କଟକ: ଭୁବନେଶ୍ବରର ଏକ ଘରୋଇ ବସକୁ ଏତେ ଟଙ୍କା ଫାଇନ୍ ହୋଇଛି ଯେ ଆପଣ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଏକ ହଜାର ନୁହେଁ କି ଦୁଇ ହଜାର ନୁହେଁ ସିଧା ୨ ଲକ୍ଷ ୧୧ ହଜାର ଟଙ୍କା ଫାଇନ କାଟିଛି ଏସଟିଏ । ଏସଟିଏ ଫାଇନ କରିବା ସହ ବସକୁ ମଧ୍ୟ ଜବତ କରିଛି । ବସଟିର ଟ୍ୟାକ୍ସ ,ଫିଟନେସ ଓ ପରମିଟ ନଥିବା ଜଣାପଡ଼ିଛି । ତେବେ ଫାଇନରୁ ବର୍ତ୍ତିବା ପାଇଁ ଅନ୍ୟ ଏକ ବସର ନମ୍ବର ପ୍ଲେଟ ବସରେ ଲଗାଯାଇଥିଲା ।
ବସକୁ ଦୁଇ ଲକ୍ଷ ଫାଇନ୍ :
ବସଟିର କାଗଜପତ୍ର ଠିକ ନଥିବା ବସରେ କିପରି ହାଇ ସିକ୍ୟୁରିଟି ନମ୍ବର ଲାଗିଲା, ତାହା ସନ୍ଦେହ ସୃଷ୍ଟି କରିଥିଲା । ଏହି ଘଟଣାର ଯାଞ୍ଚ କରିବା ପରେ ଏହା ବେଆଇନ ଭାବରେ ଲଗାଯାଇଥିଲା ବୋଲି ଜଣାପଡ଼ିଛି । ଏହାପରେ ୨ ଲକ୍ଷ ୧୧ ହଜାର ଟଙ୍କା ଫାଇନ କାଟିଛି ଏସଟିଏ । ତେବେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କେଉଁ ଠାରୁ ମିଳିଲା ଏହାର ତଦନ୍ତ କରାଯିବ ବୋଲି ଏସଟିଏ ପକ୍ଷରୁ ସୂଚନା ଦିଆଯାଇଛି ।
କାହିଁକି ଘରୋଇ ବସଟି ଉପରେ ଏତେ ଫାଇନ କରାଗଲା ?
ଡୁପ୍ଲିକେଟ ନମ୍ବର ପ୍ଲେଟ ଲଗାଇ ହରଡଘଣାରେ ବସ ମାଲିକ:
ଗାଡିକୁ ଜବତ କରିବା ପରେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଠାରେ ରଖାଯାଇଥିଲା । ଗାଡିଟିକୁ ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ଯେଉଁ ତଥ୍ୟ ଜାଣିଥିଲା ବିଭାଗ ତାହା ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । କାରଣ ଉକ୍ତ ଗାଡିରେ ଯେଉଁ ନମ୍ବର ପ୍ଲେଟ ଲଗାଯାଇଥିଲା , ତାହା ଉକ୍ତ ଗାଡିର ନଥିଲା ବରଂ ଅନ୍ୟ ଏକ ଗାଡିର ନମ୍ବର ପ୍ଲେଟକୁ ଲଗାଯାଇଥିଲା । ଜବତ କରାଯାଇଥିବା ଗାଡିଟିର ନମ୍ବର OR02AK-5511 ଥିଲା । ଏବଂ ଯାଞ୍ଚ ସମୟରେ ଗାଡିର ଚେସିସ ନମ୍ବର ସହ ମ୍ୟାଚିଂ ହେଲା ନାହିଁ । ଜବତ ଗାଡିଟିର ପ୍ରକୃତ ନମ୍ବର OR02X2690 ଥିଲା ବେଳେ ଏହାକୁ ବେଆଇନ ଭାବରେ ବଦଳା ଯାଇଥିଲା । ପ୍ରକୃତ ଗାଡି ନମ୍ବରର କାଗଜପତ୍ର ମଧ୍ୟ ସଠିକ ନଥିଲା ।ଏପରିକି ଗାଡିର ଟ୍ୟାକ୍ସ ଗତ ୨୦୨୩ ମସିହାରୁ ଏକ୍ସପାୟାର ହୋଇଯାଇଛି । ଫଳରେ STA ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଇଟିଭି ଭାରତ, କଟକ