ETV Bharat / politics

ଆନ୍ଦୋଳନରେ ନର୍ସ; ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ଏଭଳି କହିଲେ କଂଗ୍ରେସ ନେତା - Congress on Nursing Staff Protest - CONGRESS ON NURSING STAFF PROTEST

Congress Leader Jayadev Jena: ଆନ୍ଦୋଳନରେ ନର୍ସିଂ କର୍ମଚାରୀ । ଏପଟେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଏହାକୁ ନେଇ ଏଭଳି କହିଛନ୍ତି କଂଗ୍ରେସ ନେତା ଜୟଦେବ ଜେନା । ଅଧିକ ପଢ଼ନ୍ତୁ

Congress Leader Jayadev Jena
Congress Leader Jayadev Jena (ETV Bharat Odisha)
author img

By ETV Bharat Odisha Team

Published : Sep 25, 2024, 11:01 PM IST

ଭୁବନେଶ୍ବର: ଆନ୍ଦୋଳନରେ ନର୍ସିଂ କର୍ମଚାରୀ । ୧୦ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ । ସେପଟେ ଆସନ୍ତାକାଲି ଭାରତୀୟ ଜନତା ପାର୍ଟିର ସଦସ୍ୟତା ସଂଗ୍ରହ ଅଭିଯାନ ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ତେବେ ସ୍ବାସ୍ଥ୍ୟ ସେବାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଦଳକୁ ସଂଗଠିତ କରି ବାକୁ ଆସିଲେ କିଛି ଲାଭ ହେବନାହିଁ ବରଂ ନର୍ସିଂ କର୍ମଚାରୀଙ୍କ ସମସ୍ୟାର ସମାଧାନ କରିନ୍ତୁ ବୋଲି କହିଛନ୍ତି କଂଗ୍ରେସ ନେତା ଜୟଦେବ ଜେନା ।

ଦେଶରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବା ପାଇଁ ମୋଦିଙ୍କ ନେତୃତ୍ବ ସରକାର ଦାୟୀ:

Congress Leader Jayadev Jena (ETV Bharat Odisha)

କଂଗ୍ରେସ ନେତା, ଜୟଦେବ ଜେନା କହିଛନ୍ତି, "କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ବହୁତ ଦମ୍ଭର ସହ ଲୋକଙ୍କୁ ଏଠାରେ ଅନେକ କଥା କହିକି ଯାଇଥିଲା । ସେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଭାଗ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ବରେ ଅଛନ୍ତି । ଯଦି ସମଗ୍ର ଭାରତ ବର୍ଷରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଛି ତେବେ ଏଥିପାଇଁ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଥିବା ସରକାର ଦାୟୀ । ତୃତୀୟ ଥର ପାଇଁ ଦେଶରେ ସରକାର କରିଛନ୍ତି । ଯିଏ ବିଜେପି ଦଳର ମୁଖ୍ୟ ଭାରତୀୟ ଜନତା ପାର୍ଟିର ସଭାପତି ସେ ହେଉଛନ୍ତି ସ୍ବାସ୍ଥ୍ୟ ବିଭାଗର ମନ୍ତ୍ରୀ । ସବୁଠୁ ଅଚଳାବସ୍ଥା ଏସସିବି ମେଡିକାଲ କଲେଜରେ ହୋଇଥିଲା । ଅନେକ ଲୋକଙ୍କ ଚାପରେ ପରବର୍ତ୍ତୀ ଅବସ୍ଥାରେ ସାମାଧାନ ହେଲେ ।"

ଏହା ମଧ୍ୟ ପଢ଼ନ୍ତୁ...ଏସମା ଲାଗୁ ପରେ ବି ଆନ୍ଦୋଳନରେ ନର୍ସ; SCB, MKCGରେ ବିକ୍ଷୋଭ, ସରକାରଙ୍କ ସହ ଆଲୋଚନା ବିଫଳ - Nursing Employees Association

ଏହା ମଧ୍ୟ ପଢ଼ନ୍ତୁ...କାଲି ଜେପି ନଡ୍ଡାଙ୍କ ଦିନିକିଆ ଓଡିଶା ଗସ୍ତ, ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ଦେବେ ଗୁରୁମନ୍ତ୍ର - JP Nadda to visit Odisha

ଏହା ମଧ୍ୟ ପଢ଼ନ୍ତୁ...ଆନ୍ଦୋଳନ ପୂର୍ବରୁ ନର୍ସିଂ ଅଫିସରଙ୍କୁ କଡ଼ା ଚେତାବନୀ, ESMA ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ - Strict Action Warning

ଏହା ମଧ୍ୟ ପଢ଼ନ୍ତୁ...ଶରଧାବାଲିରେ ଶହେ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ ମୋହନ, କହିଲେ ସରକାର ପ୍ରଜାଙ୍କର ପ୍ରଜାଙ୍କ ପାଇଁ.. - Mohan Majhi Govt Report Card

କେବଳ ଦଳକୁ ସଂଗଠିତ କରିବାକୁ ଆସିଲେ କିଛି ଲାଭ ନାହିଁ:

ଜୟଦେବ ଜେନା ଆହୁରି ମଧ୍ୟ କହିଛନ୍ତି, "ଦ୍ବିତୀୟ କଥା ହେଉଛି, ଡାକ୍ତରଖାନୀରେ ଯେଉଁମାନଙ୍କର ସବୁଠାରୁ ଅଧିକ ସେବା ଥାଏ ସେମାନେ ହେଉଛନ୍ତି ନର୍ସ । ନର୍ସିଂ ଷ୍ଟାଫ୍‌ ଯେଭଳି ତାଙ୍କ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏସମା (ESMA) ଲାଗୁ ହେବା ପରେ ବି ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହୁଛନ୍ତି । ନିଶ୍ଚିନ୍ତ ଭାବରେ ତାଙ୍କ ଦାବିର କିଛି ଯଥାର୍ଥତା ଅଛି । ମତେ ଲାଗୁନାହିଁ ବର୍ତ୍ତମାନର ଯେଉଁ ଡବଲ ଇଞ୍ଜିନ ସରକାରର ଏଇ ଛୋଟ ଇଞ୍ଜିନ ଏହାର ସମାଧାନ କରିପାରିବ । ମୁଁ ଆଶା କରୁଛି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷପ କରନ୍ତୁ ଓ ଏହାକୁ ସୁଧାରନ୍ତୁ । ଆଜି ନର୍ସିଂ ଷ୍ଟାଫ୍‌ମାନେ ଧାରଣା ଦେଇଛନ୍ତି । ଏ ଧାରଣାକୁ ବନ୍ଦ କରିବାକୁ ପଡ଼ିବ । ନଚେତ ଜେପି ନଡ୍ଡା ଓଡ଼ିଶା ଆସିବାର କୌଣସି ଆବଶ୍ୟକ ନାହିଁ । ଯଦି ରାଜ୍ୟର ସମସ୍ୟା ସମାଧାନ ନକରିବେ, ତେବେ କେବଳ ଦଳକୁ ସଂଗଠିତ କରିବାକୁ ଆସିଲେ କିଛି ଲାଭ ହେବନି ।" .

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.