ରେଳ ଧାରଣାରୁ ମିଳିଲା ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ - two migrant labour death - TWO MIGRANT LABOUR DEATH
Published : Jun 14, 2024, 10:24 AM IST
MIGRANT LABOUR DEATH: ନୂଆପଡ଼ା: ପୁଣି ସାମ୍ନାକୁ ଆସିଲା ଦାଦନ ଯନ୍ତ୍ରଣା । ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ତିଲେଇମାଲ, ଦରଲୀପଡା ଗ୍ରାମର ଦୁଇ ଦାଦନ ଶ୍ରମିକ କାମଧନ୍ଦା ଅନ୍ୱେଷଣରେ ସୁଦୂର ଆନ୍ଧ୍ରପ୍ରଦେଶ ସହରକୁ ଯାଇ ମୃତ୍ୟୁମୁଖରେ ପଡିଛନ୍ତି । ଦୁର୍ଘଟଣା ନା ଯୋଜନା ବଦ୍ଧ ହତ୍ୟାକାଣ୍ଡ ତାହା ପରିବାର ଲୋକେ ଅସ୍ପଷ୍ଟ ରହିଛନ୍ତି ।
ସିନାପାଲି ଥାନା ତିଲେଇମାଲ ଗ୍ରାମର ଯୁବକ ଜଗଦିଶ ସିଂବାବୁ (୨୨) ଦରଲୀପଡା ଗ୍ରାମର ଯୁବକ ଈଶ୍ବର ବଘେଲ (୨୦) ଉଚ୍ଚ ଶିକ୍ଷିତ ଏହି ଦୁଇ ଯୁବକ ଦୁହେଁ ଉତ୍ତମ ବନ୍ଧୁ ଥିଲେ । ଗତ ମାର୍ଚ୍ଚ ମାସରେ ଦୁଇ ସାଙ୍ଗ କାମଧନ୍ଦା ଅନ୍ଵେଷଣରେ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ଯାଇଥିଲେ । ସେଠାରେ ଏକ ମିଠା କମ୍ପାନୀରେ କାର୍ଯ୍ୟ କରୁଥିଲେ । ହଠାତ ଗୁରୁବାର ସେଠାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ପାଖରେ ଖବର ପହଞ୍ଚିଥିଲା ।ତେବେ ମୃତ୍ୟର ଅସ୍ପଷ୍ଟ କାରଣ ରହିଥିବା ଜଣାପଡ଼ିଛି ।ସେପଟେ ରେଲ ଦୁର୍ଘଟଣାରେ ଦୁହିଁଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ବିଜୟୱାଡା ସହରର ଅନତି ଦୂରରେ ଥିବା ରେଲ ଧାରଣା ନିକଟରେ ଦୁଇ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ସେଠାକାର ରେଳବାଇ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ହତ୍ୟା ନା ଦୁର୍ଘଟଣା ତାହା ତଦନ୍ତ ହେଉଛିି ।
ପ୍ରକାଶ ଥାଉକି ଯେ ,ଏହି ଦୁଇ ସାଙ୍ଗ ପୂର୍ବରୁ ମଧ୍ୟ ଅନେକ ଥର ବିଭିନ୍ନ ସହରକୁ ଯାଇ ଫେରୁଥିଲେ । ହେଲେ କୋଉଁ ପରିସ୍ଥିତିରେ ରେଳ ଧାରଣା ନିକଟରେ ମୃତ୍ୟୁ ଘଟିଛି । ତାହା ସନ୍ଦେହ ସୃଷ୍ଟି କରିଛି । ରେଳ ଧାରଣା ନିକଟରେ ଦୁଇ ଜଣଙ୍କ ଖୋଲା ଚପଲ ଓ ବ୍ୟାଗ୍ ସୁରକ୍ଷିତ ସ୍ଥାନରେ ରହିଥିବାରୁ ଘଟଣାକୁ ଆହୁରି ରହସ୍ୟ କରୁଛି । ଯଦି ଏମାନେ ଘରକୁ ଫେରୁଥିଲେ , ତେବେ ଷ୍ଟେସନ ନିକଟରେ ନ ରହି ଆଗକୁ କେମିତି ଆସିଲେ ବୋଲି ଅନେକ ପ୍ରଶ୍ନ ଉଠିଛି । ଏହି ଘଟଣାର ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଜଣେ ସମ୍ପର୍କୀୟ ହଠାତ୍ ଗାଁକୁ କରି ସୂଚନା ଦେଇଥିଲେ । ନୂଆପଡା ଜିଲ୍ଲାରେ ଏକ ଦାଦନ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟିବାର ଲାଗିଛି । ତଥାପି ଅଞ୍ଚଳର ଶ୍ରମିକମାନେ ବାରମ୍ବାର କାମଧନ୍ଦା ଆଶାରେ ବାହାର ରାଜ୍ୟକୁ ଯାଉଛନ୍ତି ।
ଇଟିଭି ଭାରତ, ନୂଆପଡ଼ା