ETV Bharat / entertainment

ବିଗ ବସ୍ OTT ୩ ଫେମ୍ ଶିବାନୀ କୁମାରୀଙ୍କ ଚମକିଲା ଭାଗ୍ୟ, ଏହି ଫିଲ୍ମ ସହ କରିବେ ବଲିଉଡରେ ଏଣ୍ଟ୍ରି - Shivani Kumari Debut In Bollywood

author img

By ETV Bharat Odisha Team

Published : Aug 5, 2024, 5:02 PM IST

Bigg Boss OTT 3 Fame Shivani Kumari: ବିଗ ବସ ଓଟିଟି ୩ ଫେମ୍ ତଥା ସୋସିଆଲ୍ ମିଡିଆ ଷ୍ଟାର୍ ଶିବାନୀ କୁମାରୀ ଟ୍ରଫି ହାତେଇ ନାହାନ୍ତି ସତ ହେଲେ ସେ ଶୋ' ବାହାରିବା ପରେ ତାଙ୍କୁ ଏକ ବଡ଼ ଅଫର ମିଳିଛି । ବର୍ତ୍ତମାନ ତାଙ୍କର ପ୍ରଥମ ବଲିଉଡ ଫିଲ୍ମ ସାଇନ୍ କରିଛନ୍ତି । ତେବେ ସେ କେଉଁ ଫିଲ୍ମରେ ନଜର ଆସିବେ ଏବଂ କେଉଁ ନିର୍ଦ୍ଦେଶକଙ୍କ ସହ ସେ କାମ କରିବେ ? ଜାଣନ୍ତୁ

ବିଗ ବସ୍ ଓଟିଟି ୩ ଫେମ୍ ଶିବାନୀ କୁମାରୀଙ୍କ ବଲିଉଡରେ ଏଣ୍ଟ୍ରି
ବିଗ ବସ୍ ଓଟିଟି ୩ ଫେମ୍ ଶିବାନୀ କୁମାରୀଙ୍କ ବଲିଉଡରେ ଏଣ୍ଟ୍ରି (Kailash Masoom, Shivani, Instagram)

ହାଇଦ୍ରାବାଦ: ବିଗ୍ ବସ୍ ଓଟିଟି ୩ ସହ ଲାଇମଲାଇଟରେ ଆସିଥିବା ସୋସିଆଲ ମିଡିଆ ଷ୍ଟାର୍ ତଥା ଶିବାନୀ କୁମାରୀ ଏବେ ଚର୍ଚ୍ଚାରେ ରହିଛନ୍ତି । ଶିବାନୀ ବର୍ତ୍ତମାନ ଶୋ' ଟ୍ରଫି ହାତେଇ ନାହାଁନ୍ତି ସତ ହେଲେ ସେ ବର୍ତ୍ତମାନ ହାଇ ବଜେଟ୍ ଫିଲ୍ମ ପାଇଁ ଅଫର୍ ପାଇଛନ୍ତି । ସେ ତାଙ୍କର ପ୍ରଥମ ବଲିଉଡ ଫିଲ୍ମ ପାଇଛନ୍ତି । ଚଳଚ୍ଚିତ୍ର ନିର୍ଦ୍ଦେଶକ କୈଳାଶ ମାସୁମ ଶିବାନୀ କୁମାରୀଙ୍କ ବିଷୟରେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ଏହା ସହ ସେ ଫିଲ୍ମର ନାମ ଏବଂ ଏହାର ବଜେଟ୍ ମଧ୍ୟ ଉଲ୍ଲେଖ କରିଛନ୍ତି ।

ଲିଡ୍ ରୋଲରେ ନଜର ଆସିବେ ଶିବାନୀ

କୈଳାଶ ମାସୁମ ମଧ୍ୟ ତାଙ୍କ କାର୍ଯ୍ୟାଳୟରୁ ଶିବାନୀ କୁମାରୀଙ୍କ ସହ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଗୁଡ଼ିକରେ କୈଲାଶ ଏବଂ ଶିବାନୀ ଏହି ଫିଲ୍ମ ପାଇଁ ଏକ ଡିଲ୍ କରୁଥିବା ନଜର ଆସିଛନ୍ତି । କୈଳାଶ ମାସୁମ ଶିବାନୀଙ୍କ ସହ ଫିଲ୍ମ ଘୋଷଣା କରି ଲେଖିଛନ୍ତି, ''ଶିବାନୀ ବଲିଉଡ ଫିଲ୍ମ ପାଇଛନ୍ତି । ଫିଲ୍ମରେ ସେ ହିରୋଇନ୍ ଭାବରେ କାମ କରିବେ । ବିଗ୍ ବସ୍ ଘରୁ ବାହାରିବା ପରେ ଶିବନୀ ଆଜି ଅଭିଷେକ ଭୋଇଙ୍କ ସହ ମୋ ଅଫିସକୁ ଆସିଥିଲେ । ଏକ ଫିଲ୍ମ ପାଇଁ ମୁଁ ତାଙ୍କୁ ସାଇନ୍ କରିଛି ।''

ଏହି ଫିଲ୍ମ ସହ ଶିବାନୀ କୁମାରୀ କରିବେ ବଲିଉଡରେ ଏଣ୍ଟ୍ରି

କୈଳାଶ ଆହୁରି ଲେଖିଛନ୍ତି, ''ଘୋଡି ପେ ଚଡକେ ଆନା'' ଫିଲ୍ମ ପାଇଁ ହିରୋଇନ୍ ଭାବରେ ମୁଁ ଶିବନୀଙ୍କୁ ଦସ୍ତଖତ କରିଛି । ବିଗ ବସ୍ ଯିବା ପୂର୍ବରୁ ଶିବାନୀ ଏହି ଫିଲ୍ମରେ କାଷ୍ଟ ହୋଇଥିଲେ, କିନ୍ତୁ ଆଜି ଶିବାନୀ ମୁଖ୍ୟ ଭୂମିକାରେ ଚୂଡାନ୍ତ ହୋଇଛନ୍ତି । କୋଟି କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ଫିଲ୍ମରେ ଶିବାନୀ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ । ମୁଁ ଖୁସି ଯେ ଶିବାନୀ ଏହି ଚଳଚ୍ଚିତ୍ରରେ ମୁଖ୍ୟ ହିରୋଇନ୍ ଭାବରେ କାମ କରିବେ । ତାଙ୍କର ଚମତ୍କାର ପ୍ରତିଭା ଅଛି, ଏହି ଚଳଚ୍ଚିତ୍ରରେ କେବଳ ବଲିଉଡ ନୁହେଁ ସାଉଥ ତାରକା ମଧ୍ୟ କାମ କରୁଛନ୍ତି । ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ, ଆମେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଫିଲ୍ମର କାଷ୍ଟ ଏବଂ କ୍ରୁ ସଦସ୍ୟଙ୍କ ବିଷୟରେ ସୂଚନା ଦେବୁ ।''

ଏହା ମଧ୍ୟ ପଢନ୍ତୁ: ବିଗ ବସ୍ ଓଟିଟି ୩; ଶୋ'କୁ ମିଳିଲା ଟପ୍ ୭, ବିଦା ହେଲେ ଏହି ଦୁଇ ପ୍ରତିଯୋଗୀ

ବିଗ ବସ ଓଟିଟି ୩ରେ ପ୍ରତିଯୋଗୀ ଭାବେ ହୋଇଥିଲେ ସାମିଲ

ସୂଚନା ଥାଉ କି, ଇନଷ୍ଟାଗ୍ରାମରେ ୬ ମିଲିୟନ୍ ଲୋକ ଶିବାନୀ କୁମାରୀଙ୍କ ଫୋଲର୍ସ ରହିଛନ୍ତି । ଶିବାନୀ ତାଙ୍କ ଦେଶୀ ଅନ୍ଦାଜ ସହ ଲୋକଙ୍କ ମନ ଜିତିଛନ୍ତି ଏବଂ ବିଗ୍ ବସ୍ ଓଟିଟି ୩ ଘରୁ ମଧ୍ୟ ଶିବାନୀ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିଲେ । ବର୍ତ୍ତମାନ ଶିବାନୀଙ୍କ ପ୍ରଶଂସକମାନେ ତାଙ୍କ ପ୍ରଥମ ଚଳଚ୍ଚିତ୍ରକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.