଣ:

  • ପାନ ପତ୍ର ରସ ସେବନ କରିବା ଦ୍ୱାରା ଗଳା କୁଣ୍ଡାଇ ହେବା ଓ କାଶ ରୋଗରୁ ଉପଶମ ମିଳିଥାଏ ।
  • ପାନ ପତ୍ରରୁ ଅନେକ ଔଷଧ ତିଆରି ହୋଇଥାଏ । କେଶ ତେଲରେ ମଧ୍ୟ ପାନ ପତ୍ର ବ୍ୟବହାର ହୋଇଥାଏ । ପାନ ପତ୍ରରେ ରୂପୀକୁ ହ୍ରାସ କରିବା ଗୁଣ ରହିଥାଏ ।
  • କୁଣ୍ଡିଆ ଭଳି ରୋଗ (ଫଙ୍ଗଲ ଡିଜିଜ୍) ହୋଇଥାଏ ସ୍ଥାନରେ ପାନ ପତ୍ରକୁ ପେଷ୍ଟ କରି ସେଥିରେ ଲଗାଇଲେ ଲାଘବ ମିଳେ ।
  • ପାନ ପତ୍ରରେ ଜୀବାଣୁ ପ୍ରତିରୋଧକ ଗୁଣ ରହିଥାଏ । ଏହାକୁ ଚୋବାଇବା ଦ୍ୱାରା ମୁଖ ବିଭିନ୍ନ ରୋଗରୁ ଉପଶମ ମିଳିଥାଏ । କ୍ୟାଭିଟିସ୍ (ଦାନ୍ତ ପୋକ ଖାଇବା) ଓ ମାଢି ରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ ।
  • ଖାଦ୍ୟ ହଜମ କ୍ରିୟାରେ ମଧ୍ୟ ପାନ ପତ୍ର ସାହାଯ୍ୟ କରିଥାଏ ।

ଖାଦ୍ୟ ଖାଇବା ପରେ ପାନ ଖାଇବା କେତେ ଜରୁରୀ:

ପାନକୁ ଯଦି ପ୍ରତିଦିନ ଖାଇବେ ତେବେ ଅନେକ ରୋଗରୁ ଉପଶମ ମିଳିଥାଏ । ତେଣୁ ପ୍ରତିଦିନ ଖାଇ ସାରିବା ପରେ ପାନ ସେବନ କରିବା ଜରୁରୀ ଅଟେ । ଏହାଦ୍ୱାରା ଶରୀରରେ କଫ ଜନିତ ସମସ୍ତ ରୋଗ ଭଲ ହୋଇଯାଇଥାଏ ।

ଏହାମଧ୍ୟ ପଢନ୍ତୁ.. ପ୍ରତିଦିନ ଖାଆନ୍ତୁ ଏହି ପତ୍ର, ଅଳ୍ପ ଦିନରେ ଗାଏବ ହୋଇଯିବ ଖରାପ କୋଲେଷ୍ଟ୍ରଲ - Curry Leaf Benefits

ଏହାମଧ୍ୟ ପଢନ୍ତୁ..ଶରୀରରୁ ରୋଗ ଦେବ ଦୂରେଇ, ଶକ୍ତିଶାଳୀ କରିବ ଏହି ଯାଦୁଗର ଗଛ - Benefits Of Drumsticks

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.