ଓଡିଶା

odisha

By ETV Bharat Odisha Team

Published : Jun 22, 2024, 10:49 PM IST

ETV Bharat / snippets

ସ୍ଥଗିତ ହେଲା NEET-PG ପ୍ରବେଶିକା ପରୀକ୍ଷା, ଖୁବଶୀଘ୍ର ଘୋଷଣା ହେବ ନୂଆ ତାରିଖ NEET PG exam postponed

NEET PG exam
NEET PG exam (ETV Bharat)

ନୂଆଦିଲ୍ଲୀ: ଆସନ୍ତାକାଲି (ଜୁନ୍ 23) ଅନୁଷ୍ଠିତ ହେବାକୁ ଥିବା NEET-PGର ଏଣ୍ଟରାନ୍ସ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ଖୁବଶୀଘ୍ର ପରୀକ୍ଷାର ନୂତନ ତାରିଖ ପ୍ରକାଶ ପାଇବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି । NEET-UG ଏବଂ UGC-NETରେ ହୋଇଥିବା ଅନିୟମିତତାକୁ ନେଇ ସରକାର ଏହିଭଳି ଏକ ବଡ଼ ନେଇଛନ୍ତି । ତେବେ ପୂର୍ବରୁ ହୋଇଥିବା ଅନିୟମିତିତାକୁ ନଜରେ ରଖି ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ନିଷ୍ପତ୍ତି ନିଆଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ନିଷ୍ପତ୍ତି କାରଣରୁ ଛାତ୍ରଛାତ୍ରୀଙ୍କୁ ହୋଇଥିବା ଅସୁବିଧା ପାଇଁ ମନ୍ତ୍ରଣାଳୟ ଆନ୍ତରିକତାର ସହ ଅନୁତାପ କରୁଥିବା ପ୍ରକାଶ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details