ETV Bharat / health

ଡାଇବେଟିସ୍ ରୋଗୀ ଖାଆନ୍ତୁ ଏହି 10ଟି ଫଳ, ଏମିତି ମିଳେ ଫାଇଦା - Fruits good for diabetes - FRUITS GOOD FOR DIABETES

Fruits good for diabetes: ଡାଇବେଟିସ୍ ରୋଗୀଙ୍କୁ ବିଭିନ୍ନ ଫଳ ଖାଇବାକୁ ପରାମର୍ଶ ଦିଆଯାଏ । ହେଲେ କିଛି ଫଳ ଖାଇବା ଦ୍ବାରା ଶରୀରର ବ୍ଲଡସୁଗାର ବଢୁଥିବାରୁ, କେଉଁ ଫଳ ଡାଇବେଟିସ୍ ପାଇଁ ଭଲ ତାହା ଜାଣିବା ଜରୁରୀ । ଏହି ଖବରର ଜାଣନ୍ତୁ ଡାଇବେଟିସ୍ ଥିବା ଲୋକେ କେଉଁ ଫଳ ଖାଇପାରିବେ । ଅଧିକ ପଢନ୍ତୁ

ଡାଇବେଟିସ୍ ରୋଗୀ ଖାଆନ୍ତୁ ଏହି 10 ଫଳ, ଏମିତି ମିଳେ ଫାଇଦା
ଡାଇବେଟିସ୍ ରୋଗୀ ଖାଆନ୍ତୁ ଏହି 10 ଫଳ, ଏମିତି ମିଳେ ଫାଇଦା (ETV Bharat)
author img

By ETV Bharat Health Team

Published : Oct 3, 2024, 3:31 PM IST

Fruits good for diabetes: ଆଜିର ପରିବର୍ତ୍ତିତ ଜୀବନଶୈଳୀ ଓ ଖାଦ୍ୟପେୟ କାରଣରୁ ବିଭିନ୍ନ ପ୍ରକାର ରୋଗ ଗ୍ରାସ କରୁଛି । ଯାହାମଧ୍ୟରୁ ଡାଇବେଟିସ୍ ବା ମଧୁମେହ ଅନ୍ୟତମ । ଡାଇବେଟିସ୍ ରୋଗୀ ନିଜ ଖାଦ୍ୟପେୟକୁ ନେଇ ଖୁବ୍ ଯତ୍ନବାନ ଥାଆନ୍ତି । ସେମାନଙ୍କୁ ବିଭିନ୍ନ ସବୁଜ ପନିପରିବା ଓ ଫଳ ଆହାର ପାଇଁ ପରାମର୍ଶ ଦିଆଯାଏ । ହେଲେ ସବୁ ଫଳମୂଳ ଡାଇବେଟିସ ଲାଗି ଭଲ ନୁହେଁ । କିଛି ଫଳ ଖାଇବା ଦ୍ବାରା ଶରୀରରେ ବ୍ଲଡ ସୁଗାର ସ୍ତର ବୃଦ୍ଧି ପାଇଥାଏ । ଏମିତିରେ ଡାଇବେଟିସ୍ ଥିବା ଲୋକମାନେ କେଉଁ ଫଳ ଖାଇବା ଭଲ ଏବଂ କ'ଣ ଖାଇଲେ ସୁଗାର ବଢିବ ନାହିଁ ତାହା ଜାଣିବା ଜରୁରୀ । ଆଜି ଆମେ ଏପରି 10 ଫଳ ବିଷୟରେ କହିବୁ ଯାହାକୁ ଡାଇବେଟିସ୍ ପୀଡିତ ଖାଇପାରିବେ ।

ଡାଇବେଟିସ୍ ରୋଗୀମାନେ ଅଧିକ ଫାଇବର ଯୁକ୍ତ ଓ କମ୍ ଗ୍ଲାଇସେମିକ ଇଣ୍ଡେକ୍ସ ଥିବା ଫଳ ଖାଇବା ଉଚିତ୍ । ଏହାଦ୍ବାରା ଶରୀରରେ ସୁଗାର ସ୍ତର ନିୟନ୍ତ୍ରଣ ରହେ । ଗ୍ଲାଇସେମିକ ଇଣ୍ଡେକ୍ସ ଜରିଆରେ ଆମେ ଜାଣିପାରୁ ଯେ, କେଉଁ ଖାଦ୍ୟ ପଦାର୍ଥ କେତେ ବ୍ଲଡ ସୁଗାର ବଢାଏ ।

ଡାଇବେଟିସ୍ ରୋଗୀ ଖାଆନ୍ତୁ ଏହି 10 ଫଳ
ଡାଇବେଟିସ୍ ରୋଗୀ ଖାଆନ୍ତୁ ଏହି 10 ଫଳ (ETV Bharat)

ସେଓ: ସେଓ ଅନେକ ପୋଷକ ତତ୍ତ୍ବରେ ଭରପୂର । ଶରୀରକୁ ସୁସ୍ଥ ରଖିବା ପାଇଁ ଡାକ୍ତର ସେଓ ଓ ବିଭିନ୍ନ ଫଳମୂଳ ଖାଇବାକୁ ପରାମର୍ଶ ଦିଅନ୍ତି । ଏଥିରେ ଥିବା ସୋଲୁବଲ ଫାଇବର ବ୍ଲଡ ସୁଗାର ନିୟନ୍ତ୍ରଣରେ ସାହାଯ୍ୟ କରେ । ଗୋଟିଏ ସେଓରେ 5 ଗ୍ରାମ ଫାଇବର ମିଳେ, ଯାହା ରକ୍ତପ୍ରବାହରେ ଶର୍କରା ଅବଶୋଷଣ ଧୀର କରିଥାଏ । ଅନୁସନ୍ଧାନକାରୀମାନେ ପରାମର୍ଶ ଦିଅନ୍ତି, ସେଓରେ ଥିବା ସୋଲ୍ୟୁବର ଫାଇବର ସହ ଅନ୍ୟ ଡାଇବେଟିସ୍ ବିରୋଧି ଯୌଗିକ, ହାଇ ବ୍ଲଡସୁଗାର ଥିବା ଲୋକଙ୍କ ପାଇଁ ଲାଭଦାୟକ, ଖାସ୍ କରି ଟାଇପ୍-2 ଡାଇବେଟିସ୍ ରୋଗୀ ।

କମଳା: କମଳାରେ ଭିଟାମିନ-ସି ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି । ଡାଇବେଟିସ୍ ରୋଗୀ କମଳା ଖାଇବା ଭଲ । ଏଥିରେ ଗ୍ଲାଇସେମିକ ଇଣ୍ଡେକ୍ସ କମ୍ ଥିବାବେଳେ ଅନେକ ଜରୁରୀ ପୋଷକ ତତ୍ତ୍ବରେ ଭରପୂର । କମଳା ବ୍ଲଡପ୍ରେସର ଓ ବ୍ଲଡ ସୁଗାର ନିୟନ୍ତ୍ରଣ କରିବାରେ କାମ କରେ ।

ଅଙ୍ଗୁର: ଅଙ୍ଗୁରରେ ଆଣ୍ଟିଅକ୍ସିଡାଣ୍ଟ ସହ ପ୍ରୋଟିନ, ଫାଇବର ମିଳେ । ଏହାର ଗ୍ଲାଇସେମିକ ଇଣ୍ଡେକ୍ସ କମ୍ । ଅଳ୍ପ ମାତ୍ରାରେ ଅଙ୍ଗୁର ଖାଇବା ଦ୍ବାରା ବ୍ଲଡସୁଗାର ବଢେ ନାହିଁ । ଏହି କାରଣରୁ ଡାଇବେଟିସ୍ ରୋଗୀ ବିନା ଚିନ୍ତାରେ ଅଙ୍ଗୁର ଖାଇପାରିବେ ।

ଜାମୁକୋଳି, ବ୍ଲୁବେରି, ଷ୍ଟ୍ରବେରୀ: ବ୍ଲୁବେରି, ଷ୍ଟ୍ରବେରୀ, ଜାମୁକୋଳି ପ୍ରଭୃତି କୋଳିରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ଫାଇବର, ଭିଟାମିନ ରହିଥାଏ ଏବଂ ଏହାର ଗ୍ଲାଇସେମିକ ଇଣ୍ଡେକ୍ସ ମଧ୍ୟ କମ୍ । ତେଣୁ ଡାଇବେଟିସ୍ ରୋଗୀମାନେ ଏହି କୋଳି ଖାଇବା ଭଲ । ବିଶେଷକରି ଜାମୁକୋଳି ଡାଇବେଟିସ୍ ପୀଡିତଙ୍କ ପାଇଁ ରାମବାଣ ସଦୃଶ । ଏହା ବ୍ଲଡ ସୁଗାର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

ଆଭୋକାଡୋ: ଏହା ଏକ ସ୍ବାସ୍ଥ୍ୟପଯୋଗୀ ଫଳ । ଆଭୋକାଡୋରେ କାର୍ବସ୍ କମ୍ ଓ ହେଲ୍‌ଦି ଫ୍ୟାଟ ଅଧିକ ଥାଏ । ଏଥିରେ ବିଶେଷକରି ମୋନୋସାଚୁରେଟେଡ ଫ୍ୟାଟ୍ ଅଧିକ ରହୁଥିବାରୁ ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ । ଆଭୋକାଡୋରେ ପ୍ରଚୁର ଫାଇବର ରହିଥାଏ, ଯାହା ଭୋଜନ ପରେ ବ୍ଲଡ ସୁଗାର ବୃଦ୍ଧି କମ୍ କରିଥାଏ । ଉଚ୍ଚ ଫାଇବର ଯୁକ୍ତ ଖାଦ୍ୟ ଟାଇପ୍-2 ଡାଇବେଟିସ୍ ରୋଗୀଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ।

ଡାଳିମ୍ବ: ନିଜକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ପ୍ରତିଦିନ ଡାଳିମ୍ବ ଖାଆନ୍ତୁ । ଏହା ବିଭିନ୍ନ ପ୍ରକାର ରୋଗ ଯେମିତିକି ବ୍ଲଡପ୍ରେସର, ବ୍ଲଡସୁଗାର, କୋଲେଷ୍ଟ୍ରଲ କମ୍ କରିଥାଏ । ଏକ ରିସର୍ଚ୍ଚରୁ ଜଣାପଡିଛି, ଡାଳିମ୍ବ କିମ୍ବା ଡାଳିମ୍ବ ଜୁସ୍ ଟାଇପ୍-2 ଡାଇବେଟିସ୍ ପୀଡିତ ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ । ଏଥିରେ ଶରୀରକୁ ଫାଇବର ଓ ପ୍ରୋଟିନ ମିଳେ ।

ଚେରି: ସ୍ବାଦରେ ମିଠା ହୋଇଥିଲେ ହେଁ ଡାଇବେଟିସ୍ ପାଇଁ ଚେରି ଲାଭଦାୟକ । ଏଥିରେ ଥିବା କିଛି ଯୌଗିକ ଇନସୁଲିନ ସେନସିଟିଭିଟ ଉନ୍ନତ କରେ ଏବଂ ରକ୍ତର ସୁଗାର ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଡାଇବେଟିସ୍ ରୋଗୀ ଚେରି ଖାଇପାରିବେ ।

କିୱି: ଏହା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । କେୟାର ହସ୍ପିଟାଲ ଅନୁସାରେ, କିୱିରେ ପ୍ରଚୁର ଫାଇବର ରହିଥିବା ବେଳେ କାର୍ବୋହାଇଡ୍ରେଟ୍ କମ୍ ଥାଏ । କମ୍ ଗ୍ଲାଇସେମିକ ଇଣ୍ଡେକ୍ସ ରହିଥିବାରୁ ଡାଇବେଟିସ୍ ଥିବା ଲୋକଙ୍କ ପାଇଁ କିୱି ଏକ ଉପଯୁକ୍ତ ଫଳ ।

ତରଭୁଜ: ଏହି ଫଳରେ ପ୍ରାକୃତିକ ସୁଇଟ୍‌ନେସ ସହ କମ୍ ଗ୍ଲାଇସେମିକ ଇଣ୍ଡେକ୍ସ ରହିଛି । ତେଣୁ ଡାଇବେଟିସ୍ ରୋଗୀ ତରଭୁଜ ଖାଇପାରିବେ । ଏହା ଶରୀରକୁ ହାଇଡ୍ରେଟ ରଖିଥାଏ ।

ଆପ୍ରିକୋଟ: ଆପ୍ରିକୋଟରେ ଫାଇବର ଓ ଅନେକ ଗୁରୁତ୍ବପୂର୍ଣ୍ଣ ପୋଷକ ତତ୍ତ୍ବ ମିଳେ । ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣ କରିବାରେ ଏହି ଫଳ ସାହାଯ୍ୟ କରେ । ଡାଇବେଟିସ୍ ରୋଗୀ ଆପ୍ରିକୋଟ ସେବନ କରିପାରିବେ ।

Source- https://www.health.com/fruits-good-for-diabetes-8346880

ଏହା ମଧ୍ୟ ପଢନ୍ତୁ: ଘରେ ଲଗାନ୍ତୁ ଏହି ଗଛ, ପାଖ ମାଡିବେନି ମଶା ମାଛି - Plants that keep mosquitoes away

ଏହା ମଧ୍ୟ ପଢନ୍ତୁ: ଶୋଇବା ବେଳେ ଅଧିକ କେଶ ଝଡୁଛି ? ଆପଣାନ୍ତୁ ଏହି 7 ଟିପ୍ସ, ଦୂର ହୋଇଯିବ ସମସ୍ୟା - Tips to prevent hair loss

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.