ଓଡିଶା

odisha

By ETV Bharat Odisha Team

Published : Jul 3, 2024, 3:54 PM IST

ETV Bharat / snippets

ଅଜଣା ଗାଡ଼ି ଧକ୍କାରେ ଦମ୍ପତି ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ରୋକ

ଅଜଣା ଗାଡ଼ି ଧକ୍କାରେ ଦମ୍ପତି ମୃତ
ଅଜଣା ଗାଡ଼ି ଧକ୍କାରେ ଦମ୍ପତି ମୃତ (ଇଟିଭି ଭାରତ, ଓଡ଼ିଶା)

ବଲାଙ୍ଗୀର: ଅଜଣା ଗାଡ଼ି ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ମୂରିବାହାଲ୍ ବ୍ଲକ ଅନ୍ତର୍ଗତ ପତ୍ରାପାଲି ଗ୍ରାମରେ । ତେବେ ଏହି ଗ୍ରାମର ଦମ୍ପତ୍ତି ଗମ୍ଭୀର ରଣା ଓ ତାଙ୍କ ସ୍ତ୍ରୀ ସରୋଜିନୀ ରଣା ନିଜ ବିଲରେ ଚାଷ କାମ ପାଇଁ ଯାଇଥିଲେ । ସେମାନେ ସାଇକେଲରେ ଯାଉଥିବାବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଡ଼ି ଧକ୍କାରେ ଏକ ବଳଦର ମଧ୍ୟ ମୃତ୍ୟୁ ଘଟିଥିଲା । ସେପଟେ ଗ୍ରାମବାସୀ ଓ ମୃତକଙ୍କ ସମ୍ପର୍କୀୟମାନେ ଘଟଣାସ୍ଥଳରେ ଆସି ମୃତଦେହ ରଖି ରାସ୍ତାରୋକ କରିଛନ୍ତି । ମୃତକଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ ପ୍ରଦାନ ସହ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବା ପାଇଁ ଏମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details