ETV Bharat / state

ଯୁବତୀଙ୍କୁ ମାସ ମାସ ଧରି ଗଣଦୁଷ୍କର୍ମ କରୁଥିଲେ ୭ ଜଣ ଯୁବକ, ପୀଡିତା ୭ ମାସର ଗର୍ଭବତୀ - Woman Gang Raped

author img

By ETV Bharat Odisha Team

Published : Sep 9, 2024, 9:40 PM IST

Dhenkanal Woman Gang Rape Case: ରାତି ହେଲେ ଘରେ ପଶୁଥିଲେ । ଯୁବତୀଙ୍କୁ ଛାତ ଉପରକୁ ଜବରଦସ୍ତ ଟେକି ନେଇ ମାସ ମାସ ଧରି ଗଣଦୁଷ୍କର୍ମ କରିଛନ୍ତି ୭ ଯୁବକ । ଅଧିକ ପଢ଼ନ୍ତୁ

Young Woman Gang Raped
Young Woman Gang Raped (ETV Bharat Odisha)

ଢେଙ୍କାନାଳ: ନିଶାର୍ଦ୍ଧ ହେଲେ ଆସୁଥିଲେ ପାଶବିକ ପ୍ରବୃତ୍ତିର ୬ରୁ ୭ ଜଣ ଯୁବକ । ୨୨ ବର୍ଷୀୟା ଅସହାୟ ଯୁବତୀଙ୍କୁ ଘରୁ ଛାତ ଉପରକୁ ଟେକି ନେଇ ଜଣଙ୍କ ପରେ ଜଣେ ଗଣଦୁଷ୍କର୍ମ କରୁଥିଲେ । ମାସାଧିକକାଳ ଗଣଦୁଷ୍କର୍ମ ପରେ ଯୁବତୀ ଅନ୍ତଃସତ୍ତ୍ଵା ହୋଇଥିଲେ । ତଥାପି ଯୁବକମାନେ ଯୁବତୀଙ୍କୁ ଛାଡ଼ିନଥିଲେ । ପ୍ରତିଦିନ ରାତିରେ ଆସି ଯୁବକମାନେ ଅସହାୟ ଯୁବତୀଙ୍କୁ ଦୁଷ୍କର୍ମ କରୁଥିଲେ । ଯୁବତୀ ଜଣକ ଏବେ ୭ ମାସର ଗର୍ଭବତୀ ଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ସଖି କେନ୍ଦ୍ରରେ ରଖାଯାଇଛି । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ ।

କ'ଣ ଥିଲା ଘଟଣା:

ସୂଚନା ମୁତାବକ, ପୀଡିତା ଯୁବତୀଙ୍କ ବାପା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଅଞ୍ଚଳରେ ନିଜ ଶ୍ୱଶୁର ଘରେ ଘରଜ୍ବାଇଁ ହୋଇ ରହି ଆସୁଥିଲେ । ଯୁବତୀଙ୍କ ମା’ଙ୍କ ପରଲୋକ ପରେ ସମ୍ପର୍କୀୟଙ୍କ ସହ ଜମିବାଡି ବିବାଦକୁ ନେଇ ଯୁବତାଙ୍କ ବାପା ମାନସିକ ସନ୍ତୁଳନ ହରାଇ ଏକ ପ୍ରକାର ମାନସିକ ଭିନ୍ନକ୍ଷମ ଜୀବନ ଯାପନ କରୁଥିଲେ । ସମ୍ପର୍କୀୟମାନେ ଘର ବାଡ଼ି ଓ ଜମି ହଡପ କରିନେଇଥବା ବେଳେ ଉଭୟ ବାପ ଝିଅ ଗାଁର ଏକ ପରିତ୍ୟକ୍ତ ଅଙ୍ଗନୱାଡି କେନ୍ଦ୍ରର ଏକ ଭଙ୍ଗା କୋଠରୀରେ ଆଶ୍ରୟ ନେଇଥିଲେ । ଯେଉଁ କୋଠରୀ ଭିତରୁ ବନ୍ଧ କରି ହେଉନଥିଲା । ଏପଟେ ରାତି ହେଲେ ମାନସିକ ବିକୃତ କାରଣରୁ ବାପା ଶୋଇଯାଉଥିଲେ । ଏହାର ସୁଯୋଗ ନେଇ ଗାଁର ୭ ଜଣ ଯୁବକ ରାତି ୧୦ଟା ହେଲେ ଖୋଲା ଘରେ ପଶି ଯୁବତୀଙ୍କୁ ଛାତ ଉପରକୁ ଟେକି ନେଇ ଜଣକ ପରେ ଜଣେ ଗଣଦୁଷ୍କର୍ମ କରୁଥିଲେ । ରାତି ତମାମ୍ ଦୁଷ୍କର୍ମ କରିବା ପରେ ଭୋର ହେବା ପୂର୍ବରୁ ଫେରାର ହୋଇଯାଉଥିଲେ । ଏଭଳି ପ୍ରତିଦିନ ରାତିରେ ଏହି କାମୁକ ଯୌନ ପିପାଶୁଙ୍କ ଶିକାର ହେଉଥିଲେ ପୀଡିତା ।

୭ ମାସର ଗର୍ଭବତୀ ଯୁବତୀ:

ଏହା ଭିତରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ । ଗର୍ଭବତୀ ହେବା ପରେ ମଧ୍ୟ ଯୌନ ପିପାସୁମାନଙ୍କ ଠାରୁ ତାଙ୍କୁ ନିସ୍ତାର ମିଳିନଥିଲା । ଗର୍ଭବତୀ ଅବସ୍ଥାରେ ମଧ୍ୟ ଯୁବକମାନେ ତାଙ୍କ ସହ ଦୁଷ୍କର୍ମ କରୁଥିଲେ । ଯୁବତୀ ଜଣଙ୍କ ଏନେଇ ଗ୍ରାମବାସୀଙ୍କ ପାଖରେ ଗୁହାରି କରୁଥିଲେ ମଧ୍ୟ ତାଙ୍କ ଗୁହାରୀକୁ କେହି ଶୁଣୁନଥିଲେ । ଫଳରେ ଏହାର ସୁଯୋଗ ନେଇ ଯୁବକମାନେ ଏଭଳି ପାଶବିକ କାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଯୁବତୀ ଏବେ ୭ ମାସର ଗର୍ଭବତୀ ଅଛନ୍ତି । ଖବରପାଇ ତାଙ୍କୁ ଉଦ୍ଧାର କରାଯାଇ ସଖୀ କେନ୍ଦ୍ରରେ ରଖାଯାଇଛି ଓ ନିୟମାନୁଯାୟୀ କାଉନସେଲିଂ ଜାରି ରହିଛି । ଘଟଣା ସମ୍ପର୍କରେ ସଦର ଥାନା ପୋଲିସ ପକ୍ଷରୁ ତନାଘନା ଜାରି ରହିଛି । ବର୍ତ୍ତମାନ ଏହି ଘଟଣାରେ ୪ ଜଣ ଯୁବକଙ୍କୁ ଗିରଫ ରଖିଛି ପୋଲିସ । ଏପରି ଘଟଣା ପଦାକୁ ଆସିବା ପରେ ଦୃଢ଼ ଭାବେ ନିନ୍ଦା କରି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମର ସଭାପତି ।

ଘଟଣାସ୍ଥଳରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ:

ସେପଟେ ଏହି ଘଟଣାକୁ ନେଇ ଆଜି କଂଗ୍ରେସ ପକ୍ଷରୁ ସର୍ବଭାରତୀୟ କଂଗ୍ରେସ ମହିଳା ମୋର୍ଚ୍ଚାର ସମ୍ପାଦିକା ସସ୍ମିତା ବେହେରାଙ୍କ ନେତୃତ୍ୱରେ ଏକ ୮ ଜଣିଆ କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଘଟଣାସ୍ଥଳକୁ ଯାଇ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ପୀଡିତାଙ୍କୁ ତୁରନ୍ତ ୨୦ ଲକ୍ଷ ଟଙ୍କା ଓ ସ୍ଥାୟୀ ଭାବେ ଥଇଥାନ ପ୍ରଦାନ ସହିତ ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କଠୋର ଦଣ୍ଡ ବିଧାନ ପାଇଁ ଦାବି କରିଛନ୍ତି । ସେପଟେ ଏହି ଘଟଣାର ସ୍ପର୍ଶକାତରତାକୁ ଉପଲବ୍ଧି କରି ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କାର୍ଯ୍ୟାନୁଷ୍ଠାନ ନାବା ପାଇଁ ଢେଙ୍କାନାଳ ଏସପିଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ପୋଲିସ ତତ୍ପର ହେବା ସହିତ ଘଟଣାସ୍ଥଳରେ ଘନଘନ ଯାଞ୍ଚ କରୁଥିବା ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ...Rape Case Verdict: ଡକାୟତି ସହ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ, ଏଭଳି ଦଣ୍ଡ ପାଇଲେ ୨ ଅଭିଯୁକ୍ତ - Two Get Life Term

ପୋଲିସ ଜାଣିବା ପରେ ବି ତତ୍ପରତା ଦେଖାଇଲା ନାହିଁ:

ଏନେଇ ଏଆଇସିସି ମହିଳା ମୋର୍ଚ୍ଚା ସମ୍ପାଦିକା ସସ୍ମିତା ବେହେରା କହିଛନ୍ତି, " ଆଜି ଆମେ ଘଟଣାସ୍ଥଳକୁ ଆସିଥିଲୁ । ଏ ଯାଗାରେ ସବୁ ବେଳେ ଲୋକ ଚଳ ପ୍ରଚଳ ହେଉଛନ୍ତି । ହେଲେ ଏଠାରେ କିଭଳି ଏକ ଅମାନୁଷିକ ଘଟଣା ଘଟିଲା ଏହା ବିଶ୍ବାସ ହେଉନି । ଯାହା ମୁଁ ଲୋକମାନଙ୍କ ଠାରୁ ଶୁଣିବାକୁ ପାଉଛି, ଗତ ୬ ତାରିଖରୁ ପୋଲିସ ପାଖକୁ ଏହି ଘଟଣା ସମ୍ପର୍କରେ ଖବର ଗଲାଣି । ହେଲେ ପୋଲିସ ଏ ସମ୍ପର୍କରେ ଜାଣିବା ପରେ ବି ତତ୍ପରତା ଦେଖାଇଲା ନାହିଁ । ଏବେ ପ୍ରଶ୍ନ ଉଠୁଛି ପୋଲିସ କରୁଛି କ'ଣ । ଆମେ ଦାବି କରୁଛୁ ଦୋଷୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ।"

ଏହା ମଧ୍ୟ ପଢ଼ନ୍ତୁ...Sambalpur Murder: ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ନ୍ୟାୟ ଦାବିରେ ଅଡ଼ି ବସିଲେ ଲୋକେ, ଜଣେ ଗିରଫ - Justice For Victim

୪ ଜଣ ଯୁବକଙ୍କୁ ଗିରଫ:

ଏ ସଂକ୍ରାନ୍ତରେ ଭାପୁର ଫାଣ୍ଡି ୪ଜଣ ଯୁବକଙ୍କୁ ଗିରଫ କରିଛି । ଏହି ଘଟଣାରେ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରୁଛି । ତେବେ ଏହି ଘଟଣାରେ ୬ରୁ ୭ଜଣ ସଂପୃକ୍ତ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗିରଫ ୪ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା କରି କୋର୍ଟଚାଲାଣ କରାଯାଉଛି । ସେପଟେ ପୀଡିତା ଯୁବତୀଙ୍କୁ କାଉନସିଲିଂ କରାଜୁଥିବା ସହିତ ତାଙ୍କ ମାନସିକ ସନ୍ତୁଳନ ହରାଇଥିବା ବାପାଙ୍କୁ ମଧ୍ୟ ସଖି କେନ୍ଦ୍ରରେ ରଖାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ରକ୍ଷକ ସାଜିଥିଲା ଭକ୍ଷକ, ନାବାଳିକା ଦୁଷ୍କର୍ମକାରୀ କନେଷ୍ଟବଳକୁ ଏଭଳି ସଜ୍ଜା ଶୁଣାଇଲେ କୋର୍ଟ - Minor Girl Rape Case

ଅଭିଯୁକ୍ତଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ:

ଏନେଇ ଢେଙ୍କାନାଳ ଏସପି ମଡ଼କର ସଂଜୀବ ସମ୍ପଦ କହିଛନ୍ତି, "ଯୁବକତୀ ଜଣଙ୍କ ଅଭିଯୋଗ କରିଥିଲେ ଯେ, ତାଙ୍କ ଗାଁ ଆଖପାଖରେ କିଛି ଯୁବକ ତାଙ୍କୁ ମାନସିକ ବିକୃତ କହି ଜବରଦସ୍ତ ଦୁଷ୍କର୍ମ କରିଛନ୍ତି । ଏନେଇ ଖବର ପାଇବା ପରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଡାକ୍ତରୀମାଇନା ଚାଲିଛି । ସୋମାନଙ୍କୁ ଖୁବଶୀଘ୍ର କୋର୍ଟ ଚାଲାଣ କରାଯିବ। ଅନ୍ୟ ସପୃକ୍ତମାନଙ୍କୁ ଧରିବା ପାଇଁ ଛାନଭିନ ଚାଲିଛି । ପୀଡିତାଙ୍କ ଡାକ୍ତରୀମାଇନା ସରିଛି । ଅଭିଯୁକ୍ତମାନଙ୍କୁ ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଚେଷ୍ଟା କରୁଛୁ ।"

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.