୨୧ ଦଫା ଦାବି ନେଇ ଆଦିବାସୀଙ୍କ ବିକ୍ଷୋଭ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - Tribal Union Stage Protest - TRIBAL UNION STAGE PROTEST
Published : Jun 22, 2024, 9:10 PM IST
Tribal Union Stage Protest: ନବରଙ୍ଗପୁର: ୨୧ ଦଫା ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଆଦିବାସୀ । ନବରଙ୍ଗପୁର ଜଙ୍ଗଲ ଅଧିକାର ଆଇନ ଉଲଙ୍ଘନ ବନ୍ଦ କରିବା, ବେଆଇନ ଜମି ଅଧିଗ୍ରହଣ ବନ୍ଦ କରିବା, ପେସା ଆଇନ୍ ଲାଗୁ କରିବା ସହିତ ୨୧ ଦଫା ଦାବି ନେଇ ଓଡିଶା ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି। ମଞ୍ଚ ଜିଲ୍ଲା ଆବାହକ ରାଜେଶ ଜାନୀ, ରାଜ୍ୟ ସମ୍ପାଦକ ସାଲ ମାରାଣ୍ଡିଙ୍କ ନେତୃତ୍ବରେ ଶତାଧିକ ଆଦିବାସୀ ପୁରୁଷ ମହିଳା ଚାଉଁରିଆ ଗୁଡା ଠାରୁ ଏକ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ। କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଜିଲ୍ଲାପାଳ ଡ.କମଳଲୋଚ ମିଶ୍ରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ର ଗ୍ରହଣ କରି ଏନେଇ ଆଲୋଚନା କରିବେ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି। ଜିଲ୍ଲାପାଳ ଡଃ ମିଶ୍ର ଦାବିପତ୍ର ଗ୍ରହଣ କରି ଆଗାମୀ ୮ରୁ ୧୦ ଦିନ ମଧ୍ୟରେ ମଞ୍ଚ ପ୍ରତିନିଧିଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ତେବେ ପ୍ରଥମଥର ପାଇଁ ଆନ୍ଦୋଳନକାରୀଙ୍କ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ଖୋଲାଥିବାରୁ ମଞ୍ଚ ପକ୍ଷରୁ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଛି।
ଏହା ମଧ୍ୟ ପଢ଼ନ୍ତୁ.. ରାସ୍ତା ବିବାଦକୁ ନେଇ ତହସିଲ ଅଫିସ୍ ଘେରିଲେ ଗ୍ରାମବାସୀ - Sinkol Road Problem
ଇଟିଭି ଭାରତ, ନବରଙ୍ଗପୁର