ETV Bharat / sports

ପ୍ୟାରିସ ପାରାଲିମ୍ପିକ୍ସରେ ଦ୍ବିତୀୟ ଗୋଲ୍ଡ : ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ଜିତି ରେକର୍ଡ କଲେ ନିତେଶ କୁମାର; ଡିସକସ୍‌ ଥ୍ରୋ'ରେ ଯୋଗେଶଙ୍କୁ ରୌପ୍ୟ - Paris Paralympics 2024

author img

By ETV Bharat Sports Team

Published : Sep 2, 2024, 5:32 PM IST

Paris Paralympics 2024 : ପ୍ୟାରିସ ପାରାଲିମ୍ପିକ୍ସ 2024ରେ ବ୍ୟାଡମିଣ୍ଟନରେ ଭାରତକୁ ଗୋଲ୍ଡ । ଦେଶକୁ ଦ୍ବିତୀୟ ଗୋଲ୍ଡ ଦେଲେ ଭାରତୀୟ ଷ୍ଟାର ପାରା ସଟ୍‌ଲର ନିତେଶ କୁମାର । ଡିସକସ୍‌ ଥ୍ରୋ'ରେ ରୌପ୍ୟ ଜିତିଲେ ଯୋଗେଶ କାଥୁନିୟା । ଅଧିକ ପଢ଼ନ୍ତୁ

Nitesh Kumar and Yogesh Kathuniya
Nitesh Kumar and Yogesh Kathuniya (ANI Photos)

ନୁଆଦିଲ୍ଲୀ : ପ୍ୟାରିସ ପାରାଲିମ୍ପିକ୍ସ 2024ରେ ଜାରି ରହିଛି ଭାରତୀୟ ପାରା ଆଥଲେଟମାନଙ୍କ ଜଲୱା । ସୋମବାର ଭାରତକୁ ଦ୍ବିତୀୟ ଗୋଲ୍ଡ ଦେଇଛନ୍ତି ଭାରତୀୟ ଷ୍ଟାର ପାରା ସଟ୍‌ଲର ନିତେଶ କୁମାର । ସୋମବାର ସେ ପୁରୁଷ ଏକକ SL3 ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ପୁରୁଷ ଏକକ SL3 ଫାଇନାଲରେ ଗ୍ରେଟ ବ୍ରିଟେନର ଡାନିଏଲ ବଥେଲଙ୍କୁ 2-1ରେ ପରାସ୍ତ କରି ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଛନ୍ତି ନିତେଶ । ଅନ୍ୟପଟେ ଯୋଗେଶ କାଥୁନିୟା ପୁରୁଷ ଡିସକସ୍‌ ଥ୍ରୋ' F56 ବର୍ଗରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ।

ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ନିତେଶ କୁମାର :-

ପ୍ୟାରିସ ପାରାଲିମ୍ପିକ୍ସ 2024ରେ ବ୍ୟାଡମିଣ୍ଟନ ପୁରୁଷ ଏକକ SL3 ଇଭେଣ୍ଟରେ ଭାରତର ନୀତେଶ କୁମାର ଗ୍ରେଟ ବ୍ରିଟେନର ଡାନିଏଲ ବଥେଲଙ୍କୁ 2-1ରେ ପରାସ୍ତ କରିଛନ୍ତି । 29 ବର୍ଷୀୟ ଭାରତୀୟ ଷ୍ଟାର ପାରା ସଟ୍‌ଲର ପ୍ରଥମ ସେଟ୍ 21-14ରେ ଜିତିଥିଲେ, କିନ୍ତୁ ପରେ ଅଗ୍ରଣୀ ହାସଲ କରିବା ସତ୍ତ୍ୱେ ଦ୍ବିତୀୟ ସେଟ୍ 18-21ରେ ହାରିଗଲେ । ତେବେ ନୀତେଶ ଏହି ମ୍ୟାଚରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ତୃତୀୟ ସେଟ୍ 23-21ରେ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଗମ୍ଭୀର ଭାବେ ଭିନ୍ନକ୍ଷମ ଥିବା ଖେଳାଳୀମାନେ SL3 ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ସେମାନଙ୍କୁ ଅଧା କୋର୍ଟରେ ଖେଳିବାକୁ ଦିଆଯାଏ । ତେବେ ପ୍ରମୋଦ ଭଗତଙ୍କ ପରେ ଦ୍ବିତୀୟ ଭାରତୀୟ ସଟ୍‌ଲର ଭାବେ SL3 ବର୍ଗରେ ପାରାଲିମ୍ପିକ୍ସ ଗୋଲ୍ଡ ଜିତିବାର ରେକର୍ଡ କରିଛନ୍ତି ନିତେଶ ।

ଡିସକସ୍‌ ଥ୍ରୋ' ରୌପ୍ୟ ଜିତିଲେ ଯୋଗେଶ :-

ଅନ୍ୟପଟେ ଯୋଗେଶ କାଥୁନିୟା ପୁରୁଷ ଡିସକସ୍‌ ଥ୍ରୋ' F56 ବର୍ଗରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି । ପ୍ରଥମ ପ୍ରୟାସରେ ସେ 42.22 ମିଟରକୁ ଡିସକସ ଫିଙ୍ଗିଥିଲେ । ଯାହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ଦ୍ବିତୀୟ ପ୍ରୟାସରେ 41.50 ମିଟର, ତୃତୀୟ ପ୍ରୟାସରେ 41.55 ମିଟର, 4ର୍ଥ ପ୍ରୟାସରେ 40.33 ମିଟର, 5ମ ପ୍ରୟାସରେ 40.89 ମିଟର ଓ 6ଷ୍ଠ ତଥା ଶେଷ ପ୍ରୟାସରେ 39.68 ମିଟର ଦୂରକୁ ଡିସକସ ଫିଙ୍ଗିଥିଲେ ଯୋଗେଶ । ହେଲେ ତାଙ୍କର ପ୍ରଥମ ପ୍ରୟାସ (42.22) ସର୍ବଶ୍ରେଷ୍ଠ ଥିବାରୁ ଏହାକୁ ହିଁ ବିଚାରକୁ ନିଆଯାଇଥିଲା । ଅନ୍ୟପଟେ ଯୋଗେଶଙ୍କ ଆଗକୁ କେବଳ ବ୍ରାଜିଲର ବାଟିଷ୍ଟା ହିଁ ଡିସକସ ଫିଙ୍ଗି ପାରିଥିଲେ । ଫଳରେ ସେ ସ୍ବର୍ଣ୍ଣ ଜିତିଥିବାବେଳେ ଯୋଗେଶଙ୍କୁ ମିଳିଥିଲା ରୌପ୍ୟ । ଟୋକିଓ ପାରାଲିମ୍ପିକ୍ସ 2020ରେ ମଧ୍ୟ ସମାନ ଇଭେଣ୍ଟରେ ରୌପ୍ୟ ଜିତିଥିଲେ ଯୋଗେଶ ।

ପ୍ୟାରିସ ପରାଲିମ୍ପିକ୍ସରେ ଭାରତ ପାଇଁ ଏପର୍ଯ୍ୟନ୍ତ ପଦକ ଜିତିଥିବା ଖେଳାଳି :-

  1. ଅବନୀ ଲେଖରା - ସ୍ବର୍ଣ୍ଣ ପଦକ
  2. ମୋନା ଅଗ୍ରୱାଲ - କାଂସ୍ୟ ପଦକ
  3. ପ୍ରିତୀ ପାଲ - କାଂସ୍ୟ ପଦକ
  4. ମନୀଷ ନରୱାଲ - ରୌପ୍ୟ ପଦକ
  5. ରୁବିନା ଫ୍ରାନ୍ସିସ - କାଂସ୍ୟ ପଦକ
  6. ନିଷାଦ କୁମାର - ରୌପ୍ୟ ପଦକ
  7. ପ୍ରିତୀ ପାଲ - କାଂସ୍ୟ ପଦକ
  8. ଯୋଗେଶ କାଥୁନିୟା - ରୌପ୍ୟ ପଦକ
  9. ନିତେଶ କୁମାର - ସ୍ବର୍ଣ୍ଣ ପଦକ

ଏହା ମଧ୍ୟ ପଢ଼ନ୍ତୁ :-

1. Paralympics 2024; ପାରାଅଲମ୍ପିକ୍ସରେ ଭାରତକୁ ଷଷ୍ଠ ପଦକ, ମହିଳା 200 ମିଟର ଫାଇନାଲରେ ବ୍ରୋଞ୍ଜ ମେଡାଲ ଜିତିଲେ ପ୍ରୀତି ପଲ୍, 124ବର୍ଷ ପରେ ରଚିଲେ ଇତିହାସ - Preeti Pal secures Bronze medal

2. Paralympics 2024; ପାରା ଅଲିମ୍ପିକ୍ସରେ 4 ଦିନରେ ଭାରତକୁ 7 ପଦକ, ହାଇଜମ୍ପରେ ସିଲଭର ମେଡାଲ ଜିତିଲେ ନିଶାଦ, ଟୋକିଓରେ ବି ଜିତିଥିଲେ ରୌପ୍ୟ ପଦକ - Nishad Kumar wins Silver Medal

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.