ETV Bharat / entertainment

ରଣଭୀରଙ୍କ ସହ ନଜର ଆସିଲେ ଲାଡଲି ରାହା, କ୍ୟୁଟନେସ ଦେଖି ଫିଦା ଫ୍ୟାନ୍ସ - RAHA KAPOOR VIRAL VIDEO

author img

By ETV Bharat Odisha Team

Published : Jul 28, 2024, 5:35 PM IST

Raha Kapoor Latest Pictures: ନଭେମ୍ବରରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଝିଅ ରାହା କପୁରଙ୍କୁ ଦୁଇ ବର୍ଷ ହେବାକୁ ଯାଉଛି । ରାହାର କ୍ୟୁଟନେସ୍ ସମସ୍ତଙ୍କୁ ଦିୱାନା କରେ । ଏହାରି ମଧ୍ୟରେ ଏବେ ରାହାଙ୍କର ଲାଟେଷ୍ଟ ଭିଡିଓ ସାମ୍ନାକୁ ଆସିଛି । ଯାହା ଏବେ ଖୁବ ଭାଇରାଲ ହେଉଛି ।

ରଣଭୀରଙ୍କ ସହ ନଜର ଆସିଲେ ଲାଡଲି ରାହା, କ୍ୟୁଟନେସ ଦେଖି ପିଦା ଫ୍ୟାନ୍ସ
ରଣଭୀରଙ୍କ ସହ ନଜର ଆସିଲେ ଲାଡଲି ରାହା, କ୍ୟୁଟନେସ ଦେଖି ପିଦା ଫ୍ୟାନ୍ସ (IANS and Instagram)

ହାଇଦ୍ରାବାଦ: ରଣବୀର କପୁର-ଆଲିଆ ଭଟ୍ଟଙ୍କ ଲାଡଲି ରାହା ଅନ୍ୟତମ ଲୋକପ୍ରିୟ ଷ୍ଟାର ପିଲାମାନଙ୍କ ମଧ୍ୟରୁ ଜଣେ । ଯେତେବେଳେ ବି ସେ ଘରୁ ବାହାରକୁ ଯାଆନ୍ତି, ସେ ସୋସିଆଲ ମିଡିଆରେ ତାଙ୍କର ଭିଡିଓ ଖୁବ ଭାଇରାଲ ହୋଇଥାଏ । ବର୍ତ୍ତମାନ ଏହି ଷ୍ଟାର କିଡଙ୍କ ଲାଟେଷ୍ଟ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ରାହା ବାହାରେ ବୁଲୁଥିବାର ନଜର ଆସିଛନ୍ତି । ତାଙ୍କ କ୍ୟୁଟନେସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ରାହାଙ୍କ ଲାଟେଷ୍ଟ ଭିଡିଓ ଭାଇରାଲ

ପାପାରାଜି ରବିବାର (ଜୁଲାଇ 28)ରେ ତାଙ୍କ ପିତା ତଥା ଅଭିନେତା ରଣବୀର କପୁରଙ୍କ ସହ ରାହାଙ୍କ ଏକ ଲାଟେଷ୍ଟ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ, ରାହା ହ୍ୱାଇଟ ଏବଂ ବାଦାମୀ ରଙ୍ଗର ପୋଷାକରେ ଦେଖିବାକୁ ମିଳିଥିବା ବେଳେ ସେ ଘର ବାହାରେ ବୁଲୁଥିବାର ନଜର ଆସିଛନ୍ତି । ଏହି ସମୟରେ ତାଙ୍କ ସହ ବାପା ରଣବୀର କପୁରଙ୍କୁ ଦେଖିବାକୁ ମିଳିଛି । ରଣବୀର ପାପାରାଜି ପାଇଁ ପୋଜ୍ କରିଥିବାବେଳେ ରାହା ମଧ୍ୟ ତାଙ୍କ ପିତାଙ୍କ ସହ ପୋଜ ଦେଉଥିବାର ନଜର ଆସିଛନ୍ତି ।

ରାହାଙ୍କ କ୍ୟୁଟନେସ ଦେଖି ଫିଦା ଫ୍ୟାନ୍ସ

ରାହାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ଏହା ଦେଖି ଫିଦା ହୋଇଛନ୍ତି । ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ଜଣେ ୟୁଜର୍ସ ଲେଖିଛନ୍ତି, ବର୍ତ୍ତମାନ ସେ ପ୍ରକୃତରେ ତାଙ୍କ ମାଆ ଆଲିଆ ଭଟ୍ଟଙ୍କ ପରି ଦେଖାଯାଉଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ବହୁତ ସୁନ୍ଦର, ରାହା, ଆଲିଆଙ୍କ ପରି ଦେଖାଯାଉଛି । ଅନ୍ୟ ଜଣେ ଲେଖିଛନ୍ତି, ଛୋଟ ଆଲିଆ ।

ଏହା ମଧ୍ୟ ପଢନ୍ତୁ: ଖ୍ରୀଷ୍ଟମାସରେ ଫ୍ୟାନ୍ସଙ୍କୁ ଭେଟି ଦେଲେ ଆଲିଆ-ରଣବୀର, ଝିଅ ରାହାଙ୍କ ଦେଖାଇଲେ ଚେହେରା

ଖ୍ରୀଷ୍ଟମାସରେ ରାହାଙ୍କୁ ମିଡିଆ ସାମ୍ନାକୁ ଆଣିଥିଲେ ରଣଭୀର-ଆଲିଆ

ଆଲିଆ-ରଣବୀର ବ୍ରହ୍ମାସ୍ତ୍ର ଫିଲ୍ମର ସୁଟିଂ ସମୟରେ ପ୍ରେମରେ ପଡିଯାଇଥିଲେ । ଏହାପରେ ପରସ୍ପର ଡେଟିଂ କରିବା ପରେ ୨୦୨୨, ଏପ୍ରିଲ ୧୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହା ପରେ ନଭେମ୍ବର ୬, ୨୦୨୨ ରେ ଝିଅ ରାହାଙ୍କ ପିତାମାତା ହୋଇଥିଲେ । ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ନିଜ ଝିଅକୁ ମିଡିଆ ଠାରୁ ଦୂରେଇ ରଖିଥିବା ବେଳେ ଗତବର୍ଷ (୨୦୨୩) ଖ୍ରୀଷ୍ଟମାସରେ ଏହି ଦମ୍ପତି ଝିଅର ଲୁକକୁ ଦେଖାଇଥିଲେ । ସେଲିବ୍ରିଟି ଦମ୍ପତି ନିଜ ଶିଶୁ କନ୍ୟା ସହ ପାପାରାଜି ପାଇଁ ପୋଜ୍ ଦେଇଥିଲେ । ଯାହା ପର ଠାରୁ ରାହା ନିଜ କ୍ୟୁଟନେସ ପାଇଁ ଲାଇମଲାଇଟରେ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.