ଲୋକଙ୍କ ସମସ୍ୟା ସାମ୍ନାକୁ ଆଣୁଛି ଇଟିଭି ଭାରତ, ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ - INTERVIEW WITH MINISTER JUAL ORAM
Published : 16 hours ago
ଭୁବନେଶ୍ବର: ଇଟିଭି ଭାରତ ପ୍ରଶଂସାରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ମନ୍ତ୍ରୀ ଜୁଏଲ ଓରାମ । ଲୋକଙ୍କ ସମସ୍ଯାକୁ ଲୋକଲୋଚନକୁ ଆଣିଥିବାରୁ ଇଟିଭି ଭାରତକୁ ଧନ୍ୟବାଦ ଦେଇଛନ୍ତି ଜୁଏଲ ଓରାମ । ଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ‘ଇଟିଭି ଭାରତ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
"ଆଜି ବୁଦ୍ଧ ଦରକାର ଯୁଦ୍ଧ ନୁହେଁ । ଓଡ଼ିଶାର କଳା,ସଂସ୍କୃତି ଏବଂ ପରମ୍ପରା ବିଷୟରେ ଲୋକଙ୍କୁ ଦେଖାଇବା ଆବଶ୍ୟକ । ଆସିଥିବା ଅତିଥିମାନେ ଆମ ରାଜ୍ୟର କଳା,ସଂସ୍କୃତି ଏବଂ ବାଣିଜ୍ୟକୁ ଦେଖିବେ । ଯାହା ଓଡ଼ିଶା ପାଇଁ ଲାଭ ଦାୟକ ହେବ ଏବଂ ଓଡ଼ିଶାବାସୀଙ୍କୁ ଆଗକୁ ବଢିବାରେ ସହାଯ୍ୟ କରିବ ।" ପ୍ରାବାସୀ ଭାରତୀୟ ଦିବସ ଉଦଘାଟନ ଉତ୍ସବରେ ଇଟିଭି ଭାରତକୁ ଏଭଳି କହିଛନ୍ତି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ ।
ଇଟିଭି ଭାରତକୁ ଭୂରିଭୂରି ପ୍ରଶଂସା:
ସେ ଏହା ମଧ୍ୟ କହିଛନ୍ତି,"ଇଟିଭି ଏକ ବହୁତ ବଢିଆ ଟିଭି । ପ୍ରଥମେ ଆରମ୍ଭ ହୋଇଥିଲା । ବିଭିନ୍ନ ପ୍ରକାର ଭାଷାରେ ଚ୍ୟାନେଲ୍ ରହିଛି । ଗଣମାଧ୍ୟମ ହିସାବରେ ଲୋକଙ୍କ ସମସ୍ୟାକୁ ପରିବେଷଣ କରୁଥିବାରୁ ମୁଁ ଧନ୍ୟବାଦ ଦେଉଛି ।"
ଡବଲ ଇଞ୍ଜିନ,ଡବଲ ସ୍ପିଡ:
ସେ ଆହୁରି ମଧ୍ୟ କହିଛନ୍ତି,"ଗୋଟିଏ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ତିନି ତିନି ଥର ଓଡ଼ିଶା ଆସିବା ଏବଂ ରାଷ୍ଟ୍ରପତି ଆସିବା । ଏହାର ଅର୍ଥ ହେଉଛି ଓଡ଼ିଶାକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି । ଓଡ଼ିଶା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାର ଦ୍ରୁତ ପ୍ରଗତି ହେବ । ଡବଲ ଇଞ୍ଜିନ,ଡବଲ ସ୍ପିଡରେ ଚାଲିବ। ଶିକ୍ଷା,ସ୍ୱାସ୍ଥ୍ୟ,କୃଷି ଏବଂ ବୈଷୟିକ ଆଦି କ୍ଷେତ୍ରରେ ଦେଶର ବିକାଶ ନେଇ ରୋଡ୍ ମ୍ୟାପ ପ୍ରସ୍ତୁତ କରାଯାଇଛି ।"
ଇଟିଭି ଭାରତ, ଭୁବନେଶ୍ବର