ETV Bharat / state

Unique Ganesh Puja: ନୌବାଣିଜ୍ୟ ଐତିହ୍ୟ ବଖାଣୁଛି ତୋରଣ, ସମ୍ବଲପୁରରେ 'ସର୍ବ ଶିକ୍ଷା ଅଭିଯାନ' ବାର୍ତ୍ତା - Unique Theme

author img

By ETV Bharat Odisha Team

Published : Sep 8, 2024, 8:44 PM IST

Unique Ganesh Puja in Cuttack And Sambalpur: କଟକରେ ମନ ମୋହୁଛି ବାଲିଯାତ୍ରାର ବୋଇତ ବନ୍ଦାଣ ତୋରଣ । ଯାହାକି ଐତିହ୍ୟର ଗାଥା ବଖାଣୁଛି । ସେହିପରି ସମ୍ବଲପୁରରେ ସର୍ବ ଶିକ୍ଷା ଅଭିଯାନର ବାର୍ତ୍ତା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଅଧିକ ପଢନ୍ତୁ

Unique Theme
Unique Theme (ETV Bharat Odisha)

କଟକ/ସମ୍ବଲପୁର: କାଲିଠୁ ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ଗଜାନନ । ସିଲଭରସିଟି କଟକରୁ ଆରମ୍ଭ କରି ସମ୍ବଲପୁର ସବୁଠି ଧୁମଧାମରେ ଚାଲିଛି ପୂଜାର୍ଚ୍ଚନା । ନୌବାଣିଜ୍ୟ ପରମ୍ପରାକୁ ନେଇ କଟକର ବୋଇତ ବନ୍ଦାଣ ତୋରଣ ମନ ମୋହୁଛି । ସେପଟେ ସମ୍ବଲପୁରରେ ମୂଷିକକୁ ଭଗବାନ ଗଣେଶ ପାଠଶାଳାକୁ ପଠାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

Unique Theme (ETV Bharat Odisha)

ତୋରଣରେ ଝଲସୁଛି ନୌବାଣିଜ୍ୟ ପରମ୍ପରା:

Unique Theme
Unique Theme (ETV Bharat Odisha)

କଟକରେ ବିଶ୍ୱରୁପ କ୍ଲବ ପକ୍ଷରୁ ନିର୍ମାଣ ହୋଇଛି ବାଲିଯାତ୍ରାର ବୋଇତ ବନ୍ଦାଣ ତୋରଣ । ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ସହ ସାଧବ ପୁଅମାନେ ବାଣିଜ୍ୟ କରିବାକୁ ଯାଉଥିବା ସମୟ ଦୃଶ୍ୟକୁ ତୋରଣ ମାଧ୍ୟମରେ ନିର୍ମାଣ କରାଯାଇଛି । ସେହିପରି ଇଣ୍ଡିପେଣ୍ଡଣ୍ଟ କ୍ଲବ ପକ୍ଷରୁ ଇଣ୍ଡୋନେସିଆର ଏକ ବୌଦ୍ଧ ମନ୍ଦିର ତୋରଣ ନିର୍ମାଣ କରାଯାଇଛି। ଏହି ବିଶାଳ ତୋରଣ ଓ ଗଣେଶଙ୍କୁ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମୁଛି । ସେପଟେ ମେଲୋଡି ନାଇଟ୍ସ ମଧ୍ୟ ଆରମ୍ଭ ହୋଇଛି । ଭେରାଇଟ୍ ଗୀତ ସାଙ୍ଗକୁ ନାଚର ମଜା ଉଠାଉଛନ୍ତି ଲୋକେ । ଅନ୍ୟପଟେ ଗଣେଶ ପୂଜାକୁ ଶୃଙ୍ଖଳିତ ଢଙ୍ଗରେ ଶେଷ କରିବା ପାଇଁ କମିଶନରେଟ ପୋଲିସ କରିଛି ସ୍ୱତନ୍ତ୍ର ଯୋଜନା । ସହରର ପ୍ରତି କୋଣ ଅନୁକୋଣରେ ଅସାମାଜିକ କାର୍ଯ୍ୟକଳାପ ଉପରେ କଡା ନଜର ରଖିଛି ପୋଲିସ । ଏହାବ୍ୟତୀତ ଟ୍ରାଫିକ ନିୟନ୍ତ୍ରଣ,ପିସିଆର ମୁତୟନ ଓ ନାଇଟ ବ୍ଲକିଂ ଭଳି କଡା ପଦକ୍ଷେପ ଗ୍ରହଣ କରାଯାଇଥିବାନେଇ ସୂଚନା ଦେଇଛନ୍ତି ଅତରିକ୍ତ ଡିସିପି ଅନୀଲ ମିଶ୍ର ।

ଏହା ମଧ୍ୟ ପଢ଼ନ୍ତୁ...ଅଗ୍ରପୂଜ୍ୟଙ୍କ ଆଗମନରେ ଉତ୍ସବମୁଖର ଧରାପୃଷ୍ଠ, ସବୁଠି ଚାଲିଛି ଗଜାନନଙ୍କ ଆରାଧନା - GANESH PUJA CELEBRATION

ସର୍ବଶିକ୍ଷା ଅଭିଯାନ ବାର୍ତ୍ତା:

Unique Theme
Unique Theme (ETV Bharat Odisha)

ସମ୍ବଲପୁର କ୍ଷେତରାଜପୁରର ନଟରାଜ କ୍ଳବର ଗଣେଶ ପୂଜା ନିଆରା । ଭଗବାନ ଗଣେଶଙ୍କ 25 ଫୁଟର ମୂର୍ତ୍ତିକୁ କେବଳ ପେନସିଲ, ରବର ଆଉ ସାର୍ପନର ପରି ଜିନିଷରେ ତିଆରି କରାଯାଇଛି । ଏହାସହ ଗଣେଶଙ୍କ ବାହାନ ମୂଷିକଙ୍କ ହାତରେ 4ଟି ବେଦ ଓ ସ୍କୁଲ ବ୍ୟାଗ ରହିଛି । ଏପରି ଦୃଶ୍ୟ ଦେଖିଲେ ମନେ ହେଉଛି, ଯେପରି ଭଗବାନ ଗଣେଶ ମୂଷିକ ବାହାନଙ୍କୁ ଗୁରୁକୁଳ ଯିବାକୁ ନିର୍ଦ୍ଦେଶ ଦେଉଛନ୍ତି । ଅର୍ଥାତ୍ ଶିକ୍ଷା ଅନିର୍ବାଯ୍ୟ ବୋଲି ସନ୍ଦେଶ ଦେବା ଉଦ୍ଦେଶ୍ୟରେ ଏପରି ଥିମ୍ ରହିଛି । ସର୍ବ ଶିକ୍ଷା ଅଭିଯାନର ସଚେତନତା ସହ ସମ୍ବଲପୁର ନଟରାଜ କ୍ଳବ ଏଭଳି ଏକ ନିଆରା ବାର୍ତ୍ତା ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଲା ଏହି କ୍ଳବର ଗଣେଶ ପୂଜା ପାଇଁ କୌଣସି ଚାନ୍ଦା ଆଦାୟ କରାଯାଏ ନାହିଁ । ନିଜ ଖର୍ଚ୍ଚରେ 49 ବର୍ଷ ହେଲା ପୂଜା କରି ଆସୁଛି କ୍ଳବ । ଏଠାକାର ମୂର୍ତ୍ତିକୁ ନିଜେ କ୍ଳବର କର୍ମକର୍ତ୍ତାମାନେ ତିଆରି କରିଥାନ୍ତି । ଏଠାକାର ଗଣେଶ ପୂଜା ଇକୋ ଫ୍ରେଣ୍ଡଲି ହେବା ସହ ପ୍ରତିବର୍ଷ କିଛି ନା କିଛି ସନ୍ଦେଶ ଦେଇ ଆସିଛି । ଏଠାରେ 10 ଦିନ ଧରି ପୂଜା ହୋଇଥାଏ ।

Unique Theme
Unique Theme (ETV Bharat Odisha)

ଏହା ବି ପଢନ୍ତୁ...Ganesh Puja 2024: ମାସେ ଧରି ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ପୂଜା ପାଇବେ ଐତିହାସିକ ବୁଢ଼ା, ଟୋକା ଓ ପିଲା ଗଣେଶ - Unique Ganesh puja

ଏହା ମଧ୍ୟ ପଢ଼ନ୍ତୁ...ମନ୍ତ୍ର ଧ୍ବନୀରେ ଫାଟି ପଡ଼ୁଛି ରାଜଧାନୀ,ଗଣେଶ ପୂଜା ବୁଲି ଦେଖିଲେ ନବୀନ - ganesh puja 2024

ଏହା ମଧ୍ୟ ପଢ଼ନ୍ତୁ...ରାଜଧାନୀର ପୂଜା ପାଇଲେ ଗଛ ଗଣେଶ,ଫୋକସରେ ପରିବେଶ ସୁରକ୍ଷା - Ganesh Chaturthi 2024
ଟୋକା ଗଣେଶ

Unique Theme
Unique Theme (ETV Bharat Odisha)

ପ୍ରତିବର୍ଷ ଦିଆଯାଏ ନିଆରା ବାର୍ତ୍ତା:
ନଟରାଜ କ୍ଳବର ଜଣେ ସଦସ୍ୟ ଗୋପାଳ ପନସାରୀ କହିଛନ୍ତି, "ଆମ କ୍ଳବରେ 15 ରୁ 16 ମେମ୍ବର ଅଛନ୍ତି । ଆମେ ଅଢେଇ ମାସ କାଳ ନିଜେ ହାତରେ ମୂର୍ତ୍ତି ତିଆରି କରୁ । 49 ବର୍ଷ ହେଲା ଆମେ ଗଣେଶ ପୂଜା କରି ଆସୁଛୁ । ସବୁ ମୂର୍ତ୍ତି ଆମେ ନିଜ ହାତରେ ତିଆରି କରୁ । ପୂର୍ବରୁ ଆମେ 10 ହଜାର ନଡ଼ିଆରେ ମୂର୍ତ୍ତି ତିଆରି କରିଛୁ । 4 ଟନ କଦଳିରେ ମୂର୍ତ୍ତି ତିଆରି କରିଛୁ ଓ ମିଠା ଲଡୁରେ ମଧ୍ୟ ମୂର୍ତ୍ତି ତିଆରି କରିଛୁ l ସବୁ ବର୍ଷ ଆମେ ଅଲଗା ଅଲଗା ଜିନିଷରେ ମୂର୍ତ୍ତି ତିଆରି କରୁ ।"

Unique Theme
Unique Theme (ETV Bharat Odisha)

ଇଟିଭି ଭାରତ, କଟକ/ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.