ETV Bharat / health

କେମିତି କମିବ ଡାଇବେଟିସ ? କ'ଣ ଖାଇବେ, କ'ଣ କରିବେ, ଶୁଣନ୍ତୁ ଡାଏଟେସିଆନଙ୍କ ଟିପ୍ସ - How to control Diabetes

author img

By ETV Bharat Health Team

Published : Aug 23, 2024, 7:24 PM IST

Updated : Aug 24, 2024, 10:04 AM IST

How to control Diabetes: ବଦଳୁଥିବା ଜୀବନଶୈଳୀ ଓ ଖରାପ ଖାଦ୍ୟାଭାସ ଯୋଗୁଁ ଡାଇବେଟିସ ଏକ ସାଧାରଣ ସମସ୍ୟା ହୋଇଛି । ପ୍ରତି ଘରେ ଘରେ ଡାଇବେଟିସ ରୋଗୀ ଅଛନ୍ତି । ତେବେ ଡାଇବେଟିସ ହେଲେ କ'ଣ କରିବେ ? କେଉଁ ଖାଦ୍ୟ ଖାଇବେ ? ଜାଣନ୍ତୁ କ'ଣ କହୁଛନ୍ତି ଡାଏଟେସିଆନ ଅନମୟୀ ନନ୍ଦ ।

କେମିତି କମିବ ଡାଇବେଟିସ ? କ'ଣ ଖାଇବେ, କ'ଣ କରିବେ, ଶୁଣନ୍ତୁ ଡାଏଟେସିଆନଙ୍କ ମୁହଁରୁ
କେମିତି କମିବ ଡାଇବେଟିସ ? କ'ଣ ଖାଇବେ, କ'ଣ କରିବେ, ଶୁଣନ୍ତୁ ଡାଏଟେସିଆନଙ୍କ ମୁହଁରୁ (ETV Bharat Odisha)

ଭୁବନେଶ୍ବର: ଡାଇବେଟିସ ବା ମଧୁମେହ ଆଜିକାଲି ଏକ ସାଧାରଣ ରୋଗରେ ପରିଣତ ହୋଇଛି । ଘରେ ଘରେ ଡାଇବେଟିସ୍ ରୋଗୀ । ମୁଖ୍ୟତଃ ବଦଳୁଥିବା ଜୀବନଶୈଳୀ ଓ ଖରାପ ଖାଦ୍ୟାଭାସ ଏହି ରୋଗର କାରଣ । ତେଣୁ ନିଜର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କାରଣ ଯଦି ଆମ ଖାଦ୍ୟ ସନ୍ତୁଳିତ ନହୁଏ ତେବେ ଡାଇବେଟିସ ହେବାର ଆଶଙ୍କା ଅଧିକ ରହିଥାଏ । ବର୍ତ୍ତମାନ ସମୟରେ ଚାଉଳ ଡାଲି ହେଉ ଅବା ପନିପରିବା ସବୁ କିଛି ବିଷାକ୍ତ ହୋଇପଡିଛି । ତେବେ ଡାଇବେଟିସ ହେଲେ କ'ଣ ଖାଇବେ ? କିପରି ଜୀବନଶୈଳୀ ପରିବର୍ତ୍ତନ ଆଣିବେ ? ସେନେଇ ସୂଚନା ଦେଇଛନ୍ତି ଡାଏଟେସିଆନ ଅନମୟୀ ନନ୍ଦ ।

ଡାଇବେଟିସ ହେଲେ କ'ଣ କରିବେ ନାହିଁ:ଡ଼ାଏଟିସିଆନ ଅନମୟୀ ନନ୍ଦଙ୍କ ପରାମର୍ଶ ଅନୁଯାୟୀ,

ଏହି ରୋଗ ନେଇ ସବୁ ସମୟରେ ଚିନ୍ତାଗ୍ରସ୍ତ ହୁଅନ୍ତୁ ନାହିଁ ।
ମାନସିକ ସନ୍ତୁଳନ ରକ୍ଷା ପାଇଁ ପ୍ରତ୍ୟେକ ଦିନ ବ୍ୟାୟାମ, ଯୋଗ, ପ୍ରାଣାୟମ କରିବା ଆବଶ୍ୟକ ।
ମାସକ ଅଧା ଲିଟର ତେଲ ବ୍ୟବହାର କରିବା ଉଚିତ୍ । ପ୍ରତ୍ୟେକ ମାସରେ ଖାଇବା ତେଲକୁ ପରିବର୍ତ୍ତନ କରିବା ଆବଶ୍ୟକ ।
ପ୍ରତ୍ୟେକ ଦିନ ଅଲିଭ ଅଏଲ ଖାଇବା ଆଦୌ ଠିକ୍ ନୁହେଁ । ସମସ୍ତ ଜିନିଷ ଖାଇବା ପୂର୍ବରୁ ଭଲରେ ତେଲକୁ ଗରମ କରି ରୋଷେଇ କରିବା ଆବଶ୍ୟକ ।

କେଉଁମାନଙ୍କୁ ଡାଇବେଟିସ ହେବାର ଆଶଙ୍କା ଅଧିକ:

ପରିବାରରେ ବାପାମାଆ, ନିକଟ ସମ୍ପର୍କୀୟ ଲୋକଙ୍କର ଯଦି ଡାଇବେଟିସ ଥାଏ ତେବେ ଡାଇବେଟିସ ହୋଇପାରେ । ୩୦ରୁ ୩୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଡାଇବେଟିସ ହେବାର ଆଶଙ୍କା ଅଧିକ । ଆଳସ୍ୟ ପରାୟଣ ଲୋକ ମଧ୍ୟ ଏହାର ଶିକାର ହୋଇଥାନ୍ତି । ଏହାବ୍ୟତୀତ ଅନେକ କାରଣ ରହିଛି, ଯଦି ଜୀବନଶୈଳୀକୁ ପରିବର୍ତ୍ତନ ନ କରନ୍ତି ତେବେ ବି ଡାଇବେଟିସ ହେବାର ସମ୍ଭାବନା ଅଧିକ ରହିଥାଏ ।

ଡାଇବେଟିସ ଲକ୍ଷଣ:

1- ଅଧିକ ଶୋଷ ଲାଗିବା
2- ବାରମ୍ବାର ପରିସ୍ରା ଲାଗିବା
3- ଧୀରେ ଧୀରେ ଓଜନ ହ୍ରାସ ପାଇବା
4- ଅଧିକ ମାତ୍ରାରେ ଭୋକ ଲାଗିବା
5- ଅତ୍ୟଧିକ ଥକ୍କା ଅନୁଭବ ହେବା
6- ଗୋଡ଼ ଝିମ୍ ଝିମ୍ ହେଇଯିବା
7- ଯଦି ଶରୀରରେ କୌଣସି କାରଣରୁ ଘା' ବା କ୍ଷତି ହୋଇଛି ତାହା ଶୀଘ୍ର ନ ଶୁଖିବା

ଡାଇବେଟିସର ଚିକିତ୍ସା କ'ଣ
ଡ଼ାଏଟିସିଆନ ଅନମୟୀ ନନ୍ଦଙ୍କ କହିବା ଅନୁସାରେ, "ଲୋକମାନଙ୍କ ମଧ୍ୟରେ ଡାଇବେଟିସ ସାରା ଜୀବନ ରହିଥାଏ । ତେଣୁକରି ଜୀବନଶୈଳୀରେ ପରିବର୍ତ୍ତନ କରିବା ହେଉଛି ଏହା ମୂଳ ଚିକିତ୍ସା । ଏହାସହ ଖାଦ୍ୟପେୟରେ ପରିବର୍ତ୍ତନ, ପ୍ରତ୍ୟେକ ଦିନ ଯୋଗ, ବ୍ୟାୟମ, ପ୍ରାଣାୟାମ କରିବା । ମାନସିକ ସନ୍ତୁଳନ ରକ୍ଷା କରିବା ସମେତ ଭଲ ବହି ପଢ଼ିବା, ନିଶାଦ୍ରବ୍ୟ ବର୍ଜନ ଓ 8 ଘଣ୍ଟା ନିଦ୍ରା ଗୁରୂତ୍ୱପୂର୍ଣ୍ଣ ଚିକିତ୍ସା ଅଟେ । ଯଦି ଏଥିରେ ଡାଇବେଟିସ ନିୟନ୍ତ୍ରିତ ନହୁଏ ତେବେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।''

କେଉଁ ଫଳ ଖାଇବା ଉଚିତ:
ଡ଼ାଏଟିସିଆନ କହିଛନ୍ତି, "ଡାଇବେଟିସ ରୋଗୀଙ୍କ ପାଇଁ କିଛି ମାତ୍ରାରେ ଫଳ ଖାଇବା ଆବଶ୍ୟକ । ପ୍ରତ୍ୟେକ ଦିନ ୧୦୦ ଗ୍ରାମ ଭିତରେ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ । ଆପଣ ତରଭୁଜ, ବିରି, ପିଜୁଳି, କମଳା, ଲେମ୍ବୁ, ଅଁଳା, ସେଓ ଆଦି ଫଳ ଖାଇପାରିବେ । ଏହାଦ୍ୱାରା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ । ଏହି ଫଳଗୁଡ଼ିକରେ ବହୁ ପରିମାଣର ପୋଷକ ତତ୍ତ୍ୱ ରହିଥାଏ । ଯାହା ଆଣ୍ଟିଅକ୍ସିଡାଣ୍ଟ, ଫାଇବର, ଭିଟାମିନ୍ ସି, ଭିଟାମିନ୍ ଏ, ଆଇରନ୍, କ୍ୟାଲସିୟମ୍ ଏବଂ ପୋଟାସିୟମ୍, ଯାହା ପ୍ରତ୍ୟେକ ସମୟରେ ଜଣେ ବ୍ୟକ୍ତିଙ୍କୁ ଶକ୍ତି ପ୍ରଦାନ କରିଥାଏ ।''

କେଉଁ ପନିପରିବା ଖାଇବା ଆବଶ୍ୟକ:
ଡାଇବେଟିସ ରୋଗୀଙ୍କ ପାଇଁ ବିଭିନ୍ନ ପନିପରିବା ଖାଇବା ଅତ୍ୟନ୍ତ ଜରୁରୀ । ବିଶେଷ ଭାବରେ କାକୁଡି, ଅଁଳା, ଧନିଆ, ଲାଉ, କଲରା , ଅଦା ଏବଂ ସବୁଜ ପତ୍ରଯୁକ୍ତ ପନିପରିବା ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । ଏହି ସମସ୍ତ ପନିପରିବା ଜଣେ ବ୍ୟକ୍ତିର ଶରୀରକୁ ହାଇଡ୍ରେଟ୍ ରଖେ । ଯାହାଫଳରେ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ । ଏହାସହ ସବୁଜ ପତ୍ରଯୁକ୍ତ ପନିପରିବା ସମେତ ଶାଗ ଜାତୀୟ ଖାଦ୍ୟରେ ବିଭିନ୍ନ ପ୍ରକାରର ଶାଗ ଖାଇବା ଆବଶ୍ୟକ ବୋଲି କହିଛନ୍ତି ଡ଼ାଏଟିସିଆନ ।

କେଉଁ ପାନୀୟ ପିଇବା ଉଚିତ:
ଶରୀରକୁ ଥଣ୍ଡା ରଖିବା ପାଇଁ ଆମେ ବିଭିନ୍ନ ପ୍ରକାରର ପାନୀୟ ପିଇଥାଉ । କିନ୍ତୁ ବିଶେଷ ଭାବେ ଡାଇବେଟିସରେ ପୀଡିତ ଥିବା ବ୍ୟକ୍ତିମାନେ ଏହି ପାନୀୟଗୁଡ଼ିକୁ ଠିକ ଭାବେ ପିଇବା ଅବଶ୍ୟକ । ଡାଇବେଟିସ ରୋଗୀଙ୍କ ପାଇଁ ବେଲ ପଣା, ଅଦା ଏବଂ ଲେମ୍ବୁ ପାଣି, କାକୁଡି ରସ ପିଇବା ଭଲ । କାରଣ ଏଥିରେ ପ୍ରାକୃତିକ ଫାଇବର, ଆଇରନ୍, ଆଣ୍ଟିଅକ୍ସିଡାଣ୍ଟ, କାର୍ବୋହାଇଡ୍ରେଟ୍ ଏବଂ ଫୋଲିକ୍ ଏସିଡ୍ ଭରପୁର ଭାବରେ ରହିଥାଏ । ତେବେ ଏହି ସମସ୍ତ ପାନୀୟରେ ଚିନି କମ୍, ଯାହା ଆପଣଙ୍କ ଶରୀରକୁ ଥଣ୍ଡା ରଖେ । ଆପଣ କୌଣସି ଚିନ୍ତା ନକରି ଏହାକୁ ମଧ୍ୟ ପିଇପାରିବେ ବୋଲି କହିଛନ୍ତି ଡ଼ାଏଟିସିଆନ ଅନମୟୀ ନନ୍ଦ ।

କେଉଁ ଡାଲି ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ:

ବିଶେଷ ଭାବରେ ଡାଇବେଟିସ ରୋଗୀମାନେ ରୁଟି କିମ୍ବା ମିଲେଟ ଖାଇବା ପାଇଁ ଅଧିକ ମାତ୍ରାରେ ଚେଷ୍ଟା କରିବା ଆବଶ୍ୟକ । ବିଭିନ୍ନ ପ୍ରକାରର ଡାଲିକୁ ପରିବର୍ତ୍ତନ କରି ପ୍ରତ୍ୟେକ ଦିନ ଖାଇବା ଭଲ । ଯେମିତିକି କୋଳଥ ଡାଲି, ଗୋଟା ହରଡ, ଗୋଟା ମୁଗ ଆଦି ଡାଲି ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ । ଅନ୍ୟପଟେ ଆମିଷରେ ମଧ୍ୟ ମାଛ, ଅଣ୍ଡା, ଚିକେନ ଖାଇପାରିବେ । କିନ୍ତୁ ମଟନ, ଚିଙ୍ଗୁଡ଼ି, କଙ୍କଡାକୁ ଦୂରେଇ ରଖିବା ଆବଶ୍ୟକ ବୋଲି କହିଛନ୍ତି ଡ଼ାଏଟିସିଆନ ଅନମୟୀ ନନ୍ଦ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 24, 2024, 10:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.