ETV Bharat / state

ବର୍ଷାରେ ଉବୁଟୁବୁ ମାଲକାନଗିରି, ଆଜି ସ୍କୁଲ ଓ ଅଙ୍ଗନବାଡି ଛୁଟି - Heavy rain in Malkangir

author img

By ETV Bharat Odisha Team

Published : Sep 9, 2024, 8:12 PM IST

Updated : Sep 10, 2024, 8:25 AM IST

Heavy rain in Malkangiri: ମାଲକାନଗିରିରେ ବେହାଲ କଲାଣି ବର୍ଷା । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ବର୍ଷା ପାଇଁ ବନ୍ଦ ରହିବ ସ୍କୁଲ ଅଙ୍ଗନବାଡି । ପଢନ୍ତୁ ସମ୍ପୂର୍ଣ୍ଣ ଖବର

ଉବୁଟୁବୁ ମାଲକାନଗିରି
ଉବୁଟୁବୁ ମାଲକାନଗିରି (ETV Bharat Odisha)

ମାଲକାନଗିରି: ଦୁଇ ଦିନ ଲାଗି ରହିଥିବା ବର୍ଷା ଫଳରେ ବେହାଲ ହୋଇପଡିଛି ମାଲକାନଗିରି ଜିଲ୍ଲା । ସବୁଠି ଖାଲି ପାଣି ଆଉ ପାଣି । ରାଜପଥ ଉପରେ ପ୍ରବାହିତ ହେଉଛି 10 ଫୁଟ ଉପରେ ବର୍ଷା ପାଣି । ଜିଲ୍ଲା ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ରାସ୍ତା ଉପରେ ପାଣି ପ୍ରବାହିତ
ରାସ୍ତା ଉପରେ ପାଣି ପ୍ରବାହିତ (ETV Bharat Odisha)

ଆଜି ସ୍କୁଲ-ଅଙ୍ଗନବାଡି ବନ୍ଦ:

ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ମାଲକାନଗିରି ଜିଲ୍ଲା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଜିଲ୍ଲାକୁ ରେର୍ଡ ଆଲର୍ଟ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ରନ୍ଧା ଖାଦ୍ୟ ବଦଳରେ ଶିଶୁଙ୍କ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯିବ । ଏଥିସହ ଅଙ୍ଗନବାଡି କର୍ମୀଙ୍କୁ ସଜାଗ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ମାଲକାନଗିରିରେ ବନ୍ୟା ସ୍ଥିତି
ମାଲକାନଗିରିରେ ବନ୍ୟା ସ୍ଥିତି (ETV Bharat Odisha)

ବାଲିମେଳା ଜଳଭଣ୍ଡାର ଛାଡିବ ପ୍ରଥମ ବନ୍ୟାଜଳ: ବାଲିମେଳା ଜଳଭଣ୍ଡାର ଉପରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ହୋଇଛି । ତେଣୁ ଆସନ୍ତାକାଲି ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ବନ୍ଧର ତଳ ମୁଣ୍ଡରେ ରହୁଥିବା ଜନସଧାରଣଙ୍କୁ ଏଥି ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

Flood situation in Malkangiri
Flood situation in Malkangiri (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:ରାଜ୍ୟରେ ଜାରି ରହିଛି ଭୀଷଣ ବର୍ଷା, ଏସବୁ ଜିଲ୍ଲାକୁ ସତର୍କ ଜାରି

ବୁଡିଲା ରାଜପଥ:

ଲଗାଣ ଦୁଇ ଦିନ ବର୍ଷାରେ ମାଲକାନଗିରି ଜିଲ୍ଲାର ସ୍ଥିତି ସଙ୍ଗୀନ । ବୁଡିଲା ଜାତୀୟ ରାଜପଥର ସମସ୍ତ ପୋଲୋ। ପୋଲୋ ଉପରେ ଦେଇ ଯାଉଛି 5 ଫୁଟରୁ ଅଧିକ ବର୍ଷା ପାଣି । ମାଲକାନଗିରି ଜିଲ୍ଲାକୁ ଯାତାୟତ ଠପ୍ ହୋଇପଡିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପାଙ୍ଗାମ ନଦୀ ପୋଲୋ ଉପରେ ୪ ଫୁଟର ପାଣି ଯାଉଥିବାରେ ଜୟପୁର ମାଲକାନଗିରି ମଧ୍ୟରେ ଯାତାୟତ ଠପ୍ । ସେହି ଭଳି MV 7, ପଟେରୁ ,କାଙ୍ଗୁରୁକୁଣ୍ଡା, MV90 ,MV 96 ,ପାଙ୍ଗାମ୍, କନ୍ୟାଆଶ୍ରମ ପୋଲୋ ଉପରେ ବର୍ଷା ପାଣି ପ୍ରବାହିତ ହେଉଛି । ସେପଟେ ପଟେରୁ ନଦୀ ପାଣି ହଠାତରେ ପଟେରୁ ଗାଁ ଭିତରେ ପସିଆସିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା, ଫିଲ୍ଡ ଅଧିକାରୀଙ୍କୁ ସଜାଗ ରହିବାକୁ CSଙ୍କ ନିର୍ଦ୍ଦେଶ

ଜିଲ୍ଲାପାଳଙ୍କ ସୂଚନା (ETV Bharat Odisha)

ଆନ୍ଧ୍ର-ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ:

ମାଲକାନଗିରି ସହର ଠାରୁ ୭ କିଲୋମିଟର ଦୂରରେ ଥିବା MV-7 ପୋଲୋ ଉପରେ ପାଣି ପ୍ରବାହିତ ହେବା ଦ୍ବାରା ସେଠାରୁ ଆଗକୁ ଯିବା ଅସମ୍ଭବ ହୋଇପଡିଛି । ପୋଲ ଉପରେ ୫ ରୁ ୬ ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଥ‌ିବାରୁ ଏହି ରାସ୍ତା ଦେଇ ଯାଉଥିବା ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। କାଙ୍ଗୁରୁକୋଣ୍ଡା, ଏମ୍ ଭି ୯୦ ନମ୍ବର, ପଟେରୁ , କନ୍ୟା ଆଶ୍ରମ ପୋଲ ଉପରେ ଉପରେ ୫ ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଛି । ଯାହା ଫଳରେ ଶତାଧିକ ଯାନବାହାନ ଜାତୀୟ ରାଜପଥରେ ଅଟକି ରହିଛି । ପ୍ରଶାସନ ପକ୍ଷରୁ ପୋଲର ଉଭୟ ପାର୍ଶ୍ଵରେ ନାଲିଫିତା ଟଣା ଯାଇ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଯାତାୟତ କରୁଥିବା ସମସ୍ତ ସରକାରୀ ଓ ବେସରକାରୀ ବସ୍ ସେଠାରେ ଅଟକି ରହିଛି । ଏହା ଫଳରେ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିଭଳି ଚାଲାଣଗୁଡା ନାଳ ଓ ସୁକୁମା ନଦୀରେ ୫ରୁ୬ ଫୁଟ ର ପାଣି ଚାଲୁଥିବାରୁ ଛତିଶଗଡ ସହ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ: ବର୍ଷାରେ ବେହାଲ କୋରାପୁଟ: ମାଛକୁଣ୍ଡ ପାୱାର ହାଉସରେ ପସିଲା ପାଣି, ବିଦ୍ୟୁତ୍‌ ଉତ୍ପାଦନ ଠପ୍‌

ବାହ୍ୟଜଗତରୁ ବିଚ୍ଛିନ୍ନ ବଣ୍ଡାଘାଟି:

ଯୋଗାଯୋଗ ବାଧାପ୍ରାପ୍ତ
ଯୋଗାଯୋଗ ବାଧାପ୍ରାପ୍ତ (ETV Bharat Odisha)

ଖଇରପୁଟ ବ୍ଲକ ବଣ୍ଡାଘାଟିରେ ଲଗାଣ ବର୍ଷା ଯୋଗୁଁ ପାହାଡ ଧସେଇ ହୋଇ ରାସ୍ତା ଉପରେ ପାହାଡି ପାଣି ପ୍ରଖର ସ୍ରୋତରେ ପ୍ରବାହିତ ହେଉଛି । ଯାହା ଫଳରେ ଖଇରପୁଟ ଠାରୁ ବଣ୍ଡାଘାଟିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବଣ୍ଡା ଜନଜାତିଙ୍କ ସହର ସହିତ ଯୋଡ଼ି ହେବାକୁ ଥିବା ଏକମାତ୍ର ରାସ୍ତା ଉପରେ ପାହାଡ଼ର ପାଣି ଧସେଇ ପଶିବା ଫଳରେ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ବଣ୍ଡା ଘାଟି। ସେହିପରି କୋରକୁଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତର ବାୟାପଡା ଘାଟି ରାସ୍ତା ଲଗାଣ ବର୍ଷାରେ ଧୋଇ ନେଇଜିବାରୁ ପାଖାପାଖି ୧୦ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ପାଣି ନିଷ୍କାସନରେ ଅସୁବିଧା, ଉପୁଜିଲାଣି ବନ୍ୟା ସ୍ଥିତି:

ସେହିଭଳି ମାଲକାନଗିରି ସହରର ବାଲିସାଗର ସାହିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଲିସାଗର ବନ୍ଧ ନିର୍ମାଣ କରିବା ଦ୍ବାରା ସେହି ଅଞ୍ଚଳର ପାଣି ବାହାରକୁ ନିଷ୍କାସନ ହୋଇ ପାରୁ ନଥିବାରୁ ସେହି ଅଞ୍ଚଳରେ ପାଣି ଜମାହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଧସିଲା ପଥର
ଧସିଲା ପଥର (ETV Bharat Odisha)

ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ:

କୋରାପୁଟ ଓ ମାଲକାନଗିରିର ପ୍ରଚୁର ବର୍ଷା ହୋଇଛି । ଫଳରେ ବହୁସ୍ଥାନରେ ବର୍ଷାଜଳ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ସ୍ଥାନୀୟ ଜନସାଧାରଣ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଏସଆରସିଙ୍କ ସମେତ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଜିଲ୍ଲାପାଳଙ୍କୁ ପ୍ରାକ୍ ପ୍ରସ୍ତୁତି ସହ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରିର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେବା ସହ ଜିଲ୍ଲା ପ୍ରଶାସନକୁ ସହଯୋଗ ଦେବା ପାଇଁ ବରିଷ୍ଠ ଅଧିକାରୀ ଜିଲ୍ଲା ଯାଇଛନ୍ତି । ଅଗ୍ନିଶମ ସେବା ଓ ଗୃହରକ୍ଷୀ ବାହିନୀ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଛନ୍ତି ।

ରାଜ୍ୟରେ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ରେଡ୍ ଆଲର୍ଟ, ବାହ୍ୟ ଜଗତରୁ ବିଛିନ୍ନ ମାଲକାନଗିରି

ବର୍ଷାରେ ବେହାଲ୍ ଆନ୍ଧ୍ର-ତେଲେଙ୍ଗାନା: ସହାୟତା ପାଇଁ ଆଗେଇ ଆସିଲେ ସାଉଥ ତାରକା, ଦାନ କଲେ କୋଟି କୋଟି

ଇଟିଭି ଭାରତ, ମାଲକାନଗିରି

Last Updated : Sep 10, 2024, 8:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.