ETV Bharat / state

ପ୍ରଶ୍ନକାଳରେ ପିଇବା ପାଣି ସମସ୍ୟା ନେଇ ଉଦବେଗ: ମନ୍ତ୍ରୀ କହିଲେ 2025 ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ମିଳିବ ପିଇବା ପାଣି - Rabi Naik on Drinking water

author img

By ETV Bharat Odisha Team

Published : Jul 30, 2024, 1:04 PM IST

Panchayati Raj Drinking Water minister Rabi Narayan Naik says by December 2025 all house will get drinking water: ପିଇବା ପାଣି ନେଇ ଏକାଧିକ ବିଧାୟକ ଅଭିଯୋଗ ଆଣିଥିଲେ।କୋଉଠି ପିଇବା ପାଣି ନାହିଁ ତ ଆଉ କୋଉଠି ଜଳ ବିତରଣ ରେ ପକ୍ଷପାତିତା କରାଯାଉଛି।ଆଉ କୋଉଠି ପାଣି ପାଇପ ଫାଟି ବିଶୁଦ୍ଧ ହେଉଛି ଫଳରେ ରୋଗ ବ୍ୟାପୁଛି।

Etv Bharat
Etv Bharat (Etv Bharat)

ଭୁବନେଶ୍ୱର: 2025 ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପିଇବା ପାଣି ଲକ୍ଷ୍ୟ କହିଲେ ମନ୍ତ୍ରୀ ରବି ନାୟକ । ପିଇବା ପାଣିର ଅଭାବ ରହୁଛି ମାନଲେ ମନ୍ତ୍ରୀ । ଆଜି ଗୃହରେ ପିଇବା ପାଣି ନେଇ ଉଦବେଗ ପ୍ରକାଶ ପାଇଛି । ଖୋଦ ବିଧାୟକ ପିଇବା ପାଣି ପାଇଁ ଅସହାୟତା ପ୍ରକାଶ କଲେ । ପାଣି ସଂଯୋଗରୁ ବଞ୍ଚିତ ମାହାଙ୍ଗା ବାସୀ । ମୋ ଘରେ ବୁନ୍ଦାଏ ଜଳ ନାହିଁ ପିଇବାକୁ । ମୁଁ କୋଷେ ଦୂର ଗଲେ ପାଇବା ପାଣି ଆଣି ପିଏ ଏମିତି କି ଗାଧୋଇବା ପାଇଁ ମଧ୍ୟ ଅନତି ଦୂରରୁ ପାଣି ଆଣିବାକୁ ପଡୁଛି ବୋଲି କହିଲେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ । ମାହାଙ୍ଗାର ପୂର୍ବତନ ବିଧାୟକ ତଥା ପୂର୍ବତନ ପଞ୍ଚାୟତିରାଜ ପାନୀୟ ଜଳ ମନ୍ତ୍ରୀ ମାହାଙ୍ଗା ବ୍ଲକ ତଥା ବିଭିନ୍ନ ପଂଚାୟତରେ ପିଇବା ଜଳ ବିତରଣ ରେ ପକ୍ଷପାତିତା କରୁଥିଲେ । ସାରଦା ପୁଣି କହିଥିଲେ କି ବାଚସ୍ପତି, ମୁଖ୍ୟମନ୍ତ୍ରୀ ଏବଂ ଗୃହର ସମସ୍ତ ସଦସ୍ୟ ମାନକୁ ନିଜ ଘରକୁ ନିମନ୍ତ୍ରଣ କରିଥିଲେ।

ଉତ୍ତର ରଖିଲେ ପଞ୍ଚାୟତ ରାଜ ତଥା ପାନୀୟ ଜଳ ମନ୍ତ୍ରୀ ରବି ନାୟକ । ଗତକାଲି ବିଭାଗର ସହିତ ବୈଠକ ବସିଥିଲା, ନିର୍ଧାରିତ ସମୟ ମଧ୍ୟରେ ପାଣି ସମସ୍ୟାର ସମାଧାନ ପାଇଁ ନିର୍ଦେଶ ଦେଇଛି।2025 ଡିସେମ୍ବର ସୁଦ୍ଧା ପିଇବା ପାଣି ସମସ୍ୟା ସମାଧାନ ହେବ । ଗୋଟେ ବର୍ଷ ଅପେକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଅତି ଗୁରୁତର ସହିତ ଏହାକୁ ବିଚାର କରୁଛୁ । ବାଚସ୍ପତି ମନ୍ତ୍ରୀଙ୍କୁ ରୁଲିଂ ଦେଇ ବାରମ୍ବାର ସମୀକ୍ଷା କରି ପାଣି ସମସ୍ୟାର ସମାଧାନ କରିବାକୁ କହିଛନ୍ତି । ପିଇବା ପାଣି ନେଇ ଏକାଧିକ ବିଧାୟକ ଅଭିଯୋଗ ଆଣିଥିଲେ।କୋଉଠି ପିଇବା ପାଣି ନାହିଁ ତ ଆଉ କୋଉଠି ଜଳ ବିତରଣ ରେ ପକ୍ଷପାତିତା କରାଯାଉଛି।ଆଉ କୋଉଠି ପାଣି ପାଇପ ଫାଟି ବିଶୁଦ୍ଧ ହେଉଛି ଫଳରେ ରୋଗ ବ୍ୟାପୁଛି।

ଏହା ବି ପଢନ୍ତୁ- ଓଡ଼ିଶା ହେବ ଡବଲ ଇଂଜିନର ପ୍ରଥମ ବଗି, ସମାଧାନ ହେବ ପୋଲାଭରମ ପ୍ରସଙ୍ଗ, ଆଳୁ ସମସ୍ୟା: ମୁଖ୍ୟମନ୍ତ୍ରୀ - NITI Aayog meeting

ଶୂନ୍ୟକାଳରେ ଉଠିଲା ମୁଖ୍ୟମନ୍ତ୍ରୀଙ୍କ ନୀତି ଆୟୋଗ ବୈଠକରେ ଦାବି ପ୍ରସଙ୍ଗ । ଶୂନ୍ୟକାଳ ରେ ଉଠିଲା ନୀତି ଆୟୋଗ ବୈଠକରେ ରାଜ୍ୟର ଦାବି ପ୍ରସଙ୍ଗ । ରାଜ୍ୟରେ ଓଡ଼ିଶାର ବଜେଟ ଉପସ୍ଥାପନ ହେଲା, ସେପଟେ ନୀତି ଆୟୋଗ ବୈଠକ ବସିଥିଲା, ବୈଠକରେ ମୁଖ୍ୟମନ୍ତ୍ରୀ ,ଉପମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ତେବେ ବୈଠକରେ ଓଡିଶା ପାଇଁ କଣ କଣ ଦାବି କରିଛନ୍ତି ବୋଲି ଗୃହରେ ଉତ୍ତର ରଖନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ ।

ନୀତି ଅୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ କଣ ଦାବି ରଖିଲେ ?

• ସ୍ପେସିଆଲ କାଟେଗୋରି, ସ୍ପେସିଆଲ ଅଲୋକେଶନ, ସ୍ପେସିଆଲ ଷ୍ଟେଟସ ନେଇ କଣ ଦାବି ରଖିଲେ ?

• ଓଡିଶା ଜନସାଧାରଣଙ୍କ ସ୍ୱପ୍ନକୁ ଆଗକୁ ନେବାକୁ କଣ ଦାବି ରଖିଛନ୍ତି ତାକୁ ଏ ଗୃହରେ ରଖନ୍ତୁ ?

• ଯାହା ଦାବି କରିଛନ୍ତି, ତାହା କେବେ ପୂରଣ ହେବ ?

ଓଡିଶା ଯୋଗୁଁ କେନ୍ଦ୍ରରେ ସରକାର ହୋଇଛି । ଏ ଗୃହରେ ରେକର୍ଡ କରାଯାଉ ଆଗାମୀ ଦିନରେ ଏ ଗୃହ ,ଓଡ଼ିଶାବାସୀ ତର୍ଜମା କରିବେ ବୋଲି କହିଲେ ବିଜେଡି ବିଧାୟକ ଅରୁଣ ସାହୁ...

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସମାନ ପ୍ରସଙ୍ଗ ଉଠାଇ କହିଛନ୍ତି, ନୀତି ଆୟୋଗ ବୈଠକର ଅଧ୍ୟକ୍ଷ ହେଉଛନ୍ତି ପ୍ରଧାନମନ୍ତ୍ରୀ । ବୈଠକରେ କଣ ସୁଯୋଗ ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କେତେ ପ୍ୟାକେଜ ଦାବି ରଖିଛନ୍ତି ତାର ଉତ୍ତର ରଖନ୍ତୁ ? ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ଦାବି ରଖିଲେ କି ? ଉତ୍ତର ରଖନ୍ତୁ ମୁଖ୍ୟମନ୍ତ୍ରୀ ? ଓଡ଼ିଶାରେ ଯଦି ଆମ ସରକାର ଆସେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଷ୍ଟେଟସ ଦେବେ ବୋଲି ପୂର୍ବରୁ 2014 ନିର୍ବାଚନୀ ଇସ୍ତାହାରରେ ରଖିଥିଲେ | ଏ ବର୍ଷ ବନ୍ୟା, ମରୁଡି ଅଛି ତେଣୁ ଆମକୁ ସ୍ୱତନ୍ତ୍ର ପ୍ୟାକେଜ ଦେଇଛନ୍ତି କି ? ଆନ୍ଧ୍ରପ୍ରଦେଶ ଏବଂ ବିହାର ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ର ଉପରେ ଚାପ ପକାଉଛନ୍ତି । ମାଲକାନଗିରିରେ ପୋଲାଭରମ ପ୍ରକଳ୍ପରେ ଯେତିକି ଉଚ୍ଚତା ଥିଲା ତାଠୁ ଅଧିକ କରିଛନ୍ତି, ସେ ନେଇ କଣ ଆଲୋଚନା ହୋଇଛି ?

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.