ETV Bharat / sports

ପ୍ୟାରିସ୍‌ରେ ଭାରତକୁ ଝଟ୍‌କା; ତୀରନ୍ଦାଜ ଧିରଜ ବୋମ୍ମାଦେଓରାଙ୍କ ଅଲିମ୍ପିକ୍ସ ଅଭିଯାନ ଶେଷ, ଏହି ଦୁଇ ଷ୍ଟାର ବକ୍ସର ବି ପଡ଼ିଲେ ବାଦ - Paris Olympics 2024

author img

By ETV Bharat Sports Team

Published : Jul 31, 2024, 1:13 PM IST

Paris Olympics 2024: 4 ଦିନରେ କେବଳ 2ଟି ପଦକ ଜିତିଛି ଭାରତ । ପୂରଣ ହେବ ତ ପୂର୍ବ ଅଲିମ୍ପିକ୍ସର ପଦକ ସଂଖ୍ୟା ରେକର୍ଡ ଭାଙ୍ଗିବା ଆଶା ? ତୀରନ୍ଦାଜ ଧିରଜ ବୋମ୍ମାଦେଓରାଙ୍କ ଅଲିମ୍ପିକ୍ସ ଅଭିଯାନ ଶେଷ ହେଲାଣି । ବକ୍ସର ପ୍ରୀତି ପାୱାର ଓ ଜସ୍ମିନ୍‌ ଲାମ୍ବୋରିଆ ମଧ୍ୟ ଶୋଚନାୟ ପରାଜୟ ସହ ଅଭିଯାନରୁ ବାହାର ହୋଇଛନ୍ତି । ଅଧିକ ପଢ଼ନ୍ତୁ

Paris Olympics 2024
Paris Olympics 2024 (IANS AND AP PHOTOS)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ୍ ଅଲିମ୍ପିକ୍ସ 2024ର 4 ଦିନ ବିତିଗଲାଣି । ହେଲେ ଏହି ଅଭିଯାନରେ ଭାରତ ଏପର୍ଯ୍ୟନ୍ତ କେବଳ 2ଟି ପଦକ ଜିତିଛି । ମଙ୍ଗଳବାର ରାତିରେ ଏକାଧିକ ଇଭେଣ୍ଟରେ ଭାରତୀୟ ଖେଳାଳିଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଭାରତୀୟ ବକ୍ସର ପ୍ରୀତି ପାୱାର ଓ ଜସ୍ମିନ ଲାମ୍ବୋରିଆଙ୍କ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ ହେଉ ହେଉ ଶେଷ ହୋଇଯାଇଛି । ସେହିଭଳି ତୀରନ୍ଦାଜୀ ଧିରଜ ବୋମ୍ମାଦେଓରା ମଧ୍ୟ ନିଜ ମ୍ୟାଚ୍‌ ହାରି ଅଲିମ୍ପିକ୍ସ 2024ରୁ ବାଦ ପଡ଼ିଛନ୍ତି । ପୂର୍ବ ଅଲିମ୍ପିକ୍ସର ପଦକ ସଂଖ୍ୟା ରେକର୍ଡ ଭାଙ୍ଗିବାର ଯେଉଁ ଆଶା ନେଇ ଭାରତୀୟ ଦଳ ପ୍ୟାରିସ ଯାଇଛି, ଏକାଧିକ ଇଭେଣ୍ଟରେ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେହି ରେକର୍ଡ ଭାଙ୍ଗିବା ଏତେ ସହଜ ହେବନାହିଁ ।

2.4 ସେମି ଦୂରରେ ରହିଗଲେ ଧିରଜ:-

ମଙ୍ଗଳବାର ରାତିରେ ଭାରତୀୟ ତୀରନ୍ଦାଜ ଧିରଜ ବୋମାଦେଓରାଙ୍କୁ ରାଉଣ୍ଡ ଅଫ୍‌ 32 ଏଲିମିନେସନ୍ ମ୍ୟାଚ୍‌ର ପୁରୁଷ ଏକକ ଇଭେଣ୍ଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଚମତ୍କାର ପ୍ରଦର୍ଶନ ସତ୍ତ୍ବେ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନିତ ହୋଇପାରିନାହାନ୍ତି ଧିରଜ । 22 ବର୍ଷୀୟ ଧିରଜ ବୋମାଦେଓରା ଏବଂ ତାଙ୍କର ପ୍ରତିଦ୍ବନ୍ଦ୍ବୀ କାନାଡାର ଏରିକ ପିଟର୍ସ 5 ସେଟ୍ ପରେ ମଧ୍ୟ ପ୍ରତ୍ୟେକ 5-5 ପଏଣ୍ଟରେ ବରାବର ସ୍ଥିତିରେ ଥିଲେ । ଭାରତର ଷ୍ଟାର ତୀରନ୍ଦାଜ ଧିରଜ ଶେଷ ତୀର ବିନ୍ଧି 10 ପଏଣ୍ଟ ସ୍କୋର କରିବା ପରେ ମଧ୍ୟ ବ୍ୟକ୍ତିଗତ ତୀରନ୍ଦାଜୀ ଇଭେଣ୍ଟରୁ ବାଦ ପଡିଥିଲେ । ଯଦିଓ ତାଙ୍କ ପ୍ରତିଦ୍ବନ୍ଦ୍ବୀ କାନାଡାର ଏରିକ ପିଟର୍ସ ମଧ୍ୟ 10 ପଏଣ୍ଟ ସ୍କୋର କରିଥିଲେ, ହେଲେ ଧିରଜଙ୍କ ତୀର ପ୍ରତିପକ୍ଷଙ୍କ ତୀର ତୁଳନାରେ ଲକ୍ଷ୍ୟକେନ୍ଦ୍ର ଠାରୁ 2.4 ସେମି ଦୂରରେ ରହିଯାଇଥିଲା । ଫଳରେ 10 ପଏଣ୍ଟ ସ୍କୋର କରି ଧିରଜ ଆଗକୁ ବଢ଼ିପାରିନଥିବାବେଳେ ସମାନ ପଏଣ୍ଟ ସହ ତାଙ୍କ ପ୍ରତିଦ୍ବନ୍ଦ୍ବୀ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ ।

ଜସ୍ମିନ୍‌ ଲାମ୍ବୋରିଆଙ୍କ ଶୋଚନୀୟ ପରାଜୟ:-

ଏହା ବ୍ୟତୀତ ମହିଳା 57 କିଲୋଗ୍ରାମ ବକ୍ସିଂ ଇଭେଣ୍ଟରେ ଫଳାଫଳ ଭାରତ ପାଇଁ ଶୋଚନୀୟ ରହିଥିଲା । ଫିଲିପାଇନ୍ସର ବକ୍ସର ନେଷ୍ଟି ପେଟେସିୟୋଙ୍କ ଠାରୁ 5-0ରେ ହାରି ଭାରତୀୟ ବକ୍ସର ଜସ୍ମିନ୍‌ ଲାମ୍ବୋରିଆ ନିଜର ଅଲିମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି । ପଏଣ୍ଟ ଆଧାରରେ 57 କିଲୋଗ୍ରାମ ମହିଳା ବର୍ଗର ପ୍ରାଥମିକ ରାଉଣ୍ଡ ଜିତିଥିଲେ ଫିଲିପାଇନ୍ସର ବକ୍ସର ନେଷ୍ଟି । ଉପସ୍ଥିତ 5 ଜଣ ବିଚାରପତି 27-30, 27-30, 27-30, 28-29 ଏବଂ 28-29 ପଏଣ୍ଟ ସହିତ ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ପେଟେସିୟୋଙ୍କ ସପକ୍ଷରେ ମ୍ୟାଚ୍ ଘୋଷଣା କରିଥିଲେ ।

ପ୍ରୀତି ପାୱାର ଆଉଟ୍‌:-

ମଙ୍ଗଳବାର ରାତିରେ କାନାଡା ବକ୍ସରଙ୍କ ବିପକ୍ଷରେ ପରାଜୟ ପରେ ଭାରତୀୟ ବକ୍ସର ପ୍ରୀତି ପାୱାର ମଧ୍ୟ ଅଲିମ୍ପିକ୍ସରୁ ଆଉଟ୍ ହୋଇଛନ୍ତି । ଏହା ପୂର୍ବରୁ ମହିଳା 54 କିଲୋଗ୍ରାମ ଓଜନ ବର୍ଗର ରାଉଣ୍ଡ ଅଫ୍‌ 16ରେ ସେ କଲମ୍ବିଆର ବକ୍ସର ୟେନି ମାର୍ସେଲା ଆରିୟାସ କାଷ୍ଟେଡାଙ୍କ ବିପକ୍ଷରେ ପରାସ୍ତ ହୋଇଥିଲେ । ତେବେ ଗତକାଲିର ପରାଜୟ ସହିତ ପ୍ରୀତିଙ୍କର ପ୍ୟାରିସ୍‌ ଅଲିମ୍ପିକ୍ସ ଅଭିଯାନ ମଧ୍ୟ ଶେଷ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଟୋକିଓରେ ସାଥ ଦେଇ ନଥିଲା ଭାଗ୍ୟ; ପ୍ୟାରିସ୍‌ରେ ଇତିହାସ ରଚିଲେ ମନୁ ଭାକର; କହିଲେ ସମସ୍ତଙ୍କ ଆଶୀର୍ବାଦ.. - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.