ETV Bharat / state

BJD ଜନବିରୋଧୀ ଆଖ୍ୟା, ଠକେଇ ମାମଲାରେ ଯାଇଥିଲେ ଜେଲ, ଦୋଷମୁକ୍ତ ହେବା ପରେ ଏବେ ଚର୍ଚ୍ଚାରେ ପ୍ରଦୀପ - PRADEEP PANIGRAHI ACQUITTED

BJDର ଜନବିରୋଧୀ ଆଖ୍ୟାକୁ ‘ଲେଖା ଛିଡ଼ାଇ ଦେବା’ ହୁଙ୍କାର ଦେଇ କରିଥିଲେ ଚ୍ୟାଲେଞ୍ଜ । ଏବେ ୫ ମାମଲାରେ ହେଲେ ଦୋଷମୁକ୍ତ । ପ୍ରଦୀପଙ୍କ ଘଟଣାବହୁଳ ରାଜନୀତି ଜୀବନକୁ ନେଇ ଏବେ ଚର୍ଚ୍ଚା ।

ଏକାଧିକ ମାମଲାରେ ବନ୍ଧା ହୋଇଥିଲେ, ସମସ୍ତ ମାମଲାରେ ଦୋଷମୁକ୍ତ ହେଲେ ପ୍ରଦୀପ
ଏକାଧିକ ମାମଲାରେ ବନ୍ଧା ହୋଇଥିଲେ, ସମସ୍ତ ମାମଲାରେ ଦୋଷମୁକ୍ତ ହେଲେ ପ୍ରଦୀପ (ETV Bharat Odisha)
author img

By ETV Bharat Odisha Team

Published : 10 hours ago

Updated : 10 hours ago

ବ୍ରହ୍ମପୁର: ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି ଦେବା ପାଇଁ ଲାଞ୍ଚ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ମଙ୍ଗଳବାର(୭ ତାରିଖ) ୨ଟି ଓ ଗତକାଲି (୮ ତାରିଖ) ୩ଟି ମାମଲାକୁ ମିଶାଇ ତାଙ୍କୁ ସମସ୍ତ ମାମଲାରେ ଦୋଷମୁକ୍ତ କରିଛନ୍ତି ବ୍ରହ୍ମପୁର ‘ଜେଏମଏଫସି’ କୋର୍ଟ । କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଗୋପାଳପୁର ଏବଂ ବ୍ରହ୍ମପୁରରେ ପ୍ରଦୀପଙ୍କ ସମର୍ଥକ ସେଲିବ୍ରେସନ କରିଥିବା ବେଳେ ପ୍ରଦୀପ ରାଜଧାନୀରେ ପ୍ରେସମିଟ କରି ପୂର୍ବ ସରକାର ଉପରେ ବର୍ଷିଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ପୂର୍ବତନ ଆଇଏଏସ ଅଫିସର ଭି.କେ. ପାଣ୍ଡିଆନ ଉପରେ ବର୍ଷିଛନ୍ତି ପ୍ରଦୀପ । ସେ କହିଛନ୍ତି, ସେ ଗୋପାଳପୁର ବିଧାୟକ ଥିବା ସମୟରେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିଲା । ସେମାନେ ତାଙ୍କୁ ପାର୍ଟିରୁ ବହିଷ୍କାର କରିଥିଲେ । ରାଜ୍ୟବାସୀ ଏବେ ଉକ୍ତ ଦଳକୁ କ୍ଷମତାକୁ ବାହାର କରି ଫିଙ୍ଗି ଦେଇଛନ୍ତି । "

ଏକାଧିକ ମାମଲାରେ ବନ୍ଧା ହୋଇଥିଲେ, ସମସ୍ତ ମାମଲାରେ ଦୋଷମୁକ୍ତ ହେଲେ ପ୍ରଦୀପ (ETV Bharat Odisha)
  • ଚାକିରି ପାଇଁ ଲାଞ୍ଚ ନେବା ମାମଲାରେ ପୂର୍ଣ୍ଣଚ୍ଛେଦ

ମଙ୍ଗଳବାର ଦୁଇଟି ମାମଲାରେ ଜେଏମଏଫସି (ରୁରାଲ) କୋର୍ଟ ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସମେତ ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଗତକାଲି (ବୁଧବାର) ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋଳନ୍ଥରା ଥାନା ଅଞ୍ଚଳରେ ରହିଥିବା ଅନ୍ୟ ତିନୋଟି ମାମଲାରେ ମଧ୍ୟ ପ୍ରଦୀପଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ପ୍ରଦୀପଙ୍କ ବିରୋଧରେ ଥିବା ବହୁଚର୍ଚ୍ଚିତ ଚାକିରି ପାଇଁ ଲାଞ୍ଚ ନେବା ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

  • ଦଳରୁ ବହିଷ୍କୃତ ହୋଇଥିଲେ, ଜେଲ ଯାଇଥିଲେ ପ୍ରଦୀପ

ଏକଦା ତତ୍କାଳୀନ ଗୋପାଳପୁରର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ବିଜୁ ଜନତା ଦଳ’ର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବେଶ ନିକଟତର ତଥା ସବୁଠାରୁ ବିଶ୍ୱସ୍ଥ ଭାବେ ଗଣା ଯାଉଥିଲା । ହେଲେ ପରବର୍ତ୍ତୀ ସମୟରେ ଦୃଶ୍ୟପଟ୍ଟ ବଦଳିଥିଲା । ଜନବିରୋଧୀ ଆଖ୍ୟା ଦେଇ ଗୋଟିଏ ପରେ ଗୋଟିଏ ପ୍ରଦୀପଙ୍କ ବିରୋଧରେ 5ଟି ମାମଲା ରୁଜୁ ହୋଇଥିଲା । ଅଭିଯୋଗ ଥିଲା ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି କରାଇଦେବା ଆଳରେ ମୋଟା ଅଙ୍କର ଲାଞ୍ଚ ନେଇଥିଲେ ପ୍ରଦୀପ । କେବଳ ପ୍ରଦୀପ ନୁହନ୍ତି ବରଂ ସେ ବନ୍ଧୁ ବାନ୍ଧିବାକୁ ଯାଉଥିବା ତତ୍କାଳୀନ ଆଇଏଫଏସ ଅଧିକାରୀ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ଦୋଷମୁକ୍ତ ହେବା ପରେ ଏବେ ଚର୍ଚ୍ଚାରେ ପ୍ରଦୀପ
ଦୋଷମୁକ୍ତ ହେବା ପରେ ଏବେ ଚର୍ଚ୍ଚାରେ ପ୍ରଦୀପ (ETV Bharat Odisha)
  • କୋଭିଡ ପରିଚାଳନା ତ୍ରୁଟି ନେଇ ପ୍ରଥମେ ମୁହଁ ଖୋଲିଥିଲେ

ପ୍ରଦୀପଙ୍କ ପ୍ରତିକ୍ରିୟା ଅନୁସାରେ, କୋଭିଡ ସମୟରେ ତତ୍କାଳୀନ ଗଞ୍ଜାମ ଜିଲ୍ଲାର ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବାପାଙ୍କ ସ୍ୱାସ୍ଥ ଖରାପ ସମୟରେ ତତକାଳୀନ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାଗତ ତ୍ରୁଟିକୁ ନେଇ ନବୀନଙ୍କୁ ଫୋନ କରି ମୁହଁ ଖୋଲିଥିବାରୁ ତାଙ୍କ ବିରୋଧରେ ଏପରି ଯୋଜନାବଦ୍ଧ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା । ପ୍ରଦୀପଙ୍କ ଏହି ଫୋନ କଲ ନବୀନଙ୍କ ନିକଟରେ ରହିଥିବା କିଛି ବରିଷ୍ଠ ଅଧିକାରୀଙ୍କୁ ବେଶ ବାଧିଥିଲା । ଯାହାକୁ ନେଇ ସେମାନେ ପ୍ରଦୀପଙ୍କୁ ନବୀନଙ୍କଠାରୁ ଦୂରେଇ ରଖିବାକୁ ଚିନ୍ତା କରିଥିଲେ । ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଜନ ବିରୋଧୀର ଆଖ୍ୟା ଦିଆଯିବା ଆରମ୍ଭ କରାଯାଇଥିଲା । ସେହି ସମୟରେ ଟାଟା ମୋର୍ଟସ୍ କମ୍ପାନୀରେ ନିଯୁକ୍ତି ଦେବା ନାମରେ ତତ୍କାଳୀନ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ଅଞ୍ଚଳର ଶିକ୍ଷିତ ଯୁବକ/ଯୁବତୀଙ୍କଠାରୁ ଟଙ୍କା ଠକି ନେଇଥିବା ନେଇ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନାରେ ଗୋଟିଏ ମାମଲା ସମେତ ଗୋଳନ୍ଥରା ଥାନାରେ ଚାରୋଟି ମାମଲାକୁ ମିଶାଇ ମୋଟ ପାଞ୍ଚଟି ମାମଲା ରୁଜୁ ହୋଇଥିଲା ।

  • କଣ ଥିଲା ୫ଟି ମାମଲା

ଟାଟା କମ୍ପାନୀରେ ନିଯୁକ୍ତି ପ୍ରଦାନ ନାମରେ ଠକେଇ ନେଇ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଏଭଳି ମୋଟ ପାଞ୍ଚୋଟି ମାମଲା ରୁଜ୍ଜୁ ହୋଇଥିଲା । ମଙ୍ଗଳବାର ଦୁଇଟି ମାମଲାରେ ଗୋପାଳପୁରର ପୂର୍ବତନ ବିଧାୟକ ତଥା ବ୍ରହ୍ମପୁର ସାଂସଦ ପ୍ରଦୀପଙ୍କ ସମେତ ଆକାଶ ଓ ଅଭୟ ପାଠକଙ୍କୁ ନିର୍ଦ୍ଦୋଷରେ କୋର୍ଟରେ ଖଲାସ କରାଯାଇଥିଲା । ବ୍ରହ୍ମପୁର ଜେ.ଏମ୍.ଏଫ୍.ସି ରୁରାଲ କୋର୍ଟରେ ନିଜେ ପ୍ରଦୀପ ରହି ନିଜର ବୟାନ ଦେଇଥିବା ବେଳେ କୋର୍ଟ ପକ୍ଷରୁ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ମାମଲାର ଜି.ଆର୍ କେଶ ନମ୍ବର- ୨୨୨୫/୨୦୨୦ ଏବଂ ବୈଦ୍ୟନାଥପୁର‌ ଥାନାରେ ରୁଜୁ ହୋଇଥିବା ମାମଲାର ଜି.ଆର କେଶ ନମ୍ବର-୫୧୧/୨୦୨୧ ରେ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଅଭୟ ପାଠକ ଓ ଆକାଶ ପାଠକକୁ ନିର୍ଦ୍ଦେଶରେ ଖଲାସ କରାଯାଇଛି । ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନାରେ କାର୍ତ୍ତିକ ପ୍ରଧାନ ଅଭିଯୋଗ କରିଥିବା ବେଳେ ଗୋଳନ୍ଥରା ଥାନାରେ ଲକ୍ଷ୍ମୀ ନାୟକ ଅଭିଯୋଗ କରିଥିଲେ ।

  • ଅନ୍ୟ ୩ ମାମଲା:-

ସେହିପରି ବୁଧବାର ଅନ୍ୟ ତିନୋଟି ମାମଲାର ରାୟ ପ୍ରକାଶ ପାଇଛି । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ମାମଲାର ଜି.ଆର୍ ୨୨୯୮/୨୧, ଜି.ଆର-୬୨/୨୧ ଏବଂ ଜି.ଆର ୫୬୮/୨୧ ରେ ରହିଥିବା ତିନୋଟି ମାମଲାରେ ମଧ୍ୟ କୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ଏହି ତିନୋଟି ମାମଲାରେ ଗୋଟିଏରେ ପ୍ରଦୀପଙ୍କ ସହଯୋଗୀ ତଥା ଅବସରପ୍ରାପ୍ତ ଅଧ୍ୟାପକ ସ୍ବର୍ଗତଃ ସର୍ବେଶ୍ଵର ରାଓ ରହିଛନ୍ତି । ସେହିପରି ଅନ୍ୟ ଏକ ମାମଲା ପ୍ରଦୀପଙ୍କ ଭାଇଙ୍କ ନାମକୁ ସାମିଲ କରାଯାଇଥିବା ବେଳେ ତାହାକୁ ବାଦ ଦେବା ପାଇଁ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଠକେଇ ସମ୍ପର୍କିତ ସମସ୍ତ ମାମଲା ଶେଷ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ଗୋଟିଏ ଭିଜିଲାନ୍ସ ଏବଂ ଅନ୍ୟଟି କ୍ରାଇମବ୍ରାଞ୍ଚ ମାମଲାକୁ ମିଶାଇ ବର୍ତ୍ତମାନ ମୋଟ ଦୁଇଟି ମାମଲା ବିଚାରଣ ଆରମ୍ଭ ହୋଇଥିବା କହିଛନ୍ତି ପ୍ରଦୀପଙ୍କ ଆଇନଜୀବୀ ଦୀପକ ପଟ୍ଟନାୟକ ।

  • ଦଳରୁ ବହିଷ୍କୃତ ହୋଇଥିଲେ ପ୍ରଦୀପ:

ଏକଦା ଗଞ୍ଜାମ ଜିଲ୍ଲା ‘ବିଜେଡି’ ଦଳର ଏକ ପ୍ରମୁଖ ନେତା ଭାବରେ ଜଣାଶୁଣା ପ୍ରଦୀପ ପାଣିଗ୍ରାହୀଙ୍କୁ ଜନବିରୋଧୀ ଆଖ୍ୟା ଦିଆଯାଇଥିଲା । କେବଳ ବିଜେଡି ଦଳରୁ ବହିଷ୍କାର କରାଯାଇଥିଲା ତାହା ନୁହେଁ, ତାଙ୍କରି ନାମରେ ବ୍ରହ୍ମପୁର ପୋଲିସ୍‌ ଜିଲ୍ଲାରେ ପାଞ୍ଚୋଟି ମାମଲା ରୁଜୁ ହେବା, ରାଜଧାନୀ ଭୁବନେଶ୍ୱରରେ ଆୟ ବର୍ହିଃଭୂତ ସମ୍ପତ୍ତି ଠୁଳ କରିବା ନେଇ ଏକ ମାମଲା ରୁଜୁ କରାଯିବା ସହିତ କ୍ରାଇମବ୍ରାଞ୍ଚରେ ଅନ୍ୟ ଏକ ମାମଲା ରୁଜୁ କରାଯାଇଥିଲା । ତାଙ୍କୁ ରାଜଧାନୀ ଭୁବନେଶ୍ୱରର ସରକାରୀ କ୍ବାର୍ଟରରୁ ଗିରଫ କରାଯାଇଥିଲା । ଦୀର୍ଘ 6 ମାସ ଧରି ପ୍ରଦୀପଙ୍କୁ ଜେଲରେ ରହିବାକୁ ପଡ଼ିଥିଲା । ପ୍ରଦୀପଙ୍କ ପରିବାର ସହ ସମ୍ପର୍କ ଯୋଡିବାକୁ ଯାଉଥିବା ପୂର୍ବତନ ଆଇଏଫଏସ ଅଭୟ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

  • ପୋଲିସ ଚାପରେ ଏତଲାରେ ହସ୍ତାକ୍ଷର କରିଥିଲୁ: ଅଭିଯୋଗକାରୀ

ପ୍ରଦୀପଙ୍କ ଆଇନଜୀବୀ ଦୀପକ ପଟ୍ଟନାୟକ କହିଛନ୍ତି,‘‘ବ୍ରହ୍ମପୁର ପୋଲିସ ଜିଲ୍ଲାର ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିବା ଗୋଟିଏ ମାମଲା ସମେତ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଚାରୋଟି ମାମଲାରେ ଅଭିଯୋଗ କରିଥିବା ବ୍ୟକ୍ତି ବିଶେଷମାନେ ଅଭିଯୋଗ ପ୍ରତ୍ୟାହାର କରିଛନ୍ତି । ଘଟଣା ସମ୍ପର୍କରେ କିଛି ଜାଣିନଥିବା ଏବଂ କେବଳ ପୋଲିସ୍‌ ଦ୍ବାରା ଚାପର ବଶବର୍ତ୍ତୀ ହୋଇ ପୂର୍ବରୁ ଲିଖିତ ଏତଲାରେ ସେମାନେ ସ୍ୱାକ୍ଷର କରିଥିବା ଅଭିଯୋଗକାରୀମାନେ କୋର୍ଟରେ ବୟାନ ରଖିଥିଲେ । ସେମାନେ ପ୍ରଦୀପଙ୍କ ବିରୋଧରେ ଏତଲା ଦେବାକୁ ଚାହୁଁ ନଥିବା ବେଳେ ସେମାନଙ୍କୁ ଏହା କରିବା ପାଇଁ ବାଧ୍ୟ କରାଯାଇଥିବା ସେମାନେ ଶୁଣାଣିରେ ସ୍ବୀକାର କରିବା ପରେ ସମ୍ପୂର୍ଣ୍ଣ ମାମଲାରେ ୟୂଟର୍ଣ୍ଣ ଆସିଥିଲା ।’’

  • ସେଲିବ୍ରେସନ କଲେ ପ୍ରଦୀପଙ୍କ ସମର୍ଥକ

ବ୍ରହ୍ମପୁର ଜେ.ଏମ୍.ଏଫ୍.ସି (ରୁରାଲ) କୋର୍ଟ ପ୍ରଦୀପଙ୍କୁ ଦୋଷମୁକ୍ତ କରିବା ପରେ ତାଙ୍କ ସମର୍ଥକମାନେ ବ୍ରହ୍ମପୁର ଓ ଗୋପାଳପୁରରେ ବାଣ ଫୁଟାଇ, ମିଠା ବାଣ୍ଟି ସେଲିବ୍ରେସନ କରିଛନ୍ତି । ବିଜେଡି ସରକାରରେ ତାଙ୍କୁ ଫଶାଯାଇଥିଲା, ହେଲେ ଏବେ ପ୍ରଦୀପଙ୍କୁ ନ୍ୟାୟ ମିଳିଛି ବୋଲି କହିଛନ୍ତି ସମର୍ଥକ ।

  • ପ୍ରଦୀପଙ୍କ ରାଜନୈତିକ କ୍ୟାରିଅର:-

ଗଞ୍ଜାମ ଜିଲ୍ଲା ରାଜନୀତିରେ ଗତ କିଛି ବର୍ଷ ଧରି ପ୍ରଦୀପ ପାଣିଗ୍ରାହୀଙ୍କ ବେଶ ଦବଦବା ରହିଆସିଛି । ଛାତ୍ର ରାଜନୀତିରୁ ପ୍ରତ୍ୟେକ୍ଷ ରାଜନୀତିକୁ ଆସିଥିବା ପ୍ରଦୀପ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ର ସଂସଦର ସଭାପତି, ବ୍ରହ୍ମପୁର ବିସିସି ବ୍ୟାଙ୍କ ସଭାପତି, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ୨୦୦୪ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ ।

  • ୨୦୦୯ ରେ ପ୍ରଥମ ଥର ବିଧାୟକ, ୨୦୧୪ ରେ ହୋଇଥିଲେ ମନ୍ତ୍ରୀ:

୨୦୦୯ ମସିହାରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ବିଧାୟକ, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ, ୨୦୧୪ ନିର୍ବାଚନରେ ଦ୍ବିତୀୟ ଥର ବିଜୟୀ ହେବା ପରେ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଗ୍ରାମ୍ୟ ଜଳଯୋଗାଣ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ , ୨୦୧୭ରେ ଦଳର ଗଞ୍ଜାମ ଜିଲ୍ଲାର ସଭାପତି ସହିତ ରାୟଗଡା ଏବଂ ଗଜପତି ଜିଲ୍ଲାର ସାଙ୍ଗଠନିକ ପର୍ଯ୍ୟବେକ୍ଷକ ଏବଂ ୨୦୧୯ ରେ ତୃତୀୟଥର ପାଇଁ ଗୋପାଳପୁରର ବିଧାୟକ ଭାବରେ ବିଜୟୀ ହୋଇଥିଲେ ପ୍ରଦୀପ ।‌

  • ପ୍ରଦୀପଙ୍କ ପ୍ରାରମ୍ଭିକ ଜୀବନ

ଗଞ୍ଜାମ ଜିଲ୍ଲାର ବର୍ତ୍ତମାନର ଗୋପାଳପୁର ନିର୍ବାଚନମଣ୍ଡଳୀରେ ପିତା ସୋମନାଥ ପାଣିଗ୍ରାହୀ, ମାତା ଶୋଭାରାଣୀ ଦେବୀଙ୍କ ସନ୍ତାନ ଭାବରେ ୧୯୬୩ ମସିହା ଅପ୍ରେଲ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ପ୍ରଦୀପ । ଏହାପରେ ସ୍କୁଲ ଓ କଲେଜ ଶିକ୍ଷା ଶେଷ କରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଇଂରାଜୀରେ ଏମ.ଏ ଶିକ୍ଷା ଶେଷ କରିଥିଲେ । ପରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଆଇନରେ ସ୍ନାତକୋତ୍ତର ଶିକ୍ଷା ପରେ ପି.ଏଚ୍.ଡି ଶିକ୍ଷା ଶେଷ କରିଥିଲେ ପ୍ରଦୀପ । ଏପରିକି ବ୍ରହ୍ମପୁର ସହରର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ କିଛି ବର୍ଷ ଅଧ୍ୟାପକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ପ୍ରଦୀପ ।

  • ଜିଲ୍ଲା ବିଜେଡିରେ ପ୍ରଦୀପଙ୍କର ଉଲ୍ଲେଖନୀୟ ନେତୃତ୍ୱ

କ୍ରମାଗତ ଭାବରେ ଗଞ୍ଜାମ ଜିଲ୍ଲାରେ ‘ବିଜୁ ଜନତା ଦଳର’ ସାଙ୍ଗଠନିକ ଶକ୍ତି ବୃଦ୍ଧିଠୁ ଆରମ୍ଭ କରି ପଞ୍ଚାୟତ ନିର୍ବାଚନ, ପୈାର ନିର୍ବାଚନ ଏବଂ ସାଧାରଣ ନିର୍ବାଚନରେ ଦଳକୁ ଶକ୍ତିଶାଳୀ କରିବା, ଦଳର ନେତୃବୃନ୍ଦଙ୍କୁ ବିଜୟୀ କରାଇବା ଭଳି ପ୍ରମୁଖ ଉଲ୍ଲେଖନୀୟ କାର୍ଯ୍ୟ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ପ୍ରଦୀପ । ବିଜୁବାବୁଙ୍କ ପରେ ବିଜୁ ଜନତା ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିର ପ୍ରତିନିଧି ଭାବରେ ରହି ଆସିଥିବା ପ୍ରଦୀପ ଦୀର୍ଘ ବର୍ଷ ଧରି ନବୀନଙ୍କ ବେଶ ନିକଟତର ମଧ୍ୟ ଥିଲେ ।

  • ବହୁ ଚର୍ଚ୍ଚିତ ନେତାଙ୍କ ଉପସ୍ଥିତି ସତ୍ତ୍ବେ ମଧ୍ୟ ଥିଲା ପ୍ରଦୀପଙ୍କ ପ୍ରଭାବ

ଜିଲ୍ଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜୁବାବୁଙ୍କ ଅନୁଗତ୍ୟ ସ୍ୱର୍ଗତଃ ରାମକୃଷ୍ଣ ପଟ୍ଟନାୟକଠାରୁ ଆରମ୍ଭ କରି ପୂର୍ବତନ ବାଚସ୍ପତି ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ର, ଖଲ୍ଲିକୋଟ ରାଜପରିବାର ରାଣୀ ମା’ ଭାବେ ପରିଚିତ ସ୍ୱର୍ଗତାଃ ଭି.ସୁଜ୍ଞାନୀ କୁମାରୀ ଦେଓ, ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଚିକିଟି ରାଣୀ ତଥା ପୂର୍ବତନ ମନ୍ତ୍ରୀ ଉଷା ଦେବୀଙ୍କ ଭଳି ବହୁ ନେତୃବୃନ୍ଦ ରହିଥିଲେ ସୁଦ୍ଧା ଗଞ୍ଜାମରେ ବିଜୁ ଜନତା ଦଳରେ ପ୍ରଦୀପଙ୍କ ସ୍ଥାନ ରହିଥିଲା ସ୍ବତନ୍ତ୍ର ।

  • ମିଡ-ନାଇଟ୍ ଅପରେସନ୍ ଓ ପ୍ରଦୀପ
    ବହୁଚର୍ଚ୍ଚିତ 2012 ମିଡ-ନାଇଟ୍‌ ଅପରେସନ ସମୟରେ ବିଦେଶ ଗସ୍ତରେ ଥିବା ଦଳର ସୁପ୍ରିମୋ ନବୀନଙ୍କୁ ସମସ୍ତ ଘଟଣାକୁ ଫୋନ୍ କରି ଅବଗତ କରାଇଥିଲେ ପ୍ରଦୀପ । ତତ୍କାଳୀନ ଦଳର‌ ତଥାକଥିତ ଦ୍ବିତୀୟ କ୍ଷମତା କେନ୍ଦ୍ର ପ୍ୟାରୀମୋହନ ମହାପାତ୍ରଙ୍କ ସମସ୍ତ ଯୋଜନା ସମ୍ପର୍କରେ ପ୍ରଦୀପ ନବୀନଙ୍କୁ ଅବଗତ କରିଥିବା ମଧ୍ୟ ଚର୍ଚ୍ଚା ହୁଏ ।
  • ଜିଲ୍ଲାରେ କଂଗ୍ରେସ ସଂଗଠନକୁ ଧୂଳି ଚଟାଇଥିଲେ ପ୍ରଦୀପ

୨୦୧୮ ମସିହାରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଙ୍ଗଠନକୁ ଧୂଳିସାତ କରିବାରେ ମୁଖ୍ୟ ଭୂମିକା ରହିଥିଲା ତତ୍କାଳୀନ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର । ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ରହ୍ମପୁର ସହରକୁ ଆଣି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବରିଷ୍ଠ ନେତା ବିକ୍ରମ କୁମାର ପଣ୍ଡା, ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ, ଛତ୍ରପୁରର ନେତା ବନମାଳି ସେଠୀଙ୍କ ସମେତ ବହୁ ନେତା ଓ କର୍ମୀଙ୍କୁ ବିଜେଡି ଦଳରେ ସାମିଲ୍‌ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପ୍ରଦୀପ କୁମାର ପାଣିଗ୍ରାହୀ ।

  • ବିଜେଡିରୁ ବହିଷ୍କାର ପରେ ‘ବିଜେପି’ରେ ଯୋଗଦାନ

ଜନ ବିରୋଧୀ ଆଖ୍ୟା ଦେଇ ‘ବିଜୁ ଜନତା ଦଳ’ରୁ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କୃତ କରା ଯାଇଥିଲା । ଏହାପରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଗିରଫ ମଧ୍ୟ କରାଯାଇଥିଲା । ସେ ଜେଲରୁ ଫେରିବା ପରେ ନିର୍ବାଚନ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ । ବିଜେପିରୁ ସେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ବିଭିନ୍ନ ଗସ୍ତ ସମୟରେ ତାଙ୍କୁ ବିଜେଡି କର୍ମୀଙ୍କ ଦ୍ବାରା ବିରୋଧ କରାଯାଇଥିଲା । କଳା ପତାକା ପ୍ରଦର୍ଶନ କରାଯାଇଥିଲା । କିଛି ଘଟଣାରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା ।

  • ଗଞ୍ଜାମରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର, ପ୍ରଦୀପଙ୍କ 'ଲେଖା ଛିଡାଇ ଦେବା' ହୁଙ୍କାର

ପ୍ରାର୍ଥୀ ହେବା ପରେ ‘ବିଜେପି’ର ଶୀର୍ଷ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଞ୍ଜାମ ଜିଲ୍ଲାର କନିଷିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ । ସେହି ସମୟରେ ପ୍ରଦୀପ ଦୁଇଥର ନିର୍ବାଚନୀ ସଭାରେ ‘ଏଥର ଲେଖା ଛିଡେଇ ଦେବା’ କହି ବିଜେଡି ବିରୋଧରେ ଋଣ ହୁଙ୍କାର ଦେଇଥିଲେ । ନିର୍ବାଚନ ଫଳାଫଳ ମଧ୍ୟ ପ୍ରଦୀପଙ୍କ ପୂର୍ବାନୁମାନ ଅନୁରୂପ ହୋଇଥିଲା । ପ୍ରଦୀପ ନିଜେ ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଜିଲ୍ଲାରେ ମଧ୍ୟ ଭାରତୀୟ ଜନତା ପାର୍ଟି ଭଲ ପ୍ରଦର୍ଶନ କରିଥିଲା । ବିଜୁ ଜନତା ଦଳ ନିର୍ବାଚନରେ ପରାଜିତ ହେବା ସହ ଦୀର୍ଘ ୨୪ ବର୍ଷର କ୍ଷମତାରୁ ମଧ୍ୟ ଗାଦିଚ୍ୟୁତ ହୋଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : 10 hours ago
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.