ETV Bharat / state

ମନି ଲଣ୍ଡରିଂ ମାମଲା, ମହମ୍ମଦ ଆଝାରୁଦ୍ଦିନଙ୍କୁ ଇଡି ସମନ - ED Summons to Azharuddin - ED SUMMONS TO AZHARUDDIN

ED Summons to Azharuddin in money laundering case: ମହମ୍ମଦ ଆଝାରୁଦ୍ଦିନଙ୍କୁ ଇଡି ସମନ । କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କୁ ଇଡିର ସମନ । ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଦୁର୍ନୀତି ମାମଲାରେ ସମନ । ୨୦ କୋଟି ଟଙ୍କା ହେରଫେର୍‌ ଅଭିଯୋଗ ନେଇ ସମନ । ଅଧିକ ପଢନ୍ତୁ

ED Summons to Azharuddin
ED Summons to Azharuddin (ETV Bharat Odisha)
author img

By ETV Bharat Odisha Team

Published : Oct 3, 2024, 2:53 PM IST

Updated : Oct 3, 2024, 4:16 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାଡାରରେ । ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ଆର୍ଥିକ ଅନିୟମିତତା ତଥା ମନି ଲଣ୍ଡରିଂ ମାମଲାରେ ଇଡି ଆଜି (3 ଅକ୍ଟୋବର-ଗୁରୁବାର) ରିପୋର୍ଟ ତଲବ କରିଛି । ଏପରିକି ଆଝାରୁଦ୍ଦିନକୁ ଆଜି ହାଜର ହେବାକୁ ଡାକିଛି ।

କ୍ରିକେଟକୁ ଅଲବିଦା କହିବା ପରେ ରାଜନୀତିରେ ଏଣ୍ଟ୍ରି କରିଥିଲେ ଆଝାରୁଦ୍ଦିନ । ବର୍ତ୍ତମାନ ସେ କଂଗ୍ରେସ ଦଳର ଟପ୍ ଲିଡର ଏବଂ ପୂର୍ବତନ ସାଂସଦ ମଧ୍ୟ । ଏପରିକି ଗତ ତେଲେଙ୍ଗାନା ନିର୍ବାଚନରେ କଂଗ୍ରେସ ପକ୍ଷରୁ ବିଧାନସଭା ନିର୍ବାଚନ ଲଢି ପରାଜୟ ସାମ୍ନା କରିଛନ୍ତି । ଏହା ପୂର୍ବରୁ ଆଝାରୁଦ୍ଦିନ 2019ରୁ 2023 ପର୍ଯ୍ୟନ୍ତ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ୍ (ଏଚସିଏ)ର ଅଧ୍ୟକ୍ଷ ଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ଏଚସିଏରେ ଆର୍ଥିକ ଅନିୟମିତତା ବା ଆର୍ଥିକ ଘୋଟାଲା ହୋଇଥିବା ଅଭିଯୋଗ ଆସିଥିଲା ।

ଏହା ବି ପଢନ୍ତୁ- ତେଲେଙ୍ଗାନା ନିର୍ବାଚନ: ସମୃଦ୍ଧ ଲୋକତନ୍ତ୍ର ପାଇଁ ସମସ୍ତେ ମତଦାନ କରିବାକୁ ଆଝାରୁଦ୍ଦିନଙ୍କ ଅପିଲ୍

ଏହା ବି ପଢନ୍ତୁ- ବିଶ୍ବକପ୍‌ ୨୦୨୩: ଟିମ୍‌ ଇଣ୍ଡିଆ ପ୍ରଦର୍ଶନରେ ଖୁସି ପୂର୍ବତନ ଅଧିନାୟକ, କହିଲେ ବିଶ୍ବକପ୍‌ ଜିତିବାକୁ ବଡ଼ ଦାବିଦାର

ଏହା ବି ପଢନ୍ତୁ-Telangana Polls Exclusive: ନିର୍ବାଚନ ମୈଦାନରେ ଆଝାରୁଦ୍ଦିନ, କହିଲେ ଜନତାଙ୍କ ଆଶୀର୍ବାଦ କଂଗ୍ରେସ ସହ ଅଛି

ଏହା ବି ପଢନ୍ତୁ- ତେଲେଙ୍ଗାନା ବିଧାନସଭା ନିର୍ବାଚନ: ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ କେସିଆର ଓ ବରିଷ୍ଠ ନେତା

ଆଜହାରୁଦ୍ଦିନଙ୍କୁ ଇଡି ସମନ-

  • କ୍ରିକେଟର ମହମ୍ମଦ ଆଜହାରୁଦ୍ଦିନଙ୍କୁ ଇଡିର ସମନ
  • ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଦୁର୍ନୀତି ମାମଲାରେ ସମନ
  • ୨୦ କୋଟି ଟଙ୍କା ହେରଫେର୍‌ ଅଭିଯୋଗ ନେଇ ସମନ

କଣ ରହିଛି ମାମଲା-

ହାଇଦ୍ରାବାଦ ଉପଲ ସ୍ଥିତ ରାଜିବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମ ପାଇଁ ଡିଜେଲ ଜେନେରେଟର, ଅଗ୍ନିନିର୍ବାପନ ଉପକରଣ କିଣାରେ 20 କୋଟିର ଘୋଟାଲା ହୋଇଥିବା ମାମଲା ରୁଜୁ ହୋଇଛି ।

ଅକ୍ଟୋବର 2023ରେ ହାଇଦ୍ରାବାଦ ପୋଲିସ ଆଜହାରୁଦ୍ଦିନଙ୍କ ସମେତ ଏଚସିଏର ପୂର୍ବତନ ଅଧିକାରୀଙ୍କ ବିରୋଧରେ 4ଟି ଅପରାଧିକ ମାମଲା ରୁଜୁ କରିଥିଲା । ଏହା ପରେ ମାମଲାରେ ଏଣ୍ଟ୍ରି ମାରିଥିଲା ଇଡି । ଏହା ପରେ ମନି ଲଣ୍ଡରିଂ ଦିଗରେ ତଦନ୍ତ ନେଇ ଇଡି ପକ୍ଷରୁ ମାମଲା ଦାୟାର ହୋଇଥିଲା ।

ଆଜହାରୁଦ୍ଦିନଙ୍କ ପ୍ରତିକ୍ରିୟା-

ମହମ୍ମଦ ଆଝାରୁଦ୍ଦିନଙ୍କ ପକ୍ଷରୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି । ମହମ୍ମଦ ଆଝାରୁଦ୍ଦିନ ଏହାକୁ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ କହିଛନ୍ତି । ତାଙ୍କ ଛବି ମଳିନ କରିବା ପାଇଁ ଏହା ଏକ ସୁଚିନ୍ତିତ ପ୍ରଚେଷ୍ଟା ବୋଲି ସେ କହିଛନ୍ତି । ଏପରିକି ପୂର୍ବରୁ ନଭେମ୍ବର 2023ରେ 4ଟି ମାମଲା ମଧ୍ୟରୁ 2ଟି ମାମଲାରେ ତାଙ୍କୁ ଆଗୁଆ ଜାମିନ ମିଳିସାରିଛି ।

Last Updated : Oct 3, 2024, 4:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.