ETV Bharat / bharat

ବଢୁଛି ବନ୍ଦେ ଭାରତ ଏକ୍ସପ୍ରେସ ଚାହିଦା, ଏଣିକି ବିଦେଶରେ ବି ଗଡ଼ିବ ! - VANDE BHARAT EXPRESS

author img

By ETV Bharat Odisha Team

Published : 2 hours ago

Vande Bharat Express Train: 'ବନ୍ଦେ ଭାରତ' ଏକ୍ସପ୍ରେସ ଟ୍ରେନ ଚାହିଦା ବଢୁଛି । ଖାଲି ଦେଶରେ ନୁହେଁ, ବିଦେଶରେ ମଧ୍ୟ 'ବନ୍ଦେ ଭାରତ' ଚର୍ଚ୍ଚାରେ । ଜାଣନ୍ତୁ ବନ୍ଦେ ଭାରତର କେଉଁ ଫିଚର ଅଧିକ ଆକର୍ଷିତ କରୁଛି...

Vande Bharat Demand
Vande Bharat Demand (ETV Bharat Odisha)

ହାଇଦ୍ରାବାଦ: ଗତ କିଛି ବର୍ଷ ମଧ୍ୟରେ ବନ୍ଦେ ଭାରତ କ୍ରେଜ୍ ବଢିବାରେ ଲାଗିଛି । ରେଳବାଇ ପକ୍ଷରୁ ପ୍ରତି ରାଜ୍ୟକୁ ଉପହାର ସ୍ବରୂପ ମିଳୁଛି ନୂଆ ନୂଆ ବନ୍ଦେ ଭାରତ । ବର୍ତ୍ତମାନ ସମୟରେ ଲକ୍ଜରି ି ଟ୍ରେନ କଥା ଆସିଲେ ଯାତ୍ରୀଙ୍କ ମନକୁ ଆସେ 'ବନ୍ଦେ ଭାରତ' ନାଁ । ବନ୍ଦେ ଭାରତର କେଉଁ ଫିଚର ପାଇଁ ତାହା ଏତେ ଲୋକପ୍ରିୟ ହୋଇପାରିଛି ଏବଂ ବିଦେଶରେ ମଧ୍ୟ କାହିଁକି ଏହାର ଚାହିଦା ବଢିଛି ଆସନ୍ତୁ ଜାଣିବା ।

'ବନ୍ଦେ ଭାରତ' ଜଲୱା:

ଗତ କିଛି ଦିନ ଧରି 'ବନ୍ଦେ ଭାରତ'କୁ ନେଇ ନୂଆ ନୂଆ ଖବର ସାମନାକୁ ଆସୁଛି । ଏହାର ଫିଚର, ସୁବିଧା ସୁଯୋଗ ଏବଂ ବେଗ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । କେବଳ ଭାରତ ଭିତରେ ନୁହେଁ, ଭାରତ ବାହାରେ ମଧ୍ୟ ବନ୍ଦେ ଭାରତର ଚାହିଦା ବଢ଼ିବାରେ ଲାଗିଛି । ଏହାରି ଭିତରେ କାନାଡା, ଚିଲି ଏବଂ ମ୍ୟାଲେସିଆ ଭଳି ଦେଶ ସମେତ ଅନ୍ୟ କେତେକ ଦେଶ 'ବନ୍ଦେ ଭାରତ' କିଣିବାକୁ ମନ ବଳାଇଛନ୍ତି ।

Vande Bharat
Vande Bharat (ETV Bharat)
ଏହା ବି ପଢନ୍ତୁ....ବନ୍ଦେ ଭାରତରେ ଅଙ୍ଗନବାଡି ! ଟ୍ରେନରେ ପିଲାଙ୍କ ପାଠପଢା - Anganwadi Centre

କାହିଁକି ବଡୁଛି 'ବନ୍ଦେ ଭାରତ' କ୍ରେଜ୍ ?

୧. ବିଦେଶରେ ଅନ୍ୟ ଟ୍ରେନ ତୁଳନାରେ 'ବନ୍ଦେ ଭାରତ'ର ମୂଲ୍ୟ କମ । କାରଣ ଅନ୍ୟ ଦେଶମାନଙ୍କରେ ବନ୍ଦେ ଭାରତ ଭଳି ଟ୍ରେନର ଦାମ ୧୬୦-୧୮୦କୋଟି ଟଙ୍କା ରହିଥିବାବେଳେ ଭାରତରେ ଏହି ଟ୍ରେନ ୧୨୦-୧୩୦କୋଟି ଟଙ୍କା ରହିଛି ।

୨. କୁହାଯାଏ, ଫ୍ଲାଇଟରୁ ବି ଅଧିକ ସୁବିଧା ବନ୍ଦେ ଭାରତ ଏକ୍ରେପ୍ରେସ ଟ୍ରେନରେ ରହିଛି । କାରଣ ବିମାନ ତୁଳନାରେ ବନ୍ଦେ ଭାରତରେ ୧୦୦ଗୁଣା କମ୍ ଶବ୍ଦ ଶୁଣା ଯାଇଥାଏ ।

୩. ଜାପାନର ବୁଲେଟ ଟ୍ରେନ ସ୍ପିଡକୁ ବି ପଛରେ

ପକାଇଛି ବନ୍ଦେ ଭାରତ । ଏହି ବୁଲେଟ୍ ଟ୍ରେନ ଘଣ୍ଟା ପ୍ରତି 0-100 କିଲୋମିଟରରୁ ତ୍ବରାନ୍ବିତ କରିବାକୁ 54 ସେକେଣ୍ଡ ସମୟ ନେଇଥାଏ । କିନ୍ତୁ ବନ୍ଦେ ଭାରତ ଏକ୍ସପ୍ରେସ ମାତ୍ର 52 ସେକେଣ୍ଡରେ ଘଣ୍ଟା ପ୍ରତି 0-100 କିଲୋମିଟର ବେଗରେ ଚାଲିବା ଆରମ୍ଭ କରେ ।

Vande Bharat Routes
Vande Bharat Routes (Govt Of India)

ଏହା ବି ପଢନ୍ତୁ...କୋଇଲା କି ବିଜୁଳି ନୁହେଁ ଏବେ ଗ୍ୟାସରେ ଖୁବଶୀଘ୍ର ଗଡିବ ହାଇଡ୍ରୋଜେନ ଟ୍ରେନ - Hydrogen Train

ଏହା ବି ପଢନ୍ତୁ...କେମିତି ଥିଲା ବନ୍ଦେ ଭାରତ ଯାତ୍ରା ଅନୁଭୂତି, ଇଟିଭି ଭାରତ ଆଗରେ ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ - Interview With Mohan Majhi

ଏହା ମଧ୍ୟ ପଢନ୍ତୁ-ପୂର୍ବତଟ ରେଳବାଇର ବଡ଼ ସୂଚନା, ଟ୍ରେନରେ ଲାଗିବ ସୁରକ୍ଷା 'କବଚ' - Kavach To Prevent Accident

ବନ୍ଦେ ଭାରତ ରପ୍ତାନି:

Vande Bharat Demand
Vande Bharat Demand (ETV Bharat)

ବନ୍ଦେ ଭାରତ ଏକ୍ସପ୍ରେସ ରପ୍ତାନି ପାଇଁ ଭାରତର ସରକାରଙ୍କ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି । ବନ୍ଦେ ଭାରତ ଟ୍ରେନ ଓ ବନ୍ଦେ ଭାରତ ମେଟ୍ରୋର ରପ୍ତାନି ଦିଗରେ ଫୋକସ କରୁଛନ୍ତି ସରକାର । କାରଣ ଏହାର ଅତ୍ୟାଧୁନିକ ଫିଚର୍ସ ପାଇଁ ବିଦେଶରେ ମଧ୍ୟ ବନ୍ଦେ ଭାରତର ଚାହିଦା ବଢିବାରେ ଲାଗିଛି । ବିଦେଶକୁ ଏହି ଟ୍ରେନ ରପ୍ତାନି ହେବା ଦ୍ବାରା ଦେଶର ଅର୍ଥନୀତିରେ ମଧ୍ୟ ଲାଭ ପହଞ୍ଚିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.