ETV Bharat / bharat

ମିଶିଲାନି କି ମନ ? ମେଣ୍ଟକୁ ନା, ହରିୟାଣାରେ ଏକା ଲଢିବ ଆପ୍‌ - Haryana Assembly Election

author img

By ETV Bharat Odisha Team

Published : Sep 9, 2024, 9:27 PM IST

AAP Says No Alliance with Congress: ହରିୟାଣା ବିଧାନସଭା ନିର୍ବାଚନରେ ଏକାକି ଲଢିବ ଆପ୍‌ । ମେଣ୍ଟକୁ ନା । ରିଲିଜ କଲା 20 ଜଣିଆ ପ୍ରାର୍ଥୀ ତାଲିକା ।

Haryana Assembly Election
Haryana Assembly Election (ETV Bharat Odisha)

ଚଣ୍ଡିଗଡ: କଂଗ୍ରେସ ସହ ନୁହେଁ ଏକା ଲଢିବ ଆପ୍‌ । ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ-ଆମ ଆଦମି ପାର୍ଟି ଏକାଠି ଲଢିବା ଚର୍ଚ୍ଚାରେ ଆଜି ପୂର୍ଣ୍ଣଚ୍ଛେଦ ଟାଣିଛି ଆପ୍‌ । କଂଗ୍ରେସ ସହ ମେଣ୍ଟ ନୁହେଁ ବରଂ ଏକାକୀ ଲଢିବ ଦଳ । ଆଗକୁ ହରିୟାଣାରେ ବିଧାନସଭା ନିର୍ବାଚନ ଥିବାବେଳେ ଆଜି 20 ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ଆମ ଆଦମି ପାର୍ଟି । ପୂର୍ବରୁ ଦଳ କଂଗ୍ରେସ ସହ ମେଣ୍ଟ କରି ରାଜନୀତି ମୈଦାନକୁ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଦଳ ପ୍ରାର୍ଥୀ ତାଲିକା ଜାରି କରି ସବୁ ଚର୍ଚ୍ଚା ଉପରେ ବିରାମ ଲଗାଇଛି ।

AAP RELEASE CANDIDATES LIST Election
AAP RELEASE CANDIDATES LIST (ETV Bharat)

20 ପ୍ରାର୍ଥୀ ତାଲିକା ଜାରି କଲା ଆପ୍‌:

ଆମ ଆଦମି ପାର୍ଟି ହରିୟାଣା ନିର୍ବାଚନ ପାଇଁ 20 ଯୋଦ୍ଧାଙ୍କୁ ମୈଦାନକୁ ଓହ୍ଲାଇଛି । ଅନୁରାଗ ଢାଙ୍ଗା କଲାୟତ ଆସନରୁ ଲଢିବାକୁ ଯାଉଥିବା ବେଳେ ଗୁରୁପାଲ ସିଂହ ନାରାୟଣଗଡରୁ ଲଢିବାକୁ ଯାଉଛନ୍ତି । ସେହିପରି ପୁଣ୍ଡରିରୁ ନରେନ୍ଦ୍ର ଶର୍ମାଙ୍କୁ ଟିକଟ ଦେଇଛି ଦଳ । ଘରୋଁଦାରୁ ଜୟପାଲ ଶର୍ମା, ଅସନ୍ଦରୁ ଅମନଦୀପ ଜୁଣ୍ଡଲା, ସମାଲଖାରୁ ବିଟ୍ଟୁ ପହଲବାନ, ଉଚାନକଲ୍ଲାରୁ ପବନ ଫୈଜି, ଡବବାଲିରୁ କୁଲଦୀପ ଗଦରାନା, ରାନିୟାରୁ ହାପି ରନିୟା, ଭିବାନିରୁ ଇନ୍ଦୁ ଶର୍ମା, ମହମରୁ ବିକାଶ ନେହେରା, ରୋହତକରୁ ବିଜେନ୍ଦ୍ର ହୁଡ୍ଡା, ବାହଦୁରଗଡରୁ କୁଳଦୀପ ଚିକାରା, ବାଦଲିରୁ ରଣବୀର ଗୁଲିୟା, ବେରି ସିଟରୁ ସୋନୁ ଅହଲାବତ ଶେରିୟା, ମହେନ୍ଦ୍ରଗଡରୁ ମନିଷ ଯାଦବ, ନାରନୋଲରୁ ରବିନ୍ଦ୍ର ମଟରୁ, ବାଦଶାହପୁରରୁ ବୀର ସିଂହ ସରପଞ୍ଚ, ସୋହନାରୁ ଧର୍ମେନ୍ଦ୍ର ଖଟାନା ଓ ବଲ୍ଲଭଗଡରୁ ରବିନ୍ଦ୍ର ଫୌଜିଦାରଙ୍କୁ ଟିକଟ ଦେଇଛି ଦଳ ।

ଏହା ମଧ୍ୟ ପଢନ୍ତୁ: କଂଗ୍ରେସରେ ଯୋଗଦେଲେ ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ; ଲଢ଼ିବେ ହରିୟାଣା ବିଧାନସଭା ନିର୍ବାଚନ ! -

ଏକାଠି ଲଢିବାକୁ ଆପ୍‌ର ନା:

AAP RELEASE CANDIDATES LIST

ତାଲିକା ଜାରି କରିବା ପୂର୍ବରୁ ହରିୟାଣାର ଆପ୍‌ ସଭାପତି ସୁଶିଲ ଗୁପ୍ତା ପୂର୍ବରୁ ଘୋଷଣା କରିଥିଲେ କି, ଯଦି ସନ୍ଧ୍ୟା ସୁଦ୍ଧା ଗଠବନ୍ଧନ ନେଇ କୌଣସି ବୁଝାମଣା ନହୁଏ ସନ୍ଧ୍ୟା ସୁଦ୍ଧା ସମସ୍ତ 90 ସିଟରେ ପ୍ରାର୍ଥୀ ଘୋଷଣା କରିଦିଆଯିବ । ଆସନ୍ତା ଅକ୍ଟୋବର 5ରେ ମତଦାନ ହେବାକୁ ଥିବା ବେଳେ ସେପ୍ଟେମ୍ବର 12 ହେଉଛି ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ । ସେପଟେ କଂଗ୍ରେସ ଯେଉଁ 11ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି । ସେହି ସବୁ ଆସନରେ ବି ଆଜି ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ।

ଏହା ମଧ୍ୟ ପଢନ୍ତୁ: ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ: ୩ଟି ପର୍ଯ୍ୟାୟରେ ହେବ ଜମ୍ମୁ-କାଶ୍ମୀର ନିର୍ବାଚନ, ଏହି ଦିନ ହରିୟାଣା ଭୋଟ

ଆଲୋଚନା ଫେଲ୍‌ !

ବିଧାନସଭା ନିର୍ବାଚନରେ ଆପ ଓ କଂଗ୍ରେସ ଏକାଠି ଲଢିବା ନେଇ ଆଲୋଚନା ଜାରି ରହିଥିଲା । ପୂର୍ବରୁ ଯାହା ସଙ୍କେତ ମିଳୁଥିଲା ଉଭୟେ ଏକାଠି ଲଢିପାରନ୍ତି ନିର୍ବାଚନ । ଏଥିପାଇଁ ଗତକାଲି (ରବିବାର) ରାଜ୍ୟ କଂଗ୍ରେସ ପ୍ରଭାରୀ ଦୀପକ ବାବରିୟା ଓ ଆପ୍‌ ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ହେଲେ ସବୁ କଳ୍ପନା ଜଳ୍ପନାକୁ ଫେଲ କରି ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.