ETV Bharat / state

ନବରାତ୍ରରେ ମା' ବିରଜାଙ୍କ ନୂଆ ନୂଆ ବେଶ, ପାଦସ୍ପର୍ଶର ସୁଯୋଗ ପାଉଛନ୍ତି ଭକ୍ତ - Navaratri At Biraja Temple

author img

By ETV Bharat Odisha Team

Published : 2 hours ago

Navaratri Puja At Maa Biraja Temple: ନବରାତ୍ରରେ ମା' ବିରଜାଙ୍କ ପୀଠ ରହିଛି ଚଳଚଞ୍ଚଳ । ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ମା' ବିରଜାଙ୍କ ପୀଠରେ ପାଦ ସ୍ପର୍ଶର ସୁଯୋଗ ପାଆନ୍ତି ଭକ୍ତ ।

Maa Biraja Temple Rituals
Maa Biraja Temple Rituals (ETV Bharat Odisha)

ଯାଜପୁର: ଆରମ୍ଭ ହେଲାଣି ଶାରଦୀୟ ଦୁର୍ଗାପୂଜା । ଏଥିପାଇଁ ମା' ବିରଜାଙ୍କ ପୀଠ ହୋଇଉଠିଛି ଚଳଚଞ୍ଚଳ । ଯାଜପୁର ମା' ବିରଜାଙ୍କ ଷୋଡଶ ଉପଚାର ମୂଳାଷ୍ଟମୀ ଠାରୁ ନବମୀ ଯାଏଁ ଚାଲିବ । ପ୍ରତିଦିନ ନୂଆ ନୂଆ ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' । ଏହି ବେଶ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଭକ୍ତଙ୍କ ସମାଗମ ହେଉଛି ।

ଭକ୍ତଙ୍କୁ ପାଦସ୍ପର୍ଶ କରିବାର ସୁଯୋଗ:

ଏଥିପାଇଁ ଭଜନ କୀର୍ତ୍ତନର ତାଳେ ତାଳେ କଳସ ଯାତ୍ରା କରାଯାଇ ମନ୍ଦିରରେ ୧୦ କଳସ ସ୍ଥାପନ କରାଯାଇଛି । ଏହାପରେ ରୀତିନୀତି ଅନୁଯାୟୀ ଅନ୍ୟ ସ୍ବତନ୍ତ୍ର ଦିନମାନଙ୍କରେ ଆଉ ୬ଟି କଳସ ସ୍ଥାପନ ହେବ । ପଞ୍ଚମୀ ଠାରୁ ମା'ଙ୍କ ନିକଟରେ ଯଜ୍ଞ ଆରମ୍ଭ ହୋଇ ନବମୀ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଶ୍ରଦ୍ଧାଳୁମାନେ ମନ୍ଦିର ମଧ୍ୟରେ ପ୍ରବେଶ କରି ମୁଖ ଦର୍ଶନ ସହ ପାଦସ୍ପର୍ଶ କରିବାର ସୁଯୋଗ ପାଇଥାନ୍ତି । ଭାରତର ୫୧ଟି ଶକ୍ତିପୀଠ ମଧ୍ୟରୁ ମା' ବିରଜାଙ୍କ ପୀଠ ଅନନ୍ୟ । ବିଶେଷ ଭାବରେ ଏହି ସମୟରେ ମା'ଙ୍କ ଦର୍ଶନ କଲେ କୋଟିଜନ୍ମର ପୂଣ୍ୟ ରହିଥାଏ ବୋଲି ବିଶ୍ୱାସ ରହିଛି ।

ନବଦିନାତ୍ମକ ରଥଯାତ୍ରା:

ମା' ବିରଜା ହେଉଛନ୍ତି ଦ୍ବିଭୂଜା । ମା' ବିରଜାଙ୍କର ସାତ୍ତ୍ବିକ, ବୈଦିକ ଓ ତାନ୍ତ୍ରିକ ମତରେ ପୂଜା କରାଯାଇଥାଏ । ଶାରଦୀୟ ଦୁର୍ଗୋତ୍ସବ ସମୟରେ ମା' ବିରଜାଙ୍କ ମନ୍ଦିରର 3 ଟି ପ୍ରମୁଖ ବୈଶିଷ୍ଟ୍ୟ ଦେଖିବାକୁ ମିଳେ । ପ୍ରଥମଟି ହେଲା ମହାଳୟା ଦିନ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଏ । ଦ୍ଵିତୀୟଟି ହେଲା ପଞ୍ଚମୀଠାରୁ ମହାନବମୀ ପର୍ଯ୍ୟନ୍ତ ମା'ଙ୍କ ମୁଖ ଦର୍ଶନ ଓ ପାଦସ୍ପର୍ଶର ସୁଯୋଗ ପାଇବେ ଶ୍ରଦ୍ଧାଳୁ । ତୃତୀୟଟି ହେଲା ମା' ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା ।

ଏହା ବି ପଢନ୍ତୁ...ଶାରଦୀୟ ନବରାତ୍ରି; କଳସ ସ୍ଥାପନା ସହ ଏମିତି କରନ୍ତୁ ପୂଜା, ମନସ୍କାମନା ପୂରଣ କରିବେ ମା' ଦୁର୍ଗା - Sharadiya Navaratri

ଏହା ବି ପଢନ୍ତୁ...ମହାଳୟାରେ କାହିଁକି ମା’ଙ୍କ ଠାରେ ଖଡି ଲାଗି କରାଯାଏ ? କଣ ରହିଛି ପରମ୍ପରା - Khadilagi Rituals

ଏହା ବି ପଢନ୍ତୁ...୪ ରାଶିଙ୍କ ଉପରୁ ହଟିବ ନକରାତ୍ମକ ପ୍ରଭାବ, ନବରାତ୍ରୀରେ ଦେବୀ ମା'ଙ୍କ କୃପାରୁ ହେବେ ମାଲାମାଲ - Navaratri Durga Puja Horoscope

ମା' ଦୁର୍ଗାଙ୍କ ବେଢା ପରିକ୍ରମା:

ସେବାୟତ ରାମଚନ୍ଦ୍ର ପାଣି କହିଛନ୍ତି, "ପ୍ରତିପଦା ଠାରୁ ନବମୀ ଯାଏ ମା'ଙ୍କ ଚଳନ୍ତି ପ୍ରତିମା ମା' ଦୁର୍ଗାଙ୍କ ରୂପରେ ସିଂହଧ୍ବଜ ରଥରେ ଆସିନ୍ନ ହୋଇ ମନ୍ଦିର ବେଢା ପରିକ୍ରମା କରନ୍ତି । ମା'ଙ୍କୁ ରଥରେ ଦର୍ଶନ କଲେ କୋଟିଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ବାସ ରହିଛି । ଏଭଳି ନିଆରା ପରମ୍ପରା ଅନ୍ୟ କୌଣସି ଦେବୀ ପୀଠରେ ଦେଖିବାକୁ ମିଳେନାହିଁ । ମହାନବମୀ ପରେ ମା' ମହିଷାମର୍ଦ୍ଦିନୀ ସମସ୍ତ ଦୁଷ୍ଟ ଶକ୍ତିର ବିନାଶ କରନ୍ତି ।" ବହୁ ଭକ୍ତ ମା' ବିରଜାଙ୍କ ମା'ଙ୍କ ଦର୍ଶନ କରି ଆତ୍ମବିଭୋର ହେଇଛନ୍ତି ସୁଦୂର ହାଇଦ୍ରାବାଦରୁ ଆସିଥିବା ଏକ ପରିବାର । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଧିକ ଭିଡ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦବୋସ୍ତ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.