ଓଡିଶା

odisha

ETV Bharat / videos

ଓଡ଼ିଶାରେ ବଙ୍ଗୀୟ ପରମ୍ପରା, ମନସ୍କାମନା ପୂରଣ ପାଇଁ ଝୁଣା ଆଳତୀ

By ETV Bharat Odisha Team

Published : 6 hours ago

ଭଦ୍ରକ: ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ଭଦ୍ରକ । ସନ୍ଥିଆ ସ୍ଥିତ ନୀଳକଣ୍ଠପୁର ଠାରେ ପବିତ୍ର ଦୁର୍ଗା ପୂଜା ଅବସରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାନସିକଧାରୀଙ୍କ ଦ୍ଵାରା ନିଆରା ଝୁଣା ଆଳତୀ ପରିକ୍ରମା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଠାରେ ଦୀର୍ଘ ବର୍ଷ ଧରି ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା ବଙ୍ଗୀୟ ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଥାଏ । ମଣ୍ଡପରେ ବିଶେଷତ୍ଵ ହେଉଛି ଏଠାରେ ଶତାଧିକ ମାନସିକଧାରୀ ଏକତ୍ରିତ ହୋଇ ମା'ଦୂର୍ଗାଙ୍କ ସମ୍ମୁଖରେ ମୁଣ୍ଡରେ ଝୁଣା ରଖି ପୂଜା ପାଠ କରିବା ସହ ମଣ୍ଡପ ଚାରିପଟେ ପରିକ୍ରମା କରିଥାନ୍ତି । ଯାହା କି ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ଏକ ନିଆରା ପରମ୍ପରା । ବିଶ୍ବାସ ରହିଛି ଯିଏ ଯାହା ମାନସିକ କରିଥାନ୍ତି ମା' ତାଙ୍କର ମାନସିକ ପୂରଣ କରିଥାନ୍ତି । 

ଏହି ମଣ୍ଡପରେ ଜଗତ ଜନନୀ ମା' ଦୁର୍ଗାଙ୍କର 5 ଦିନ ଧରି ବଙ୍ଗୀୟ ପରମ୍ପରା ଅନୁଯାୟୀ ପୂଜା କରାଯାଏ । ଶାରଦୀୟ ଦୁର୍ଗାପୂଜାରେ ମାନସିକଧାରୀମାନେ ନିଷ୍ଠାର ସହିତ ଉପବାସ ରହି ପାଖ ସାଳନ୍ଦୀ ନଦୀରୁ ବୁଡ଼ ପକାଇ ମୁଣ୍ଡରେ ଝୁଣା ଜାଳିଥାନ୍ତି । ଓଡ଼ିଶାରେ ଅନ୍ୟତ୍ର ଏଭଳି ବିରଳ ପରମ୍ପରା ଦେଖାଯାଏ ନାହିଁ ।

ଏହା ମଧ୍ୟ ପଢନ୍ତୁ....ଜନ୍ମମାଟିରେ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ, ଆଜିଠୁ 3ଦିନିଆ କେନ୍ଦୁଝର ଗସ୍ତ

ଇଟିଭି ଭାରତ,ଭଦ୍ରକ  

ABOUT THE AUTHOR

...view details