ETV Bharat / sports

ଅଲିମ୍ପିକ୍ସରେ ହାରିବା ପରେ ବୋପାନ୍ନଙ୍କ ବଡ ନିଷ୍ପତ୍ତି, ଅନ୍ତର୍ଜାତୀୟ ଟେନିସରୁ ନେଲେ ଅବସର - Rohan Bopanna

author img

By ETV Bharat Sports Team

Published : Jul 30, 2024, 12:09 PM IST

ROHAN BOPANNA RETIREMENT: ଅନ୍ତର୍ଜାତୀୟ ଟେନିସରୁ ଅବସର ଘୋଷଣା କଲେ ରୋହନ ବୋପାନ୍ନା । ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ହାରିବା ପରେ କଲେ ଏପରି ଘୋଷଣା । ଅଦିକ ପଢନ୍ତୁ

Rohan Bopanna
Rohan Bopanna (AFP PHOTOS)

ହାଇଦ୍ରାବାଦ: ଅନ୍ତର୍ଜାତୀୟ ଟେନିସକୁ ବାଏ ବାଏ କହିଲେ ଭାରତୀୟ ଟେନିସ୍ ତାରକା ରୋହନ ବୋପାନ୍ନା । ପ୍ୟାରିସ ଅଲିମ୍ପିକ୍ସରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେ ଅବସର ଘୋଷଣା କରିଛନ୍ତି । 22ବର୍ଷ ଧରି ଟେନିସ ଖେଳିବା ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି । ରବିବାର ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ବୋପାନ୍ନା ଓ ଏନ ଶ୍ରୀରାମ ବାଲାଜୀଙ୍କ ଯୋଡି ଫ୍ରାନ୍ସର ଯୋଡି ଏଡଓ୍ବାର୍ଡ ରୋଜର-ଭାସେଲିନ ଏବଂ ଗେଲ ମୋନଫିଲ୍ସଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ବୋପାନ୍ନା ଓ ଏନ ଶ୍ରୀରାମଙ୍କ ଯୋଡି ପରାଜିତ ହୋଇ ଅଲିମ୍ପିକ୍ସ ଅଭିଯାନ ଶେଷ କରିଥିଲେ ।

ଶେଷ ଅନ୍ତର୍ଜାତୀୟ ମ୍ୟାଚରେ ହାରିବା ପରେ ଅବସର ଘୋଷଣା: ଗତକାଲି ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସ ଇଭେଣ୍ଟରେ ଅଲିମ୍ପିକ୍ସ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ବୋପାନ୍ନା ଓ ଏନ ଶ୍ରୀରାମ ବାଲାଜୀଙ୍କ ଯୋଡି । ପ୍ରଥମ ରାଉଣ୍ଟରେ ଫ୍ରାନ୍ସର ଏଡଓ୍ବାର୍ଡ ରୋଜର-ଭାସେଲିନ ଏବଂ ଗେଲ ମୋନଫିଲ୍ସ ଯୋଡି ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ 5-6, 2-6 ସେଟରେ ଭାରତୀୟ ବ୍ୟାଡମିଣ୍ଟନ ଯୋଡି ପରାଜିତ ହୋଇଥିଲେ । ମ୍ୟାଚ ହାରିବା ପରେ ଅନ୍ତର୍ଜାତୀୟ ଟେନିସରୁ ସେ ଅବସର ଘୋଷଣା କରିଥିଲେ । ସେ କହିଥିଲେ ଯେ, ଅନ୍ତର୍ଜାତୀୟ ଟେନିସ କ୍ୟାରିର ଆଜି ଶେଷ ମ୍ୟାଚ ଥିଲା । ମୁଁ କେଉଁଠାରେ ଅଛି ତାହା ମୁଁ ବୁଝିପାରୁଛି । ଭାରତର ପ୍ରତିନିଧିତ୍ବ କରିଥିବାରୁ ମୁଁ ଗର୍ବୀତ । ଆଗକୁ ମୁଁ କେବଳ ଏଟିପି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ରଚିଲେ ବୋପାନ୍ନା; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଅଲିମ୍ପିକ୍ସରେ ମାତ୍ର ଥରେ ବ୍ୟାଡମିଣ୍ଟନରେ ଭାରତକୁ ପଦକ ଆସିଛି: 1996 ରେ ଆଟଲାଣ୍ଟା ଅଲିମ୍ପିକ୍ସରେ ଏକକ ବ୍ୟାଡମିଣ୍ଟନ ପ୍ରତିଯୋଗୀତାରେ ଏକମାତ୍ର ଖେଳାଳି ଭାବେ କାଂସ୍ୟ ଜିତଥିଲେ ଲିଆଣ୍ଡର ପେସ । ଏହାପରେ ଅନ୍ୟକେହିବି ଏକକ ବର୍ଗରେ ପଦକ ହାସଲ କରିବାରେ ସଫଳ ହୋଇନାହାନ୍ତି । ଏହାପରେ 2016 ରିଓ ଅଲିମ୍ପିକ୍ସରେ ମିକ୍ସ ଡବଲ୍ସ ଇଭେଣ୍ଟରେ ବୋପାନ୍ନା ଓ ସାନିଆ ପଦକର ନିକଟତର ହୋଇ ମଧ୍ୟ ଚତୁର୍ଥ ସ୍ଥାନରେ ରହିଯାଇଥିଲେ । ଚଳିତ ବର୍ଷ ଅଲିମ୍ପିକ୍ସରେ ପଦକ ଆଶା ରଖି ବୋପାନ୍ନା ଖେଳିଥିଲେ ମଧ୍ୟ ବିଫଳ ହୋଇଛନ୍ତି । ପୂର୍ବରୁ ବୋପାନ୍ନା ଡେଭିସ କପ୍‌ରୁ ଅବସର ଘୋଷଣା କରିଥିଲେ । ସେହିପରି ଜାପାନରେ ଆୟୋଜିତ ହେବାକୁ ଥିବା 2026 ଏସିୟ କ୍ରୀଡା ସେ ଖେଳିବେ ନାହିଁ ।

ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଜିତି ଥିଲେ ବୋପାନ୍ନା: ଗତ ଜାନୁଆରୀରେ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ରଚିଲେ ଭାରତୀୟ ଭେଟେରାନ ଟେନିସ ତାରକା ରୋହନ ବୋପାନ୍ନା । 43 ବର୍ଷ ବୟସରେ ଜିତିଲେ ପ୍ରଥମ ଗ୍ରାଣ୍ଡସ୍ଲାମ । ତାଙ୍କ ଅଷ୍ଟ୍ରେଲୀୟ ସାଥି ଖେଳାଳି ମାଥ୍ୟୁ ଏବଡେନ୍‌ଙ୍କ ସହିତ ମିଶି ଅଷ୍ଟ୍ରେଲିଆନଓପନ ଗ୍ରାଣ୍ଡସ୍ଲାମ ପୁରୁଷ ଯୁଗଳ ବର୍ଗ ଟାଇଟଲ ଜିତିଥିଲେ ।

ଅଲିମ୍ପିକ୍ସରେ ଭାଗ ନେଇଥିବା ବୟୋଜ୍ୟେଷ୍ଠ ଖେଳାଳି ବୋପାନ୍ନା : ରୋହଲ ବୋପାନ୍ନାଙ୍କ ବୟସ 44 ବର୍ଷ ହୋଇଥିଲେ ବି ସେ ଟେନିସରେ ବେଶ ସକ୍ରିୟ । ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଖେଳାଳିଙ୍କ ମଧ୍ୟରୁ ସେ ବୟୋଜ୍ୟେଷ୍ଠ । 2012, 16ରେ ସେ ଅଲିମ୍ପିକ୍ସ ଖେଳିଥିଲେ ମଧ୍ୟ ପଦକ ଜିତି ପାରିନଥିଲେ । ଏଥର ମଧ୍ୟ ପଦକୁ ବଞ୍ଚିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.