ETV Bharat / bharat

ପ୍ରଶ୍ନଘେରରେ ଦିଲ୍ଲୀ କୋଚିଂ ସେଣ୍ଟର; ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ, ଜାଣନ୍ତୁ କେବେ କେବେ ଘଟିଛି ଅଘଟଣ - Coaching Incidents in Delhi

author img

By ETV Bharat Odisha Team

Published : Jul 28, 2024, 5:26 PM IST

Delhi Coaching Incidents: ଦିଲ୍ଲୀ IAS କୋଚିଂ ସେଣ୍ଟର ଅଘଟଣ ସାରା ଦେଶକୁ ଚିନ୍ତିତ କରିଛି । ସୁନେଲି ଜୀବନର ସ୍ବପ୍ନ ଦେଖି ଦିଲ୍ଲୀ ପାଠ ପଢିବାକୁ ଯାଇଥିବା ଛାତ୍ରଛାତ୍ରୀଙ୍କ ଜୀବନ ବିପଦରେ ପଡ଼ିଛି । ବାରମ୍ବାର ଦିଲ୍ଲୀ କୋଚିଂ ସେଣ୍ଟରରେ ନାନା ପ୍ରକାରର ଅଘଟଣ ଘଟୁଥିବା ବେଳେ ଅକାଳରେ ଛାତ୍ରଛାତ୍ରୀଙ୍କ ଜୀବନ ଯାଉଛି । ବିଗତ ଦିନମାନଙ୍କରେ କୋଚିଂ ସେଣ୍ଟର ଅଘଟଣରେ ଛାତ୍ରଛାତ୍ରୀ ଜୀବନ ହରାଇଥିବା ଘଟଣାବଳୀ ଉପରେ ନଜର ପକାନ୍ତୁ ।

Delhi Coaching Centre Incidents
Delhi Coaching Centre Incidents (ETV Bharat Odisha)

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ପୁରାତନ ସହର ରାଜେନ୍ଦ୍ର ନଗରର ରାଉଜ କୋଚିଂ ସେଣ୍ଟରର ବେସମେଣ୍ଟରେ ଶନିବାର ଭୟାବହ ଅଘଟଣରେ ଚାଲିଯାଇଛି 3 ଜଣ ୟୁପିଏସସି ଆଶାୟୀଙ୍କ ଜୀବନ । ହଠାତ୍‌ ବେସମେଣ୍ଟରେ ଡ୍ରେନ ପାଣି ପଶିଯିବା ଫଳରେ ଲାଇବ୍ରେରୀରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଏବେ ପ୍ରଶ୍ନଘେରରେ ଦିଲ୍ଲୀର କୋଚିଂ ସେଣ୍ଟର । ଅବ୍ୟବସ୍ଥା ଯୋଗୁଁ ଅକାଳରେ ଛାତ୍ରଛାତ୍ରୀଙ୍କ ପ୍ରାଣହାନି ଘଟୁଛି । ଏହା ପ୍ରଥମ ଘଟଣା ନୁହେଁ, ଇତିହାସ ପୃଷ୍ଠା ଲେଉଟାଇଲେ ଏଭଳି ବାରମ୍ବାର ଘଟଣା ଜାତୀୟ ରାଜଧାନୀରୁ ସାମ୍ନାକୁ ଆସୁଛି ।

ନିୟମକୁ ଫୁ !

ରାଉଜ କୋଚିଂ ସେଣ୍ଟରର ବେସମେଣ୍ଟରେ ଲାଇବ୍ରେରୀ ରହିଛି । ଏଠାରେ ୟୁପିଏସସି ଆଶାୟୀମାନେ ଆସି ପାଠ ପଢନ୍ତି । ଶନିବାର ହଠାତ ବେସମେଣ୍ଟରେ ପାଣି ପଶିଯିବା କାରଣରୁ କିଛି ଆଶାୟୀଙ୍କ ମୃତ୍ୟୁ ଘଟିଛି । ଏହି ଅଘଟଣ କୋଚିଂ ସଂସ୍ଥାର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଜାତୀୟ ରାଜଧାନୀରେ ଏଭଳି ଅନେକ କୋଚିଂ ସେଣ୍ଟର ରହିଛି ଯାହାକି ସୁରକ୍ଷା ନିୟମକୁ ଅଣଦେଖା କରୁଛି । ଫଳରେ ବାରମ୍ବାର ଏଭଳି ଅଘଟଣ ଘଟୁଛି । ସବୁଠୁ ବିଡମ୍ବନାର ବିଷୟ ହେଉଛି, ଏହି କୋଚିଂ ସେଣ୍ଟରଗୁଡ଼ିକ ପରିଚାଳନା ପୂର୍ବରୁ ଏହାର ସୁରକ୍ଷା ସମ୍ବନ୍ଧୀୟ ଯାଞ୍ଚ କରାଯାଉନାହିଁ । ବିନା ଫାୟାର ସେଫ୍ଟି ସାର୍ଟିଫିକେଟ, ଗଠନମୂଳକ ସ୍ଥିରତା ଓ ବିପର୍ଯ୍ୟୟର ମୁକାବିଲା ପାଇଁ କୌଣସି ବ୍ୟବସ୍ଥା ନଥାଇ ଏହା ପରିଚାଳିତ ହେଉଛି ।

Rau IAS Coaching Incident
Rau IAS Coaching Incident (ETV Bharat)

ଉଦ୍ଧାର କାର୍ଯ୍ୟରେ ସମସ୍ୟା:-

ଏହି ସମସ୍ୟାର ମୁଖ୍ୟ କାରଣ ହେଉଛି ଉଭୟ ସମ୍ପତ୍ତି ମାଲିକ ଏବଂ କୋଚିଂ ବା ଇନଷ୍ଟିଚ୍ୟୁଟ୍ ଅପରେଟର ଏହି ସମସ୍ତ ଗୁରୁତ୍ବପୂର୍ଣ୍ଣ ମାନଦଣ୍ଡ ପ୍ରତି ଧ୍ୟାନ ଦେବାକୁ ଚାହାଁନ୍ତି ନାହିଁ ବୋଲି ଅଭିଯୋଗ ହେଉଛି । ଏହି କାରଣରୁ ଯେତେବେଳେ ଏପରି ଘଟଣା ଘଟୁଛି, ସ୍ଥାନୀୟ ଲୋକେ ବା ଉଦ୍ଧାରକାରୀ ଟିମ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଏହି ସମସ୍ୟା ସେତେବେଳେ ଉପୁଜୁଥିବା ଦେଖିବାକୁ ମିଳୁଛି, ଯେତେବେଳେ କୋଚିଂ ସେଣ୍ଟର ସଂକୀର୍ଣ୍ଣ ରାସ୍ତାରେ ଥାଏ କିମ୍ବା ଉଦ୍ଧାର କାର୍ଯ୍ୟରେ ସମ୍ପୃକ୍ତ ଗାଡି ଗୁଡିକ ଘଟଣାସ୍ଥଳରେ ପହଞ୍ଚିବାରେ ଅସୁବିଧା ଭୋଗନ୍ତି ।

ଏହି ସ୍ଥାନରେ ଛତୁ ଫୁଟିଲା ପରି ରହିଛି କୋଚିଂ ସେଣ୍ଟର:-

ଦିଲ୍ଲୀରେ ଏପରି ଅନେକ ସ୍ଥାନ ରହିଛି, ଯେଉଁଠି ସୁରକ୍ଷା ମାପଦଣ୍ଡକୁ ବେଖାତିର କରି ଛତୁ ଫୁଟିଲା ପରି କୋଚିଂ ସେଣ୍ଟର ଗୁଡ଼ିକ ପରିଚାଳିତ ହେଉଛି । ତନ୍ମଧ୍ୟରୁ ରାଜେନ୍ଦ୍ର ନଗର, ପୁରୁଣା ରାଜେନ୍ଦ୍ର ନଗର, ପଟେଲ ନଗର, ପୁସା ରୋଡ, କରୋଲ ବାଗ, ମୁଖାର୍ଜୀ ନଗର, ଜିଟିବି ନଗର, ଲକ୍ଷ୍ମୀ ନଗର, ପ୍ରୀତ ବିହାର, ଶକରପୁର, ଜାନକପୁରୀ, ଉତ୍ତମ ନଗର, ବିକାଶପୁରୀ, କାଲୁ ସରାୟ, ନେହେରୁ ବିହାର । ଏହି ସ୍ଥାନ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅନୁଯାୟୀ ସଠିକ୍ ଭାବରେ ପ୍ରବେଶ-ପ୍ରସ୍ଥାନ ଗେଟ୍‌ ଅଭାବରୁ ବାରମ୍ବାର ଅଘଟଣ ଘଟୁଛି । କମ୍ ଭଡା ଦେଇ ଅଧିକ ଅର୍ଥ ଉପାର୍ଜନ କରିବା ଆଶାରେ କୋଚିଂ ସେଣ୍ଟରର ଅପରେଟରମାନେ ଖୋଲାଖୋଲି ଭାବରେ ନିୟମର ଉଲ୍ଲଙ୍ଘନ କରି ଦୁର୍ଘଟଣାକୁ ନିମନ୍ତ୍ରଣ କରୁଛନ୍ତି । ଏହି ସ୍ଥାନ ଗୁଡ଼ିକରେ ସିଏ, IAS, ଇଞ୍ଜିନିୟରିଂ, ମେଡିକାଲ, ବ୍ୟାକିଂ ଓ SSCର ଅନେକ କୋଚିଂ ସେଣ୍ଟର ରହିଛି ।

Rau IAS Coaching Incident
Rau IAS Coaching Incident (ETV Bharat)

ମୁଖାର୍ଜୀ ନଗରରେ ଚାଲିଛି 500 କୋଚିଂ ସେଣ୍ଟର:-

ବିଶେଷ କରି ଦିଲ୍ଲୀର ମୁଖାର୍ଜୀ ନଗରରେ ପ୍ରାୟ 500ରୁ ଅଧିକ କୋଚିଂ ସେଣ୍ଟର ରହିଛି । ଏଠାରେ ପିଜିରେ ଗୋଟିଏ ରୁମରେ ଏକାଧିକ ଛାତ୍ର ରହିଥାନ୍ତି । ଏହାସହ ସୁରକ୍ଷା କଥା ଉଠିଲେ ଏମାନଙ୍କ ନିକଟରେ କୌଣସି ବ୍ୟବସ୍ଥା ନାହିଁ । 60ରୁ 65 ପ୍ରତିଶତ ଫାୟାର ସେଫ୍ଟି ସାର୍ଟିଫିକେଟ ରହିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ପୋଲିସ ପ୍ରଶାସନ ଓ ଅପରେଟରଙ୍କ ଆପୋଷ ବୁଝାମଣାରେ ଏଭଳି ଦୀର୍ଘ ଦିନ ଧରି ହୋଇଆସୁଛି ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁୟାୟୀ କାର୍ଯ୍ୟାନୁଷ୍ଠାନ ପରେ ବି ଅଘଟଣ:-

ଗତ ବର୍ଷ ଜୁନ 15ରେ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଧାରିତ ମାନଦଣ୍ଡକୁ ଅଣଦେଖା କରି ଚାଲୁଥିବା କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାୟ 900 କୋଚିଂ ସେଣ୍ଟରକୁ ନୋଟିସ ଜାରି କରି ଏହାର ଉତ୍ତର ମାଗିଥିଲେ । ଏଥିରେ ଯମୁନାପାରର ଶାହଦରା ଦକ୍ଷିଣ ଜୋନ୍ ଅଧୀନରେ ପରିଚାଳିତ 90ଟି କୋଚିଂ ସେଣ୍ଟରକୁ ମଧ୍ୟ ନୋଟିସ ଜାରି କରାଯାଇଥିଲା ।

କେବେ ଘଟିଛି ଅଘଟଣ ?

ପଶ୍ଚିମ-ଦିଲ୍ଲୀର ଜାନକପୁରୀରେ 2019 ଜୁନ 30ରେ ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିବା ସମୟରେ ବିଲ୍ଡିଂରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପାଠ ପଢୁଥିଲେ । ଏହାବାଦ ଜୁନ 15, 2023ରେ ମଧ୍ୟ ମୁଖାର୍ଜୀନଗର ଅଞ୍ଚଳର ଏକ କୋଚିଂ ସେଣ୍ଟରରେ ନିଆଁ ଲାଗିଥିଲା । ଏହାପରେ ପିଜିରେ ରହୁଥିବା ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ । ଦିଲ୍ଲୀ ହାଇକୋର୍ଟ ଏହି ଘଟଣାରେ ମୁଖାର୍ଜୀ ନଗରରେ ପରିଚାଳିତ ହେଉଥିବା କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନର ଆଦେଶ ଦେଇଥିଲେ । ଏହାପରେ ବି ବାରମ୍ବାର ଦିଲ୍ଲୀରୁ ଏଭଳି ଘଟଣା ସାମ୍ନାକୁ ଆସୁଛି ।

ଏହା ବି ପଢନ୍ତୁ- କୋଚିଂ ସେଣ୍ଟରରେ ପଶିଲା ଡ୍ରେନ ପାଣି, ଚାଲିଗଲା ୩ UPSC ଆଶାୟୀଙ୍କ ଜୀବନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.