ଓଡିଶା

odisha

By ETV Bharat Odisha Team

Published : Jun 5, 2024, 3:19 PM IST

ETV Bharat / snippets

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୋଦି, ରାଷ୍ଟ୍ରପତିଙ୍କୁ ପ୍ରଦାନ କଲେ ଇସ୍ତଫାପତ୍ର

PM Modi Resign
PM Modi Resign (rashtrapatibhvn)

ନୂଆଦିଲ୍ଲୀ:ଲୋକସଭା ନିର୍ରବାଚନର ଫଳାଫଳ ଘୋଷଣା ହେବା ପରେ ତୃତୀୟ ଥର ପାଇଁ ସରକାର ଗଠନ କରିବେ ଏନଡିଏ ସରକାର । ତେବେ ନୂଆ ସରକାର ଗଠନ ହେବା ପୂର୍ବରୁ ଆଜି ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫା ପତ୍ର ଦେଇଥିଲା ବେଳେ ମାଡାମ୍ ପ୍ରେସିଡେଣ୍ଟ ମଧ୍ୟ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । ନୂଆ ସରକାରର ଦାୟିତ୍ବ ଗ୍ରହଣ ନକରିବା ପର୍ଯ୍ୟନ୍ତ ସମସ୍ତ ପଦଭାର ସମ୍ପଦାନ କରିବା ପାଇଁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଆଜି ଅପରାହ୍ନରେ ଏନଡିଏ ବୈଠକ ବସିବ । ଜୁନ 8 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବାକୁ ଥିବା ବେଳେ ମନ୍ତ୍ରୀମଣ୍ଡଳ ନେଇ ଆସନ୍ତା 7 ତାରିଖରେ ବୈଠକ ହେବା ନେଇ ସୂଚନା ରହିଛି ।

ABOUT THE AUTHOR

...view details