ETV Bharat / state

ରତ୍ନଭଣ୍ଡାର ଚାବି ପ୍ରହେଳିକା ପଛରେ ଗତ ସରକାରର କେଉଁ ଅଧିକାରୀ ? ଆଇନ ମନ୍ତ୍ରୀ ଦେଲେ କଡା କାର୍ଯ୍ୟାନୁଷ୍ଠାନ ସଙ୍କେତ - Ratna Bhandar key issue

author img

By ETV Bharat Odisha Team

Published : Jul 28, 2024, 4:57 PM IST

Ratna Bhandar key Politics: ଆଇନମନ୍ତ୍ରୀଙ୍କ ବିସ୍ଫୋରକ ବୟାନ । ଚାବି ପ୍ରହେଳିକା ସୃଷ୍ଟି କରି ରତ୍ନଭଣ୍ଡାର ନଖୋଲିବାକୁ ହୋଇଥିଲା ଷଡଯନ୍ତ୍ର । ଏହା ପଛରେ ଗତ ସରକାରଙ୍କ କିଛି ଅଧିକାରୀଙ୍କ ସମ୍ପୃକ୍ତି । ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ରତ୍ନଭଣ୍ଡାର ଚାବି ପ୍ରହେଳିକା ପଛରେ ଗତ ସରକାର କେଉଁ ଅଧିକାରୀ ? ମନ୍ତ୍ରୀ ଦେଲେ କଡା କାର୍ଯ୍ୟାନୁଷ୍ଠାନ ସଙ୍କେତ
ରତ୍ନଭଣ୍ଡାର ଚାବି ପ୍ରହେଳିକା ପଛରେ ଗତ ସରକାର କେଉଁ ଅଧିକାରୀ ? ମନ୍ତ୍ରୀ ଦେଲେ କଡା କାର୍ଯ୍ୟାନୁଷ୍ଠାନ ସଙ୍କେତ (ETV Bharat Odisha)

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଏକ ପ୍ରହେଳିକା ଥିଲା । ଏଥିରେ ପୂର୍ବ ସରକାରର କିଛି ଅଧିକାରୀଙ୍କ ସମ୍ପୃକ୍ତ ଅଛି । ଏପରି ପ୍ରହେଳିକା ସୃଷ୍ଟି କରି ରତ୍ନଭଣ୍ଡାର ନଖୋଲିବା ପାଇଁ ଷଡଯନ୍ତ୍ର ରଚାଯାଇଥିଲା । ଫଳରେ ରତ୍ନଭଣ୍ଡାର ଖୋଲାଯାଇ ପାରିଲାନାହିଁ, ଏଥିରେ କେଉଁମାନେ ଦାୟୀ, ତାର ତଦନ୍ତ ହେବ । ଯେ କେହି ବି ଏଥିପାଇଁ ଦାୟୀ, ସେମାନଙ୍କ ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଗତ ସରକାରରେ ଚାବି ହଜିବା ଓ ଡୁପ୍ଲିକେଟ ଚାବି ଜିଲ୍ଲା ଟ୍ରେଜେରୀରୁ ମିଳିଥିବା ଚର୍ଚ୍ଚା ହୋଇଥିଲା । ତେବେ ଚାବି କାହା ଦାୟିତ୍ବରେ ଥିଲା । କେତୋଟି ଚାବି ଥିଲା । ଅରିଜିନାଲ ଚାବି ଗଲା କୁଆଡେ ଓ ଡୁପ୍ଲିକେଟ ଚାବି କେଉଁଠୁ ଆସିଲା, ସେନେଇ ନାନା ପ୍ରଶ୍ନ ମଧ୍ୟରେ ଆଜି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସିଧା ପୂର୍ବ ସରକାର ଅମଳରେ ଶ୍ରୀମନ୍ଦିର ସମ୍ପର୍କିତ ବିଭିନ୍ନ ପ୍ରଶାସନିକ ଦାୟିତ୍ବରେ ଥିବା ଅଧିକାରୀଙ୍କ ଭୂମିକାକୁ ଦାୟୀ କରିଛନ୍ତି । ସିଧାସଳଖ ନାମ ନେଇନଥିଲେ ସୁଦ୍ଧା ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇଛନ୍ତି ।

ଚାବି ପ୍ରହେଳିକା ପଛରେ ଗତ ସରକାରର ଅଧିକାରୀ:-

ମନ୍ତ୍ରୀ କହିଛନ୍ତି,‘‘ ବିଜେପି ସରକାର ଆସିବା ପରେ ମହାପ୍ରଭୁଙ୍କ ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିଲା । ତା’ ପରେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଚାବି ପ୍ରହେଳିକା ଗତ ସରକାରର ବାବୁମାନେ ଆରମ୍ଭ କରିଥିଲେ । କିଏ ଦାୟୀ ଜଣାପଡିନି । ଚାବିର ପ୍ରହେଳିକା କରି ରତ୍ନଭଣ୍ଡାର ନଖୋଲିବା ପାଇଁ ଯେଉଁମାନେ ଷଡଯନ୍ତ୍ର କରିଥିଲେ ତାର ଖୁଲାସା ହେବ । ଯେଉଁମାନେ ଏଭଳି ଚଞ୍ଚକତା କରିଛନ୍ତି ସେମାନଙ୍କ ବିରୋଧରେ ନିଶ୍ଚୟ ଦଣ୍ଡ ବିଧାନ ହେବ ।’’

ଖୁବଶୀଘ୍ର ମରାମତି କାମ ଆରମ୍ଭ ହେବ:-

ଆହୁରି ମଧ୍ୟ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ‘‘ଖୁବଶୀଘ୍ର ‘ଏଏସଆଇ’ ମରାମତି କାମ ଆରମ୍ଭ କରିବ । ପ୍ରାଥମିକ ଯାଞ୍ଚ ସରିଛି । ‘ଏସଓପି’ରେ କିଛି ସଂଶୋଧନ ଆବଶ୍ୟକତା ଥିଲା । ସେନେଇ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି । ପ୍ରଭୁଙ୍କର ନୀତିକାନ୍ତିରେ ଯେପରି କୌଣସି ସମସ୍ୟା ନହୁଏ ତାକୁ ପ୍ରାଥମିକତା ଦିଆଯାଉଛି । ସେ ବାବଦରେ ସେବାୟତଙ୍କ ସହ ଆଲୋଚନା ହୋଇଛି । ତେଣୁ ମରାମତି କାମ ଖୁବ ଶୀଘ୍ର ଆରମ୍ଭ ହେବ । ପ୍ରାଥମିକ ଯାଞ୍ଚ ଏବଂ ଆକଳନ ସରିଥିବା ବେଳେ କାମ ଆରମ୍ଭ ହେବାର ପ୍ରକ୍ରିୟା ବାକି ଅଛି । ପ୍ରଥମେ ବାହାର ରତ୍ନଭଣ୍ଡାର ମରାମତି କାମ ହୋଇ ସରିଲା ପରେ ଭିତର ରତ୍ନଭଣ୍ଡାର ମରାମତି କାମ ପାଇଁ ଲେଜର ସ୍କାନିଂ ହେବ କି ନାହିଁ ନିଷ୍ପତ୍ତି ନିଆଯିବ ।’’

46 ବର୍ଷ ପରେ ଖୋଲି ରତ୍ନଭଣ୍ଡାର:-

ସୂଚନାଯୋଗ୍ୟ ଯେ, ଚଳିତମାସ (ଜୁଲାଇ) ୧୪ ତାରିଖରେ ଶ୍ରୀମନ୍ଦିରର ବାହାର ରତ୍ନଭଣ୍ଡାର ଖୋଲା ଯାଇଥିବା ବେଳେ ୧୮ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । ରତ୍ନଭଣ୍ଡାରର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ୧୧ଜଣିଆ ଅଧିକୃତ ଟିମ୍ ଭିତର ରତ୍ନଭଣ୍ଡାର ଭିତରକୁ ଯାଇଥିଲେ । ଏଥିସହ ଗଜପତି ମହାରାଜ ମଧ୍ୟ ଭିତର ରତ୍ନଭଣ୍ଡାର ଭିତରକୁ ଯାଇଥିଲେ । ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାରଗୁଡ଼ିକ ଖଟଶେଯ ଘରେ କରାଯାଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇସାରିଛି । ମୂଲ୍ୟବାନ ସାମଗ୍ରୀ ରଖାଯିବା ପରେ ଷ୍ଟ୍ରଙ୍ଗରୁମକୁ ସିଲ୍ କରାଯାଇଥିଲା । ଏବେ ଗଣତି ମଣତି ପାଇଁ ପ୍ରସ୍ତୁତି ଜାରି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.