ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ଅଳ୍ପକେ ହାତରୁ ଖସିଗଲା ମେଡାଲ; 4ର୍ଥ ସ୍ଥାନରେ ରହିଲେ ମନୁ ଭାକର - Paris Olympics 2024

author img

By ETV Bharat Sports Team

Published : Aug 3, 2024, 1:33 PM IST

Updated : Aug 3, 2024, 2:01 PM IST

Paris Olympics 2024 Manu Bhaker: ଭାରତ ହାତରୁ ଖସିଗଲା ଆଉ ଏକ ମେଡାଲ । ଅଲିମ୍ପିକ୍ସ 2024ରେ ମହିଳା 25 ମିଟର ପିସ୍ତଲ ଫାଇନାଲ୍‌ ଇଭେଣ୍ଟରେ ଦମଦାର ପ୍ରଦର୍ଶନ ସତ୍ତ୍ବେ 4ର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି ମନୁ ଭାକର । ଅଧିକ ପଢ଼ନ୍ତୁ

Paris Olympics 2024 Manu Bhaker
Paris Olympics 2024 Manu Bhaker (AP Photos)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ ଅଲିମ୍ପିକ୍ସରେ ଭାରତର ହାର୍ଟବ୍ରେକ୍‌ । ଅଳ୍ପକେ ହାତରୁ ଖସିଗଲା ଆଉ ଏକ ମେଡାଲ । ଭାରତକୁ ଏହି ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ଦୁଇ ଦୁଇଟି ମେଡାଲ ଦେଇଥିବା ଷ୍ଟାର ଶୁଟର ମନୁ ଭାକର ନିଜ ତୃତୀୟ ମେଡାଲରୁ ଅଳ୍ପ ଦୂରରେ ରହିଯାଇଛନ୍ତି । ମହିଳା 25 ମିଟର ପିସ୍ତଲ ଫାଇନାଲ୍‌ ଇଭେଣ୍ଟରେ ଦମଦାର ପ୍ରଦର୍ଶନ ସତ୍ତ୍ବେ 4ର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି ମନୁ ଭାକର । ଶେଷ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ ଜାରି ରଖିଥିଲେ ମନୁ । ହେଲେ ଶେଷ ପର୍ଯ୍ୟାୟରେ ସେ 4ର୍ଥ ସ୍ଥାନରେ ରହି ପଦକ ରେସ୍‌ରୁ ବାହାର ହୋଇଯାଇଥିଲେ ।

ଗୋଟିଏ ସଟ୍‌ରେ ଭାଙ୍ଗିଲା ହୃଦୟ :-

ପ୍ୟାରିସ ଅଲିମ୍ପିକ୍ସ 2024ରେ ଆଜି ମହିଳା 25 ମିଟର ପିସ୍ତଲ ଶୁଟିଂରେ ମନୁ ଭାକର ପଦକ ନିକଟତର ହୋଇଥିଲେ । ଗୋଟିଏ ମୁହୂର୍ତ୍ତରେ ଏପରି ଲାଗୁଥିଲା ଯେ ସେ ସ୍ବର୍ଣ୍ଣ ପଦକ ମଧ୍ୟ ଜିତି ଯାଇପାରନ୍ତି । ସେ ଆରମ୍ଭରୁ କ୍ରମାଗତ ଦ୍ବିତୀୟ ସ୍ଥାନରେ ରହିଥିଲେ । କିନ୍ତୁ ଯେତେବେଳେ ଶେଷ 4ଟି ଶୁଟର ବାକି ରହିଲେ, ସେତେବେଳେ ମନୁଙ୍କ କେବଳ ଗୋଟିଏ ଶର୍ଟି ସମଗ୍ର ଦେଶବାସୀଙ୍କ ହୃଦୟ ଭାଙ୍ଗି ଦେଇଥିଲା । ଏହା ସହିତ ସେ 4ର୍ଥ ସ୍ଥାନରେ ରହି ନିଜ ଅଭିଯାନ ଶେଷ କରିଛନ୍ତି ।

ତଥାପି ଇତିହାସ ରଚିଲେ ମନୁ :-

ମନୁ ଭାକର 2ଟି ପଦକ ସହ ନିଜ ଅଲିମ୍ପିକ ଅଭିଯାନ ଶେଷ କରିଛନ୍ତି । ଏହା ସହିତ ଭାରତୀୟ ଅଲିମ୍ପିକ୍ସ ଇତିହାସରେ ନିଜ ନାମ ସ୍ବର୍ଣ୍ଣାକ୍ଷରରେ ଲେଖିଛନ୍ତି ମନୁ । ସେ ସବୁଠାରୁ ସଫଳ ଭାରତୀୟ ଭାବେ ଅଲିମ୍ପିଆନ ଭାବେ ଅଲିମ୍ପିକ୍ସ ଇତିହାସରେ ନିଜ ନାଁସ ପଞ୍ଜିକରଣ କରିଛନ୍ତି । ମନୁଙ୍କ ବ୍ୟତୀତ କୌଣସି ଭାରତୀୟ ଖେଳାଳି ଅଲିମ୍ପିକ୍ସର ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିନାହାନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଷ୍ଟାର ଶୁଟର ମନୁ ଭାକର ଦେଶ ପାଇଁ ପ୍ରଥମ ଓ ଦ୍ବିତୀୟ ମେଡାଲ ଜିତିଥିଲେ । ସେ 28 ଜୁଲାଇରେ ପ୍ରଥମେ ମହିଳା 10 ମିଟର ଏୟାର ପିସ୍ତଲ ଏକକ ବର୍ଗରେ ବ୍ରୋଞ୍ଜ ପଦକ ଜିତି ଦେଶକୁ ପ୍ୟାରିସ ଅଲିମ୍ପିକ୍ସର ପ୍ରଥମ ପଦକ ଦେଇଥିଲେ । ଏହାପରେ ସେ 30 ଜୁଲାଇ (ମଙ୍ଗଳବାର) ସରବଜୋତ ସିଂହଙ୍କ ସହ 10 ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗରେ ଦେଶ ପାଇଁ ଦ୍ବିତୀୟ ପଦକ ଜିତିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Paris Olympics 2024; ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ରେକର୍ଡ, ପ୍ରଥମ ଭାରତୀୟ ଭାବେ ସେମି ଫାଇନାଲରେ ଲକ୍ଷ୍ୟ - Lakshya Sen reaches badminton semi

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 3, 2024, 2:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.